'ଫନି' ପ୍ରଭାବରୁ ବାଦ୍ ପଡ଼ିନି ପୁରୀ ଶ୍ରୀମନ୍ଦିର

May 04, 2019, ଦେଶଦୁନିଆ, ପୁରୀ, Bhagyaprabha News Bureau
'ଫନି' ପ୍ରଭାବରୁ ବାଦ୍ ପଡ଼ିନି ପୁରୀ ଶ୍ରୀମନ୍ଦିର
Bhagyaprabha News Bureau
May 04, 2019

ପୁରୀର ବିଭିନ୍ନ ବସ୍ତିରେ ପାଣି ପଶି ଯାଇଥିବା ବେଳେ ବଡ଼ଦାଣ୍ଡ ମଧ୍ୟ ଜଳମଗ୍ନ ହୋଇଯାଇଥିଲା। ତେବେ ଫନିର ପ୍ରଭାବରୁ ବାଦ୍ ପଡ଼ି ନଥିଲା ଶ୍ରୀମନ୍ଦିର। ଶ୍ରୀମନ୍ଦିର ବି ଫନି ପ୍ରଭାବରେ କ୍ଷତିଗ୍ରସ୍ତ ହୋଇଥିଲା।ଶ୍ରୀମନ୍ଦିର ପ୍ରବେଶ ପଥରେ ଥିବା ଜୟ ବିଜୟଙ୍କ ମୂର୍ତ୍ତି ତଳକୁ ଖସି ପଡ଼ିଥିଲା। ଶ୍ରୀମନ୍ଦିର ପରିସରରେ ଥିବା କଳ୍ପବଟ୍ଟ ମଧ୍ୟ ବ୍ୟାପକ କ୍ଷତିଗ୍ରସ୍ତ ହୋଇଥିବା ସୂଚନା ମିଳିଛି।ଆନନ୍ଦବଜାରରେ ଥିବା ଗଛ ମଧ୍ୟ ଭାଙ୍ଗି ଯାଇଛି।ଶ୍ରୀମନ୍ଦିର ଭିତରେ ଥିବା ବ୍ୟାରିକେଡ୍ ବି କ୍ଷତିଗ୍ରସ୍ତ ହୋଇଥିବା ବେଳେ ସୂଚନା କେନ୍ଦ୍ର କ୍ଷତିଗ୍ରସ୍ତ ହୋଇଛି। ସୂଚନା କେନ୍ଦ୍ରରେ ଲାଗିଥିବା ହୋର୍ଡିଂ ମଧ୍ୟ ପବନରେ ଉଡ଼ି ଯାଇଥିବା ଜଣାପଡ଼ିଛି।ରଥଖଳାରେ ପାଣି ଜମି ରହିଥିବା ବେଳେ ବଡ଼ଦାଣ୍ଡର ବିଭିନ୍ନ ଖାଲୁଆ ସ୍ଥାନରେ ପାଣି ଜମି ରହିଛି।ଶୁକ୍ରବାର ସକାଳ ୮ଟାରୁ ୧୦ଟା ଭିତରେ ପୁରୀ ନିକଟରେ ସ୍ଥଳଭାଗ ଛୁଇଁଥିଲା 'ଫନି'। ଫନି ପ୍ରଭାବରେ ପୁରୀରେ ଘଣ୍ଟାକୁ ୧୭୫ କିଲୋମିଟର ବେଗରେ ପବନ ବହିଥିଲା। ପୁରୀ ସହର ବିଶେଷଭାବେ କ୍ଷତିଗ୍ରସ୍ତ ହୋଇଛି।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଫନି ପାଇଁ ସ୍ଥଗିତ ହେଲା 'ନିଟ୍'

ଫନି ପାଇଁ ସ୍ଥଗିତ ହେଲା 'ନିଟ୍'

Read More...

ଫନି ତାଣ୍ଡବ ରେ  ୧୬ ମୃତ

ଫନି ତାଣ୍ଡବ ରେ ୧୬ ମୃତ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: