ମେ ୨୨ରେ ଉତ୍‌କ୍ଷେପଣ ହେବ ରିସାଟ୍‌-୨ବିଆର୍‌୧

May 06, 2019, ଦେଶଦୁନିଆ, , Bhagyaprabha News Bureau
ମେ ୨୨ରେ ଉତ୍‌କ୍ଷେପଣ ହେବ ରିସାଟ୍‌-୨ବିଆର୍‌୧
Bhagyaprabha News Bureau
May 06, 2019

ମେ ୨୨ ତାରିଖ ଦିନ ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାରୁ ଭାରତୀୟ ମହାକାଶ ଗବେଷଣା ସଂସ୍ଥାନ ତା'ର ସଦ୍ୟତମ ରାଡାର୍‌ ଇମେଜିଙ୍ଗ୍‌ ସାଟେଲାଇଟ୍‌ (ରିସାଟ୍‌-୨ବିଆର୍‌୧) ଉତ୍‌କ୍ଷେପଣ କରିବ।ରିସାଟ୍‌-୨ବିଆର୍‌୧ ପୂର୍ବ ରିସାଟ୍‌-ସିରିଜ୍‌ ସାଟେଲାଇଟ୍‌ ଠାରୁ ବହୁଗୁଣ ଉନ୍ନତ। ଇସ୍ରୋ ସୂତ୍ରରୁ ଜଣାପଡ଼ିଛି ଯେ ଏହାକୁ ମେ ୨୨ ତାରିଖ ଦିନ ଲଞ୍ଚ୍‌ କରାଯିବ। ବାହାରୁ ଏହି ନୂତନ ସାଟେଲାଇଟ୍‌ଟି ପୁରୁଣା ସାଟେଲାଇଟ୍‌ ପରି ଦିଶୁଥିଲେ ବି ପୂର୍ବରୁ ଲଞ୍ଚ୍‌ ହୋଇଥିବା ସାଟେଲାଇଟ୍‌ର କନ୍‌ଫାଇଗୁରେସନ୍‌ ଠାରୁ ଭିନ୍ନ। ତେଣୁ ଏହି ନୂତନ କୃତ୍ରିମ ଉପଗ୍ରହଟିର ସର୍ଭିଲେନ୍‌ସ୍‌ ଏବଂ ଇମାଜିଙ୍ଗ୍‌ କ୍ଷମତା ବହୁ ଅଧିକ।ଏହି ନୂତନ ଇମେଜିଙ୍ଗ୍‌ ସାଟେଲାଇଟ୍‌ ଭାରତୀୟ ନିରାପତ୍ତା ବଳଙ୍କ ପାଇଁ ସବୁ ଅବସ୍ଥାରେ ସଭିଲେନ୍‌ସ୍‌ ସାମର୍ଥ୍ୟ ବୃଦ୍ଧି କରାଇବା ସହ ଭାରତୀୟ ସୀମା ଚତୁର୍ପାର୍ଶ୍ୱରେ ସମ୍ଭାବ୍ୟ ବିପଦର ସୂଚନା ଦେବ।ସମୁଦ୍ର ମଧ୍ୟରେ ଥିବା ଶତ୍ରୁପକ୍ଷର ଜାହାଜକୁ ଠାବ କରିବାରେ ଏହି ସାଟେଲାଇଟ୍‌ର କ୍ଷମତା ଥିବାରୁ ଏହା ଭାରତ ମହାସାଗରରେ ଚୀନ୍‌ ନୌସେନା ଜାହାଜ ଏବଂ ଆରମବ ସାଗରରେ ପାକିସ୍ତାନର ଜାହାଜ ଠାବ କରିପାରିବ।ନୂତନ ରିସାଟ୍‌ ସାଟେଲାଇଟ୍‌ ଭୂପୃଷ୍ଠରେ ଥିବା କୋଠାଘର ଠାରୁ ଆରମ୍ଭ କରି ଯେକୌଣସି ଜିନିଷର ଫଟୋ ଉତ୍ତୋଳନ କରି ପାରିବ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
 ସରିଲା ପଞ୍ଚମ ପର୍ଯ୍ୟାୟ  ନିର୍ବାଚନ, ସଂନ୍ଧ୍ୟା ୫ଟା ସୁଦ୍ଧା ଶତକଡ଼ା ୬୨.୫୬ ପ୍ରତିଶତ ମତଦାନ

ସରିଲା ପଞ୍ଚମ ପର୍ଯ୍ୟାୟ ନିର୍ବାଚନ, ସଂନ୍ଧ୍ୟା ୫ଟା ସୁଦ୍ଧା ଶତକଡ଼ା ୬୨.୫୬ ପ୍ରତିଶତ ମତଦାନ

Read More...

ଫୋନୀ କ୍ଷତିଗ୍ରସ୍ତଙ୍କୁ ରାଜ୍ୟ ସରକାରଙ୍କ ସହାୟତା ଘୋଷଣା

ଫୋନୀ କ୍ଷତିଗ୍ରସ୍ତଙ୍କୁ ରାଜ୍ୟ ସରକାରଙ୍କ ସହାୟତା ଘୋଷଣା

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: