ପଶ୍ଚିମବଙ୍ଗରେ ତେଜିଲା ରାଜନୀତି , ଇସିଙ୍କ ନିଷ୍ପତ୍ତିକୁ ତୀବ୍ର ନିନ୍ଦା

May 16, 2019, ରାଜନୀତି, , Bhagyaprabha News Bureau
ପଶ୍ଚିମବଙ୍ଗରେ ତେଜିଲା ରାଜନୀତି , ଇସିଙ୍କ ନିଷ୍ପତ୍ତିକୁ ତୀବ୍ର ନିନ୍ଦା
Bhagyaprabha News Bureau
May 16, 2019

ପଶ୍ଚିମବଙ୍ଗରେ ନିର୍ବାଚନ ପ୍ରଚାର ସମୟକୁ କମାଇବା ପରେ ତେଜିଲା ରାଜନୀତି। ସମସ୍ତ ବିରୋଧୀ ଦଳ ଏହାକୁ ତୀବ୍ର ନିନ୍ଦା କରିବା ସହ ନିର୍ବାଚନ କମିସନ ବିଜେପିକୁ ସୁହାଇବା ଭଳି ନିଷ୍ପତ୍ତି ନେଇଥିବା ଅଭିଯୋଗ କରିଛନ୍ତି। ଆଜି ପଶ୍ଚିମବଙ୍ଗରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ୨ଟି ରାଲି ଥିବା ବେଳେ ଏହା ପରେ ପ୍ରଚାର ବନ୍ଦ କରିବାକୁ କମିସନ କାହିଁକି ନିଷ୍ପତ୍ତି ଦେଲେ ବୋଲି ପ୍ରଶ୍ନ କରିଛନ୍ତି ବିଏସପି ସୁପ୍ରିମୋ ମାୟାବତୀ। ସେହିପରି ସମାନ ପ୍ରଶ୍ନ କରିଛନ୍ତି କଂଗ୍ରେସର ରଣଦୀପସୁର୍ଜେୱାଲା, ସିପିଏମ ମହାସଚିବ ସୀତାରାମ ୟେଚୁରୀ। ପଶ୍ଚିମବଙ୍ଗରେ ସ୍ଥିତି ଖରାପ ଥିବା ବେଳେ ଓ ହିଂସା ପାଇଁ ନିର୍ବାଚନ କମିସନ ପ୍ରଚାର ଅବଧି କମାଇବାକୁ ଗୁରୁବାର ରାତି ୧୦ଟା ପର୍ଯ୍ୟନ୍ତ କାହିଁକି ଅପେକ୍ଷା କଲେ। ହିଂସା ପରେ ମଙ୍ଗଳବାର ରାତିରେ କାହିଁକି ନିର୍ବାଚନ ପ୍ରଚାର ବନ୍ଦ କଲେ ନାହିଁ କମିସନ।ପ୍ରଧାନମନ୍ତ୍ରୀଙ୍କ ରାଲି ଶେଷ ପର୍ଯ୍ୟନ୍ତ କାହିଁକି ପ୍ରଚାର ପାଇଁ ଅନୁମତି ଦିଆଯାଇଛି ବୋଲି ବିରୋଧୀ ଦଳ ପ୍ରଶ୍ନ କରିଛନ୍ତି। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କମିସନଙ୍କ ନିଷ୍ପତ୍ତିକୁ ଦୃଢ ବିରୋଧ କରିଛନ୍ତି। ରାଜ୍ୟରେ ଆଇନକାନୁନ ବ୍ୟବସ୍ଥାରେ ଏଭଳି କୌଣସି ପରିସ୍ଥିତି ସୃଷ୍ଟି ହୋଇନାହିଁ ଯେ ସମ୍ବିଧାନର ଧାରା ୩୨୪ ଲାଗୁ କରାଯିବ। ଇସିଙ୍କ ନିଷ୍ପତ୍ତି ଅଭୂତପୂର୍ବ, ଅସାମ୍ବିଧାନିକ ଓ ଅନୈତିକ। ଏହି ନିଷ୍ପତ୍ତି ମୋଦି ଓ ଶାହାଙ୍କୁ ନିର୍ବାଚନ କମିସନଙ୍କ ଉପହାର ବୋଲି କହିଛନ୍ତି ମମତା।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଚୀନ ଓ ଆମେରିକା ମଧ୍ୟରେ ବଢିଲା ବିବାଦ

ଚୀନ ଓ ଆମେରିକା ମଧ୍ୟରେ ବଢିଲା ବିବାଦ

Read More...

 ଆମ୍ବ ବଜାରରେ ବିକ୍ରି ହେଉଛି ବିଭିନ୍ନ ରକମର ଆମ୍ବ

ଆମ୍ବ ବଜାରରେ ବିକ୍ରି ହେଉଛି ବିଭିନ୍ନ ରକମର ଆମ୍ବ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: