ଆଇପିଏଲ: ମୁମ୍ୱାଇର ୪ର୍ଥ ବିଜୟ

May 13, 2019, ଖେଳ, , Bhagyaprabha News Bureau
ଆଇପିଏଲ:  ମୁମ୍ୱାଇର ୪ର୍ଥ ବିଜୟ
Bhagyaprabha News Bureau
May 13, 2019

୨୦୧୯ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ଟାଇଟଲ ହାସଲ କରିଛି ରୋହିତ ଶର୍ମାଙ୍କ ଲଢୁଆ ବାହିନୀ ।ରବିବାର ରାଜୀବ ଗାନ୍ଧି ଇଣ୍ଟରନ୍ୟାଶନାଲ୍ ଷ୍ଟାଡିୟମରେ ଖେଳାଯାଇଥିବା ହାଇଭୋଲଟେଜ୍ ଫାଇନାଲ୍ ମୁକାବିଲାରେ ମୁମ୍ବାଇ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୮ ୱିକେଟ୍ ହରାଇ ୧୪୯ ରନ୍ କରିଥିଲା।ଜବାବରେ ଚେନ୍ନାଇ ୨୦ ଓଭରରେ ୭ ୱିକେଟ୍ ହରାଇ ୧୪୮ ରନ୍ କରି ପରାସ୍ତ ହୋଇଛି।ଶେନ୍ ୱାଟସନଙ୍କ ଲଢ଼ୁଆ ଅର୍ଦ୍ଧଶତକ ସତ୍ତ୍ୱେ ଚେନ୍ନାଇ ସୁପର୍ କିଙ୍ଗସ୍ ଚଳିତ ଆଇପିଏଲର ଟାଇଟଲ୍ ମୁକାବିଲାରେ ମୁମ୍ବାଇ ଇଣ୍ଡିଆନ୍ସ ନିକଟରୁ ୧ ରନରେ ପରାସ୍ତ ହୋଇଛି।ପ୍ରଥମେ ଟସ୍ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା ମୁମ୍ବାଇ ।ମୁମ୍ବାଇ ଡେଥ୍‌ ଓଭର ସ୍ପେଶାଲିଷ୍ଟ ଯଶପ୍ରୀତ ବୁମ୍‌ରା ପ୍ଲେୟାର ଅଫ୍‌ ଦି ମ୍ୟାଚ୍‌ ବିବେଚିତ ହୋଇଥିଲେ। ପୂର୍ବରୁ ମୁମ୍ବାଇ ୨୦୧୩, ୨୦୧୫, ୨୦୧୭ରେ ଟାଇଟଲ ହାସଲ କରିଥିଲା। ଅନ୍ୟପଟେ ଚେନ୍ନାଇ ୩ ଥର (୨୦୧୦, ୨୦୧୧, ୨୦୧୮) ଚାମ୍ପିୟନ ହୋଇଛି।


ମୁମ୍ବାଇ ଇଣ୍ଡିଆନ୍ସ ୨୦ ଓଭରରେ ୧୪୯/୮


(ପୋଲାର୍ଡ- ୪୧*, ଡିକକ୍‌- ୨୯, ଇଶାନ-୨୩, ରୋହିତ- ୧୫, ସୂର୍ଯ୍ୟକୁମାର- ୧୫, ହାର୍ଦ୍ଦିକ- ୧୬, ଚହର- ୩/୨୬, ଠାକୁର- ୨/୩୭, ତାହିର- ୨/୨୩ )।


ଚେନ୍ନାଇ ସୁପର କିଙ୍ଗ ୨୦ ଓଭରରେ ୧୪୮/୭


(ଓ୍ବାଟସନ- ୮୦, ଡୁପ୍ଲେସି- ୨୬, ବୁମରା- ୨/୧୪, କ୍ରୁନାଲ- ୧/୩୯, ମାଲିଙ୍ଗା- ୧/୪୯,ରାହୁଲ-୧/୧୪ )।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
 ଅଫିସରଙ୍କ ଘରେ ଚାଲିଥିଲା ବେଆଇନ ନିଶା କାରବାର !

ଅଫିସରଙ୍କ ଘରେ ଚାଲିଥିଲା ବେଆଇନ ନିଶା କାରବାର !

Read More...

ସାନ ଭାଇର କାଠ ଫାଳିଆ ମାଡରେ ବଡଭାଇ ମୃତ , ପତ୍ନୀ  ଓ ପୁଅ ଗୁରୁତର

ସାନ ଭାଇର କାଠ ଫାଳିଆ ମାଡରେ ବଡଭାଇ ମୃତ , ପତ୍ନୀ ଓ ପୁଅ ଗୁରୁତର

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: