ଭାରସାମ୍ୟ ହରାଇ ନଦୀ ବ୍ରିଜରୁ ତଳକୁ ଖସିଲା ଟ୍ରକ୍

May 09, 2019, ଅପରାଧ, କଳାହାଣ୍ଡି, Bhagyaprabha News Bureau
 ଭାରସାମ୍ୟ ହରାଇ ନଦୀ ବ୍ରିଜରୁ ତଳକୁ ଖସିଲା ଟ୍ରକ୍
Bhagyaprabha News Bureau
May 09, 2019

କଳାହାଣ୍ଡି ୧୬ ନମ୍ବର ରାଜ୍ୟ ରାଜପଥ ତୁରକେଲ ବ୍ରିଜ ନିକଟରେ ଟ୍ରକ୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ଭାରସାମ୍ୟ ହରାଇ ନଦୀରେ ଖସିପଡିଛି ଟ୍ରକ୍ । ଟ୍ରକର ଡ୍ରାଇଭର ଓ ହେଲପର ଚାପି ହୋଇରହିଥିବା ଆଶଙ୍କା କରାଯାଉଛି । ଘଟଣାସ୍ଥଳରେ କର୍ଲାପଡା ପୋଲିସ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି । ଟ୍ରକ୍ ଟି ଖଡିଆଳରୁ ଭବାନୀପାଟଣା ଆସୁଥିଲା ।ତେବେ ଖବର ପାଇବା ପରେ ଘଟଣାସ୍ଥଳରେ ଅନେକ ଲୋକ ଏକତ୍ରୀତ ହୋଇଥିଲେ । କେମିତି ଦୁର୍ଘଟଣା ହେଲା ତାହା ସମ୍ପର୍କରେ କୌଣସି ସୂଚନା ମିଳିପାରିନାହିଁ । ମିଳିଥିବା ସୂଚନା ଅନୁସାରେ, ରାସ୍ତାରେ ଯାଉଥିବା ସମୟରେ ଟ୍ରକଟି ଭାରସାମ୍ୟ ହରାଇ ନଦୀ ବ୍ରିଜରୁ ତଳକୁ ଖସିପଡିଥିବା ନେଇ ଅନୁମାନ କରାଯାଉଛି ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
 ଗ୍ରୀଷ୍ମ ପ୍ରଭାବରେ ଜନଜୀବନ ଅସ୍ତବ୍ୟସ୍ତ, ୯ ସହରରେ ୪୦ ଉପରେ ପାରଦ

ଗ୍ରୀଷ୍ମ ପ୍ରଭାବରେ ଜନଜୀବନ ଅସ୍ତବ୍ୟସ୍ତ, ୯ ସହରରେ ୪୦ ଉପରେ ପାରଦ

Read More...

  ହାଇଦ୍ରାବାଦକୁ ହରାଇ ଦ୍ବିତୀୟ କ୍ବାଲିଫାୟରରେ ସ୍ଥାନ ସୁରକ୍ଷିତ କଲା ଦିଲ୍ଲୀ

ହାଇଦ୍ରାବାଦକୁ ହରାଇ ଦ୍ବିତୀୟ କ୍ବାଲିଫାୟରରେ ସ୍ଥାନ ସୁରକ୍ଷିତ କଲା ଦିଲ୍ଲୀ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: