ବକ୍ସ ଅଫିସରେ ଧୁମ ମଚାଇବ ଫିଲ୍ମ 'ଦେ ଦେ ପ୍ୟାର୍ ଦେ' !

May 18, 2019, ମନୋରଞ୍ଜନ, , Bhagyaprabha News Bureau
ବକ୍ସ ଅଫିସରେ ଧୁମ ମଚାଇବ ଫିଲ୍ମ 'ଦେ ଦେ ପ୍ୟାର୍ ଦେ' !
Bhagyaprabha News Bureau
May 18, 2019

ଅକିବ ଅଲ୍ଲୀଙ୍କ ନିର୍ଦ୍ଦେଶନାରେ ଏଥର ଫିଲ୍ମ ଫ୍ରାଇଡେର ବଡ ପରଦାରେ ରିଲିଜ ହୋଇଛି ଫିଲ୍ମ 'ଦେ ଦେ ପ୍ୟାର୍ ଦେ' । ଏହି ରୋମାଣ୍ଟିକ୍ କମେଡ଼ି ଫିଲ୍ମର ମୁଖ୍ୟ ଭୂମିକାରେ ଅଛନ୍ତି ଅଜୟ ଦେବଗନ୍, ତବୁ, ରକୁଲ୍ ପ୍ରିତ୍ ସିଂ, ଜିମି ସେରିଗଲ୍, ଜାଭେଦ୍ ଜାଫ୍ରି ଓ ଆଲୋକନାଥ । ଅଜୟ, ତବୁ ଓ ରକୁଲ୍‌ଙ୍କ ଭିତରେ ଥିବା ତ୍ରିକୋଣୀୟ ପ୍ରେମ କାହାଣୀକୁ ନେଇ ଫିଲ୍ମ ବଢିଛି ଆଗକୁ । କାହାଣୀ ଅନୁଯାୟୀ ୫୦ ବର୍ଷୀୟ ଅଜୟ ଲଣ୍ଡନରେ ଏକୁଟିଆ ରହୁଛନ୍ତି । ଅଜୟଙ୍କ ପତ୍ନୀ ତବୁ ଓ ଦୁଇଜଣ ସନ୍ତାନ ଅଜୟଙ୍କ ବାପା ମା'ଙ୍କ ସହିତ ଭାରତରେ ଅଛନ୍ତି । ଲଣ୍ଡନରେ ଅଜୟ ତାଙ୍କ ସାଙ୍ଗର ପାର୍ଟିରେ ରକୁଲଙ୍କୁ ଭେଟନ୍ତି ଏବଂ ତା'ପରେ ଦୁଇଜଣଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢିଉଠେ ।


1558162535.jpg


କିଛିଦିନ ପରେ ଅଜୟ ରକୁଲଙ୍କ ସହିତ ଭାରତ ଫେରନ୍ତି । ଏହାପରେ ଅଜୟ ତାଙ୍କ ପରିବାର ପାଖରେ ରକୁଲଙ୍କ ପରିଚୟ କ'ଣ ଦିଅନ୍ତି ଏବଂ କାହାଣୀରେ କ'ଣ ସବୁ କମେଡ଼ି ଟୁଇଷ୍ଟ୍ ସୃଷ୍ଟି ହୁଏ, ତାହା ଫିଲ୍ମଟି ଦେଖିଲେ ଜଣାପଡିବ । ଓପନିଙ୍ଗ୍ ଡେ'ରେ ଏହା ଦର୍ଶକଙ୍କୁ ଖୁବ୍ ଆକୃଷ୍ଟ କରିଛି । କାହାଣୀର ଶେଷ ପର୍ଯ୍ୟନ୍ତ ଥିବା କମେଡ଼ି ଦୃଶ୍ୟ ଦର୍ଶକଙ୍କୁ ବାନ୍ଧି ରଖିବାରେ ସଫଳ ହୋଇଛି । ସିନେ ସମୀକ୍ଷକଙ୍କ ପକ୍ଷରୁ ଫିଲ୍ମକୁ ୫ ଅଙ୍କରୁ ୩.୫ ଅଙ୍କ ମିଳିଛି । ବକ୍ସ ଅଫିସରେ ଏହାର ବ୍ୟବସାୟ ଅଧିକ ହେବ ବୋଲି ଆଶା କରାଯାଉଛି ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ପୂର୍ବତନ କୋଲକତା ପୁଲିସ ମୁଖ୍ୟଙ୍କ ଉପରୁ ଉଠିଲା ଗିରଫ ରହିତାଦେଶ  - ସୁପ୍ରିମକୋର୍ଟ

ପୂର୍ବତନ କୋଲକତା ପୁଲିସ ମୁଖ୍ୟଙ୍କ ଉପରୁ ଉଠିଲା ଗିରଫ ରହିତାଦେଶ - ସୁପ୍ରିମକୋର୍ଟ

Read More...

ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ରାଜ୍ୟ କ୍ୟାବିନେଟ୍ ବୈଠକ

ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ରାଜ୍ୟ କ୍ୟାବିନେଟ୍ ବୈଠକ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: