ପ୍ରଥମ ମହିଳା ଆଇସିସି ରେଫରି ପ୍ୟାନେଲ୍‌ରେ ସାମିଲ ହେଲେ ଭାରତର ଜିଏସ୍‌ ଲକ୍ଷ୍ମୀ

May 15, 2019, ଖେଳ, , Bhagyaprabha News Bureau
ପ୍ରଥମ ମହିଳା ଆଇସିସି ରେଫରି ପ୍ୟାନେଲ୍‌ରେ ସାମିଲ ହେଲେ  ଭାରତର ଜିଏସ୍‌ ଲକ୍ଷ୍ମୀ
Bhagyaprabha News Bureau
May 15, 2019

ପ୍ରଥମ ମହିଳା ଭାବେ ଆଇସିସି (ଆନ୍ତର୍ଜାତିକ କ୍ରିକେଟ୍‌ ପରିଷଦ)ର ରେଫରି ପ୍ୟାନେଲ୍‌ରେ ଭାରତର ୫୧ ବର୍ଷ ବୟସ୍କା ଜିଏସ୍‌ ଲକ୍ଷ୍ମୀ ସାମିଲ ହୋଇଛନ୍ତି। ଚଳିତ ମାସରେ ଅଷ୍ଟ୍ରେଲିଆର କ୍ଲାରେ ପୋଲୋସାକ୍‌ କୌଣସି ପୁରୁଷ ଦିନିକିଆ ଆନ୍ତର୍ଜାତିକ ମ୍ୟାଚ୍‌ ପରିଚାଳନା କରିବା ପରେ ଲକ୍ଷ୍ମୀ ପ୍ରଥମ ମହିଳା ଭାବେ ଆନ୍ତର୍ଜାତିକ ମ୍ୟାଚ୍‌ ପାଇଁ ରେଫରି ନିଯୁକ୍ତ ହୋଇଛନ୍ତି। ଏହି ଦାୟିତ୍ବକୁ ସେ ବହୁତ ଶିଘ୍ର ତୁଲାଇବାକୁ କହିବା ସହିତ ଆଇସିସି ତାଙ୍କୁ ଅଭିନନ୍ଦନ ଜଣାଇଛି। ଲକ୍ଷ୍ମୀ ପ୍ରଥମ ଥର ପାଇଁ ୨୦୦୮-୦୯ରେ ଜଣେ ମ୍ୟାଚ୍‌ ରେଫରି ଭାବେ ଘରୋଇ ମହିଳା କ୍ରିକେଟ୍‌ ପ୍ରତିଯୋଗିତା ପରିଚାଳନା କରିଥିଲେ। ସେ ୩ ଲେଖାଏଁ ମହିଳା ଦିନିକିଆ ଆନ୍ତର୍ଜାତିକ ଓ ମହିଳା ଟ୍ବେଣ୍ଟି-୨୦ ଆନ୍ତର୍ଜାତିକ ମ୍ୟାଚ୍‌ ପରିଚାଳନା କରିଛନ୍ତି।ଅନ୍ୟପକ୍ଷରେ ସେ ଅଷ୍ଟ୍ରେଲିଆର ଏଲୋଇସ୍‌ ସେରିଦାନ୍‌ ଆଇସିସି ଅମ୍ପା‌ୟାରଙ୍କ ଉନ୍ନୟନ ପ୍ୟାନେଲ୍‌ରେ ପୋଲୋସାକ୍‌ଙ୍କ ସହ ମଧ୍ଯ ଯୋଡ଼ି ହୋଇଛନ୍ତି।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ମାଓବାଦୀଙ୍କ ୨୪ ଘଣ୍ଟିଆ ବନ୍ଦ ଡାକରା

ମାଓବାଦୀଙ୍କ ୨୪ ଘଣ୍ଟିଆ ବନ୍ଦ ଡାକରା

Read More...

ଟାଇଗରଙ୍କ ରେକର୍ଡ଼ ତାଲିକାରେ ସାମିଲ ହେଲା  'ଷ୍ଟୁଡେଣ୍ଟ୍ ଅଫ୍ ଦି ଇୟର୍ ୨'

ଟାଇଗରଙ୍କ ରେକର୍ଡ଼ ତାଲିକାରେ ସାମିଲ ହେଲା 'ଷ୍ଟୁଡେଣ୍ଟ୍ ଅଫ୍ ଦି ଇୟର୍ ୨'

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: