୭ଟି ସହରରେ ୪୦ ଉପରେ ପାରଦ,ଫୋନି ପ୍ରଭାବିତ ଅଞ୍ଚଳରେ ତାପମାତ୍ରା ବୃଦ୍ଧି

May 15, 2019, ଓଡ଼ିଶା, ସୁବର୍ଣ୍ଣପୁର, Bhagyaprabha News Bureau
୭ଟି ସହରରେ ୪୦ ଉପରେ ପାରଦ,ଫୋନି ପ୍ରଭାବିତ ଅଞ୍ଚଳରେ ତାପମାତ୍ରା ବୃଦ୍ଧି
Bhagyaprabha News Bureau
May 15, 2019

ସାରା ରାଜ୍ୟରେ ଭୀଷଣ ଗରମ ଅନୁଭୂତ ହେଉଥିବା ବେଳେ ଆଜି ତାପମାତ୍ରାରେ ସାମାନ୍ୟ ହ୍ରାସ ଦେଖା ଦେଇଛି। ତଥାପି ଅସହ୍ୟ ଗରମରେ ଡହଳ ବିକଳ ହେଉଛନ୍ତି ଜନସାଧାରଣ। ଆଞ୍ଚଳିକ ପାଣିପାଗ ବିଭାଗ ସୂଚନା ଅନୁଯାୟୀ, ମଙ୍ଗଳବାର ରାଜ୍ୟର ୭ଟି ସହରରେ ତାପମାତ୍ରା ୪୦ ଉପରେ ରହିଛି। ଉତ୍ତପ୍ତ ସହର ଭାବେ ତାଳଚେରରେ ସର୍ବାଧିକ ୪୨.୫ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି।ଆଜି ଝାରସୁଗୁଡ଼ା, ସୋନପୁର ଓ ଟିଟିଲାଗଡ଼ରେ ୪୧ ଡିଗ୍ରୀ ତାପମାତ୍ରା ରହିଛି। ସେହିପରି ସମ୍ବଲପୁର ୪୦.୫, ବଲାଙ୍ଗିର ୪୦.୨, ଅନୁଗୁଳ ୪୦.୧ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି।ଅନ୍ୟପକ୍ଷରେ ଟୁଇନ୍‌ ସିଟିରେ ଆଜି ଭୀଷଣ ସହ ଗୁଳୁଗୁଳି ଅନୁଭୂତ ହୋଇଛି।ରାଜଧାନୀ ଭୁବନେଶ୍ୱରରେ ୩୯.୪ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଥିବା ବେଳେ କଟକରେ ୩୯.୫ ଡିଗ୍ରୀ ରହିଛି। ବାତ୍ୟା 'ଫନି' ପରେ ପ୍ରଭାବିତ ହୋଇଥଇବା ସହରରେ ତାପମାତ୍ରା ଦିନକୁ ଦିନ ବଢ଼ିବାରେ ଲାଗିଛି।





Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ନିଖୋଜ ୨ ଛାତ୍ରଙ୍କ ମୃତଦେହ ଉଦ୍ଧାର

ନିଖୋଜ ୨ ଛାତ୍ରଙ୍କ ମୃତଦେହ ଉଦ୍ଧାର

Read More...

ଫନି କ୍ଷୟକ୍ଷତିକୁ  ନେଇ ମୁଖ୍ୟଶାସନ ସଚିବଙ୍କ ସହ କେନ୍ଦ୍ରୀୟ ଟିମ୍‌ର  ଆଲୋଚନା

ଫନି କ୍ଷୟକ୍ଷତିକୁ ନେଇ ମୁଖ୍ୟଶାସନ ସଚିବଙ୍କ ସହ କେନ୍ଦ୍ରୀୟ ଟିମ୍‌ର ଆଲୋଚନା

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: