'ଫୋନି'ରେ ଓଡ଼ିଶାର ୧୧ ହଜାର ୯୪୨ କୋଟି ଟଙ୍କାର କ୍ଷୟକ୍ଷତି ଆକଳନ

May 15, 2019, ଖେଳ, , Bhagyaprabha News Bureau
'ଫୋନି'ରେ ଓଡ଼ିଶାର ୧୧ ହଜାର ୯୪୨ କୋଟି ଟଙ୍କାର କ୍ଷୟକ୍ଷତି ଆକଳନ
Bhagyaprabha News Bureau
May 15, 2019

ବାତ୍ୟା 'ଫନି' ପ୍ରଭାବରେ ଓଡ଼ିଶାର ବ୍ୟାପକ କ୍ଷୟକ୍ଷତି ଘଟାଇଛି। ବିଶେଷ କରି ପୁରୀ ଜିଲ୍ଲା ବାତ୍ୟା 'ଫନ'ରେ ଛାରଖାର ହୋଇଯାଇଛି। ଫନି ଯୋଗୁଁ ଓଡ଼ିଶାରେ ହୋଇଥିବା କ୍ଷୟକ୍ଷତିକୁ ନେଇ ରାଜ୍ୟ ସରକାର ବୁଧବାର ପ୍ରାଥମିକ ରିପୋର୍ଟ ପ୍ରକାଶ କରିଛନ୍ତି।ପ୍ରାଥମିକ ରିପୋର୍ଟ ଅନୁଯାୟୀ ବାତ୍ୟା 'ଫନି' ପ୍ରଭାବରେ ରାଜ୍ୟରେ ୧୧ହଜାର ୯୪୨କୋଟି ଟଙ୍କାର କ୍ଷୟକ୍ଷତି ଘଟିଛି। ତେବେ କେଉଁ ବିଭାଗର କେତେ ଟଙ୍କାର କ୍ଷତି ଘଟିଛି, ରାଜ୍ୟ ସରକାରଙ୍କ ଏହି ରିପୋର୍ଟରେ ଲେଖାଯାଇଛି। ଆଜି କେନ୍ଦ୍ରୀୟ ୧୧ ଜଣିଆ ଟିମ୍‌ ବାତ୍ୟା 'ଫନି'ର କ୍ଷୟକ୍ଷତିକୁ ନେଇ ମୁଖ୍ୟଶାସନ ସଚିବଙ୍କ ସହ ଆଲୋଚନା କରିବେ। ଗତ ତିନିଦିନ ଧରି କେନ୍ଦ୍ରୀୟ ଟିମ୍ ବାତ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରି କ୍ଷୟକ୍ଷତି ଆକଳନ କରିଛନ୍ତି। ତେବେ ଆଜି ସଚିବାଳୟରେ ହେଉଥିବା ଏହି ଆଲୋଚନାରେ ରାଜ୍ୟ ସରକାର କେନ୍ଦ୍ରୀୟ ଟିମ୍‌ ଆଗରେ କ୍ଷୟକ୍ଷତିର ପ୍ରାଥମିକ ରିପୋର୍ଟ ଉପସ୍ଥାପନା କରିବେ।





Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ମାଲଗୋଦାମ ନିକଟରେ ମାଲବାହୀ ଟ୍ରେନର ୨ ବଗି ଲାଇନଚ୍ୟୁତ

ମାଲଗୋଦାମ ନିକଟରେ ମାଲବାହୀ ଟ୍ରେନର ୨ ବଗି ଲାଇନଚ୍ୟୁତ

Read More...

ନିଖୋଜ ୨ ଛାତ୍ରଙ୍କ ମୃତଦେହ ଉଦ୍ଧାର

ନିଖୋଜ ୨ ଛାତ୍ରଙ୍କ ମୃତଦେହ ଉଦ୍ଧାର

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: