ତ୍ରିପୁରାର ୧୬୮ଟି ବୁଥରେ ହେବ ପୁଣିଥରେ ମତଦାନ

May 08, 2019, ଦେଶଦୁନିଆ, , Bhagyaprabha News Bureau
ତ୍ରିପୁରାର ୧୬୮ଟି ବୁଥରେ ହେବ ପୁଣିଥରେ ମତଦାନ
Bhagyaprabha News Bureau
May 08, 2019

ରାଜ୍ୟର ବିରୋଧୀ ଦଳ ସବୁ ବୁଥ୍‌ ଜବରଦଖଲ ଓ ହିଂସା ହୋଇଥିବା କଥା ଅଭିଯୋଗ କରିବାରୁ ତ୍ରିପୁରା ପଶ୍ଚିମ ସଂସଦୀୟ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ୨୬ଟି ବିଧାନସଭା ଆସନର ୧୬୮ଟି ବୁଥ୍‌ରେ ପୁନଃମତଦାନ ପାଇଁ ଭାରତର ନିର୍ବାଚନ ଆୟୋଗ ଆଦେଶ ଦେଇଛନ୍ତି।ଏପ୍ରିଲ୍‌ ୧୧ ତାରିଖ ଦିନ ୨୦୧୯ ଲୋକସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ଭୋଟ୍‌ ଗ୍ରହଣ ସମୟରେ ପଶ୍ଚିମ ତ୍ରିପୁରା ନିର୍ବାଚନ ମଣ୍ଡଳୀରେ ଭୋଟ୍‌ ନିଆଯାଇଥିଲା।ନିର୍ବାଚନ କମିସନ୍‌ ଏକ ବିବୃତିରେ କହିଛନ୍ତି: ଏପ୍ରିଲ୍‌ ୧୧, ୨୦୧୯ (ଗୁରୁବାର) ଦିନ ୧୬୮ଟି ପୋଲିଙ୍ଗ୍‌ ବୁଥ୍‌ରେ ଗ୍ରହଣ କରାଯାଇଥିବା ଭୋଟ୍‌ ରଦ୍ଦ କରାଗଲା। ଏହି ସବୁ ବୁଥ୍‌ରେ ମେ ୧୨, ୨୦୧୯ ରବିବାର ଦିନ ସକାଳ ୭ଟା ରୁ ସନ୍ଧ୍ୟା ୫ଟା ଯାଏଁ ପୁନଃଭୋଟ୍‌ ଗ୍ରହଣ କରାଯିବ।ଏପ୍ରିଲ୍‌ ୧୧ ତାରିଖ ଦିନ ଗ୍ରହଣ କରାଯାଇଥିବା ଭୋଟ୍‌ରେ ତ୍ରିପୁରା ପଶ୍ଚିମ ଲୋକସଭା ଆସନରେ ରେକର୍ଡ ସଂଖ୍ୟକ ମତଦାତା (୮୩%) ଭୋଟ୍‌ ଦେଇଥିଲେ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ବିସ୍ପୋରଣରେ ୪ ମୃତ ୧୫ ଗୁରୁତର

ବିସ୍ପୋରଣରେ ୪ ମୃତ ୧୫ ଗୁରୁତର

Read More...

ଅକ୍ଷୟ ତୃତୀୟା ଅବସରରେ ଆପଣ ସୁନା କିଣିବାକୁ ଯାଉଛନ୍ତି କି ଶୁଣନ୍ତୁ କଣ କହୁଛନ୍ତି ଏକ୍ସପର୍ଟ

ଅକ୍ଷୟ ତୃତୀୟା ଅବସରରେ ଆପଣ ସୁନା କିଣିବାକୁ ଯାଉଛନ୍ତି କି ଶୁଣନ୍ତୁ କଣ କହୁଛନ୍ତି ଏକ୍ସପର୍ଟ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: