୫୨ ବର୍ଷରେ ପାଦ ଦେଲେ ଧକ ଧକ ଗର୍ଲ

May 15, 2019, ମନୋରଞ୍ଜନ, , Bhagyaprabha News Bureau
୫୨ ବର୍ଷରେ ପାଦ ଦେଲେ ଧକ ଧକ ଗର୍ଲ
Bhagyaprabha News Bureau
May 15, 2019

୫୨ ବର୍ଷରେ ପାଦ ଦେଲେ ଧକ ଧକ ଗର୍ଲ । ମୁମ୍ବାଇର ଏକ ବ୍ରାହ୍ମଣ ପରିବାରରେ ୧୯୬୭ ଆଜିର ଦିନରେ ଜନ୍ମ ଗ୍ରହଣ କରିଥିବା ମାଧୁରୀ ୮୦ ଏବଂ ୯୦ ଦଶକରେ ବଲିଉଡର ଟପ୍ ଅଭିନେତ୍ରୀଙ୍କ ମଧ୍ୟରୁ ଥିଲେ ଜଣେ । ୧୯୮୬ ରେ ଫିଲ୍ମ ଅବୋଧ ଏବଂ ସ୍ବାତୀରୁ ନିଜ ଅଭିନୟ କ୍ୟାରିୟର୍ ଆରମ୍ଭ କରିଥିବା ମାଧୁରୀ ଖାଲିଟାରେ ହୋଇନାହାଁନ୍ତି ଧକ୍ ଧକ୍ ଗର୍ଲ ।୧୯୯୯ ମସିହାରେ ଡା. ଶ୍ରୀରାମ ନେନେଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ଓ ତାଙ୍କର ଦୁଇ ସନ୍ତାନ ହେଲେ ରିୟାନ ଓ ଏରିନ ନେନେ । ମାଧୁରୀଙ୍କର ମତୁଆଲା ଅନ୍ଦାଜ ଏବଂ ନିଖୁଣ ଅଭିନୟ ଲକ୍ଷ ଲକ୍ଷ ଲୋକଙ୍କୁ କରିଛି ନିଜର ଦିୱାନା ।


1557906218.jpg


ନିଜ କ୍ୟାରିୟର୍ ମଧ୍ୟରେ "ହମ ଆପକେ ହେ କନ", "ଦିଲ୍‌", "ରାମ ଲଖନ" , "ବେଟା" , "ସାଜନ", "ଖଲନାୟକ" , "ତେଜାବ", "କୋଏଲା" ପରି ଅନେକ ହିଟ୍ ଫିଲ୍ମ ଦେଇଛନ୍ତି ମାଧୁରୀ । ଫିଲ୍ମି କ୍ୟାରିୟରରୁ ୭ ବର୍ବଷର ବ୍ୟବଧାନ ପରେ ଫିଲ୍ମ "ଦେଢ ଇସ୍କିୟାଁ " ମାଧ୍ପୁୟମରେ ପୁଣି ବଲିଉଡକୁ ଫେରି ଆସିଥିଲେ ମାଧୁରୀ । ମାଧୁରୀ ବେଷ୍ଟ ଆକ୍ଟ୍ରେସ ଭାବରେ ୬ଥର ଫିଲ୍ମ ଫେୟାର ଆୱାର୍ଡ ଜିତିଛନ୍ତି ।୨୦୦୮ରେ ଭାରତ ସରକାରଙ୍କ ଦ୍ୱାରା ପଦ୍ମଶ୍ରୀ ସମ୍ମାନରେ ସମ୍ମାନୀତ ହୋଇଥିଲେ ଏହି ପ୍ରଖ୍ୟାତ ଅଭିନେତ୍ରାୀ । ସୁଚନାଯୋଗ୍ୟ , ୨୫ ବର୍ଷ ପରେ ମାଧୁରୀ ଫିଲ୍ମ କଳଙ୍କ ମାଧ୍ୟମରେ ପୁଣି ଥରେ ସଞ୍ଜୟ ଦତ୍ତଙ୍କ ଯୋଡି ବଡ ପରଦାରେ ଦେଖିବାକୁ ମିଳିଛି ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଶାହା ବିରୋଧରେ ଏଫଆଇଆର ପୋଲିସ ଦାୟର କଲା କୋଲକତା ପୋଲିସ

ଶାହା ବିରୋଧରେ ଏଫଆଇଆର ପୋଲିସ ଦାୟର କଲା କୋଲକତା ପୋଲିସ

Read More...

ପାକିସ୍ତାନର ୧୯ ବନ୍ଦୀକୁ ମୁକ୍ତ କଲା ଭାରତ

ପାକିସ୍ତାନର ୧୯ ବନ୍ଦୀକୁ ମୁକ୍ତ କଲା ଭାରତ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: