ତଲସରା ପୂର୍ବତନ ବିଧାୟକ ଗଙ୍ଗାଧର ପ୍ରଧାନଙ୍କ ପରଲୋକ

May 17, 2019, ଦେଶଦୁନିଆ, ସୁନ୍ଦରଗଡ଼, Bhagyaprabha News Bureau
ତଲସରା ପୂର୍ବତନ ବିଧାୟକ ଗଙ୍ଗାଧର ପ୍ରଧାନଙ୍କ ପରଲୋକ
Bhagyaprabha News Bureau
May 17, 2019

ସୁନ୍ଦରଗଡ ଜିଲ୍ଲାର ବିଶିଷ୍ଟ ଅନୁସୂଚିତ ଜନଜାତିର ନେତା ତଥା ତଲସରା ପୂର୍ବତନ ବିଧାୟକ ଗଙ୍ଗାଧର ପ୍ରଧାନଙ୍କ ଦେହାନ୍ତ ହୋଇଛି । ଗତକାଲି ସଂଧ୍ୟାରେ ରାଉରକେଲା ସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ତାଙ୍କର ପରଲୋକ ହୋଇଛି । ଦୀର୍ଘ ଦିନ ହେଲା ଗଙ୍ଗାଧର ପ୍ରଧାନ ଅସୁସ୍ଥ ଥିଲେ । ତାଙ୍କୁ ଗତ ୯ ତାରିଖ ଦିନ ଠାରୁ ଡାକ୍ତରଖାନାରେ ଚିକିତ୍ସା କରାଯାଉଥିଲା ।ସେ ତଳସରା ବିଧାନସଭା କ୍ଷେତ୍ରରୁ ଚାରି ଥର ବିଧାୟକ ଥିଲେ । ୧୯୭୧ ମସିହାରେ ଆରଏନ୍ ସିଂଙ୍କ ମନ୍ତ୍ରୀ ମଣ୍ଡଳରେ ମନ୍ତ୍ରୀ ଭାବରେ ୪ବର୍ଷ କାର୍ଯ୍ୟ କରିଥିଲେ ।ଅନୁସୁଚିତ ଜନଜାତି ନେତା ହରାଇ ପୁରା ସୁନ୍ଦରଗଡ ମର୍ମାହତ । ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି । ସ୍ବର୍ଗତ ଗଙ୍ଗାଧର ପ୍ରଧାନଙ୍କ ଶେଷ ଦର୍ଶନ ପାଇଁ ରାଜନେତା, ସ୍ବେଚ୍ଛାସେବୀଙ୍କ ଭିଡ ଲାଗିଛି ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
 ଆସନ୍ତା ୨୨  ସୁଦ୍ଧା ଫୋନିର କ୍ଷୟକ୍ଷତି ରିପୋର୍ଟ  ଦାଖଲ କରିବେ ଜିଲ୍ଲାପାଳ

ଆସନ୍ତା ୨୨ ସୁଦ୍ଧା ଫୋନିର କ୍ଷୟକ୍ଷତି ରିପୋର୍ଟ ଦାଖଲ କରିବେ ଜିଲ୍ଲାପାଳ

Read More...

ବାତ୍ୟା ପାଇଁ ଘୁଞ୍ଚିଲା ଜିଏସ୍‌ଟି ଦାଖଲର ତାରିଖ

ବାତ୍ୟା ପାଇଁ ଘୁଞ୍ଚିଲା ଜିଏସ୍‌ଟି ଦାଖଲର ତାରିଖ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: