ତାତିଲେ ଗୋଲଡେନ୍ ଲ୍ୟାଣ୍ଡ୍ ଚିଟ୍‌ଫଣ୍ଡ୍ କ୍ଷତିଗ୍ରସ୍ତ ଜମାକାରୀ!!ଆର୍ଡିସି ଅଫିସ୍ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ

January 29, 2019, ଓଡ଼ିଶା, ଗଞ୍ଜାମ, Bhagyaprabha News Bureau
ତାତିଲେ ଗୋଲଡେନ୍ ଲ୍ୟାଣ୍ଡ୍ ଚିଟ୍‌ଫଣ୍ଡ୍ କ୍ଷତିଗ୍ରସ୍ତ ଜମାକାରୀ!!ଆର୍ଡିସି ଅଫିସ୍ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ
Bhagyaprabha News Bureau
January 29, 2019

ଗୋଲଡେନ୍ ଲ୍ୟାଣ୍ଡ୍ ଓ ଜି.ଏଲ.ପି ଚିଟ୍ ଫଣ୍ଡ୍ କମ୍ପାନୀର କ୍ଷତିଗ୍ରସ୍ତ ଜମାକାରୀ ମିଳିତ ମଞ୍ଚ ପକ୍ଷରୁ ମଙ୍ଗଳବାର ପୂର୍ବାହ୍ନରେ ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନର୍ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଏହି ମର୍ମରେ ଏକ ପ୍ରତିନିଧିତ୍ୱ ଦଳ ଆର୍.ଡି.ସି. ଟି.ଆଓଙ୍କୁ ସାକ୍ଷାତ କରି ଦସ୍ତଖତ ସମ୍ବଳିତ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି । ଆର୍.ଡି.ସି ସମସ୍ୟାର ସମାଧାନ ଦିଗରେ ପଦକ୍ଷେପ ଗ୍ରହଣ କରିବାର ପ୍ରତିଶୃତି ଦେଇଥିଲେ । ପୂର୍ବରୁ ଗଞ୍ଜାମ, ଗଜପତି ଓ କନ୍ଧମାଳ ଜିଲାର ବିଭିନ୍ନ ଅଞ୍ଚଳରୁ ଆସିଥିବା ଶତାଧିକ ଜମାକାରୀ ଓ ଏଜେଣ୍ଟ୍ ମାନେ ରେଡ୍ଡି ଗ୍ୟାରେଜ୍ ଛକ ଠାରେ ଏକତ୍ରିତ ହୋଇଥିଲେ । ସେଠାରୁ ଏକ ପ୍ରତିବାଦ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରି ଆର୍.ଡି.ସି.ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ôଚଥିଲେ । ହାତରେ ଫ୍ଲାକାର୍ଡ ଧରି ବିଭିନ୍ନ ପ୍ରକାର ନାରାବାଜି ଦେଇଥିଲେ । ପ୍ରକାଶଯେ, ଚିଟ୍ଫଣ୍ଡ ସଂସ୍ଥା ଗୋଲଡେନ୍ ଲ୍ୟାଣ୍ଡ୍ କମ୍ପାନୀ ଜମାକାରୀଙ୍କ ଟଙ୍କା ଫେରସ୍ତ କରିବା ପାଇଁ ଗତ ୨୦୧୫ ମସିହା ଡିସେମ୍ବର ୨୩ରେ ସ୍ୱତନ୍ତ୍ର ଚିଟ୍ଫଣ୍ଡ କୋର୍ଟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ । ପରେ ୨୦୧୭ ମସିହା ଜୁଲାଇ ୨୮ରେ କମ୍ପାନୀର ଜମାକାରୀଙ୍କ ଚିହ୍ନଟ କମିଶନଙ୍କ ମାଧ୍ୟମରେ କରାଇ ଟଙ୍କା ଫେରାଇବା ପାଇଁ ହାଇକୋର୍ଟ କେସନଂ ସି.ଆର୍.ଏଲ୍.ଏମ୍.ପି. ୧୨୫୨ା୧୬ ରାଜ୍ୟ ସରକାର କଟକ ଏଡି.ଏମ୍.ଓଙ୍କୁ ଓ କମ୍ପାନୀ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଥିଲେ । କମ୍ପାନୀର ୮୭ କୋଟି ଓ ୫୩ ଏକର ଜମି ଇ.ଓ.ଡବ୍ଲ୍ୟୁ (ଅର୍ଥନୈତିକ ଅପରାଧିକ ଶାଖା)ଜବତ କରିଥିଲା । ହେଲେ କମ୍ପାନୀ ନିକଟରେ ରହିଥିବା ୧୭ଶହ ଏକର ଜମି ସ୍ଥାବର ଅସ୍ଥାବର ସମ୍ପତ୍ତିକୁ ଆଜି ସୁଦ୍ଧା ସି.ବି.ଆଇ ଜବତ କରିନାହାନ୍ତି । ଅନ୍ୟପକ୍ଷରେ କମ୍ପାନୀ କର୍ତ୍ତୃପକ୍ଷ, ପ୍ରଶାସନ ଓ ସରକାର ମିଳିମିଶି ସମ୍ପତ୍ତିକୁ ବିକ୍ରୀ କରିଦେଉଛନ୍ତି ବୋଲି ଅଭିଯୋଗ ହୋଇଛି । କମ୍ପାନୀର ଜବତ ହୋଇନଥିବା ସମ୍ପତ୍ତି, ଘର, ଜମି ଓ ପାଣି ପ୍ରକଳ୍ପକୁ କମ୍ପାନୀ କର୍ତ୍ତୃପକ୍ଷ ମାନେ ମୁଷ୍ଟିମେୟ ବ୍ୟକ୍ତି ବିଶେଷ ମାନଙ୍କ ହାତକୁ ଟେକିଦେଇଥିବା ବେଳେ ଜମାକାରୀ ମାନଙ୍କୁ ଧରାଛୁଆଁ ଦେଉନାହାନ୍ତି । ଯାହାକୁ ନେଇ ଜମାକାରୀ ଓ ଏଜେଣ୍ଟ ମାନଙ୍କ ମହଲରେ ବିଭିନ୍ନ ସମୟରେ ଅସନ୍ତୋଷ ଦେଖାଦେଇଥିବା ବେଳେ ତହସିଲ ପ୍ରଶାସନ ଠାରୁ ଆରମ୍ଭ କରି ରାଜ୍ୟପାଳଙ୍କ ନିକଟରେ ଅଭିଯୋଗ କରାଯାଇଥିଲେ ହେଁ କୌଣସି ପ୍ରକାର ପଦକ୍ଷେପ ଗ୍ରହଣ କରାଯାଇନଥିବା ଅଭିଯୋଗ ହୋଇଛି । ଫଳରେ ହତାଶ ଜମାକାରୀ ଏବଂ ଜମାକାରୀଙ୍କ ଆକ୍ରୋଷରେ ଶୀକାର ହେଉଥିବା ଏଜେଣ୍ଟ ମାନେ କମ୍ପାନୀର ଆର୍.ଏମ୍ ଓ ବି.ଏମ୍ଙ୍କ ଘର ସମ୍ମୁଖରେ ଆସି ଧାରଣା ଆନ୍ଦୋଳନ କରିଥିଲେ । କୌଣସି ସୁଫଳ ମଳିନଥିବା ବେଳେ ଆର୍.ଏମ୍.ଙ୍କ ଦ୍ୱାରା ବଡବଜାର ଥାନାରେ ଏତଲା ହୋଇ ମାମଲା ରୁଜୁ ହୋଇଥିଲା । ଜମାକାରୀଙ୍କ ପାଇଁ ସ୍ୱର ଉତ୍ତୋଳନ କରୁଥିବା ଜଣେ ଏଜେଣ୍ଟ୍ଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିଲା । ଫଳରେ ଅସନ୍ତୋଷ ଜମାକାରୀ ମାନେ ମେଳି ବାନ୍ଧି ବୁଧବାର ବ୍ରହ୍ମପୁର ସହରରେ ବିଶାଳ ସମାବେଶ କରିଥିଲେ । ତିନିଗୋଟି ଜିଲାର ବିଭିନ୍ନ ଅଞ୍ଚଳରୁ ପ୍ରାୟ ଦୁଇ ହଜାରରୁ ଉଦ୍ଧ୍ୱର୍ କ୍ଷତିଗ୍ରସ୍ତ ଜମାକାରୀ ଓ ଏଜେଣ୍ଟ୍ ଆନ୍ଦୋଳନରେ ସାମିଲ ହୋଇଥିଲେ । ଆନ୍ଦୋଳନକୁ ଭାଜପା ନେତା ଶ୍ରୀକାନ୍ତ ପାଢୀ, ଉତ୍ତମ ପାଣିଗ୍ରାହୀ, ବାମପନ୍ଥୀ ନେତା ଲଳିତ ମୋହନ ଦାସ ପ୍ରମୁଖ ସମର୍ଥନ ଜଣାଇ ସାମିଲ ହୋଇଥିଲେ । କ୍ଷତିଗ୍ରସ୍ତ ଜମାକାରୀଙ୍କୁ ଟଙ୍କା ଫେରାଇବାରେ ସରକାରଙ୍କ ଉଦାସୀନତା ସମ୍ପର୍କରେ ତୀବ୍ର ସମାଲୋଚନା କରିଥିଲେ । ପରେ ଏକ ପ୍ରତିନିଧିତ୍ୱ ଦଳ ଆର୍.ଡି.ସିଙ୍କ କକ୍ଷକୁ ଯାଇଥିଲେ । ସେଠାରେ କ୍ଷତିଗ୍ରସ୍ତ ଜମାକାରୀ ଏବଂ ଏଜେଣ୍ଟ ମାନଙ୍କ ସାମାଜିକ ସୁରକ୍ଷା, ଦୈନିକ ଚଳଣୀ ଏବଂ ରୋଜଗାର ସମ୍ପର୍କରେ ଗୁହାରୀ କରିବା ସହ କମ୍ପାନୀର ଜବତ ହୋଇନଥିବା ସମ୍ପତ୍ତିକୁ କିଭଳି କମ୍ପାନୀ କର୍ତ୍ତୃପକ୍ଷ ଚଳୁ କରୁଛନ୍ତି ସେନେଇ ଅଭିଯୋଗ କରିଥିଲେ । କମ୍ପାନୀ ନାମରେ ରହିଥିବା ସମସ୍ତ ସ୍ଥାବର ଅସ୍ଥାବର ସମ୍ପତ୍ତିକୁ ଚିହ୍ନଟ କରାଯାଇ, ଜମାକାରୀଙ୍କ ଟଙ୍କା ଫେରସ୍ତ ଦିଗରେ ସହାୟକ ହେବେ ବୋଲି ଆର୍.ଡି.ସି ପ୍ରତିଶୃତି ଦେଇଥିଲେ । ସେହିପରି ଜନତାଙ୍କ ଆକ୍ରୋଷରୁ କିଭଳି ଏଜେଣ୍ଟ ମାନେ ବର୍ତ୍ତିବେ ସେନେଇ ମଧ୍ୟ ପଦକ୍ଷେପ ଗ୍ରହଣ କରିବେ ବୋଲି କହିଥିଲେ । ଅନ୍ୟପକ୍ଷରେ ଟଙ୍କା ଫେରସ୍ତ ନହେବା ଯାଏଁ ବୁଧବାର ଠାରୁ ବ୍ରହ୍ମପୁର ସ୍ଥିତ ଗୋଲଡେନ୍ ଲ୍ୟାଣ୍ଡ୍ର ନିଜସ୍ୱ ଅଫିସ୍ ସମ୍ମୁଖରେ ଅନିର୍ଦ୍ଦିଷ୍ଟ କାଳ ଯାଏଁ ଗଣଧାରଣା ଦେବେ ବୋଲି ମଞ୍ଚ ପକ୍ଷରୁ ବାଳକ୍ରୀଷ୍ଣା ପ୍ରଧାନ, ଏସ୍.ସଦାନନ୍ଦ ଦୋରା, ବିକ୍ରମ ବେହେରା ପ୍ରମୁଖ ଚେତାବନୀ ଦେଇଛନ୍ତି । ଆଇନଶୃୃଙ୍ଖଳା ଦୃଷ୍ଟିରୁ ସଦର ଏସ୍ଡିପିଓ ବିଷ୍ଣୁପ୍ରସାଦ ପତି, ବୈଦ୍ୟନାଥପୁର ଥାନା ଆଇଆଇସି ଜୟକୃଷ୍ଣ ପଟ୍ଟନାୟକଙ୍କ ସମେତ ଏକ ପ୍ଲାର୍ଟୁନ୍ ପୋଲିସ ଫୋର୍ସ ମୁତୟନ ରହିଥିଲା । ରାଲିରେ ଅଚେତ ହୋଇଗଲେ ଦୁଇ ମହିଳା ଗଞ୍ଜାମ, ଗଜପତି ଏବଂ କନ୍ଧମାଳ ତିନିଗୋଟି ଜିଲାର ବିଭିନ୍ନ ଅଞ୍ଚଳରୁ ବହୁ କ୍ଷତିଗ୍ରସ୍ତ ଏଜେଣ୍ଟ୍ ଓ ଜମାକାରୀ ମଙ୍ଗଳବାର ପୂର୍ବାହ୍ନରେ ବ୍ରହ୍ମପୁରରେ ପହଞ୍ଚିଥିଲେ । ରେଡ୍ଡିଗ୍ୟାରେଜ୍ ଛକରେ ଶତାଧିକ ପୁରୁଷ ଓ ମହିଳା ହାତରେ ପ୍ଲାକାର୍ଡ ଧରି ନାରାବାଜି ଦେଇ ବିଶାଳ ଶୋଭାଯାତ୍ରାରେ ବିକ୍ଷୋଭ ପ୍ରଦର୍ଶନ କରିଯାଉଥିଲେ । ପ୍ରାୟ ତିନି କିଲୋଟମିର ଚାଲିଚାଲି ରାଲିରେ ଯାଉଥିବା ବେଳେ ସୌଦାମିନୀ ଦଳବେହେରା ଏବଂ ସୁକୁମାରୀ ରେଡ୍ଡି ନାମକ ଦୁଇ ମହିଳା ଅଚେତ ହୋଇ ତଳେ ପଡିଯାଇଥିଲେ । ପରେ ସେମାନଙ୍କୁ ପ୍ରାଥମିକ ଚିକିତ୍ସା କରାଯିବା ପରେ ସୁସ୍ଥ ହୋଇଥିଲେ ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଏ.ଏସ୍‌.ବି.ଏମ ବିଶ୍ୱବିଦ୍ୟାଳୟକୁ କ୍ୟାବିନେଟର ମଞ୍ଜୁରୀ

ଏ.ଏସ୍‌.ବି.ଏମ ବିଶ୍ୱବିଦ୍ୟାଳୟକୁ କ୍ୟାବିନେଟର ମଞ୍ଜୁରୀ

Read More...

ଦ୍ୱିତୀୟ ଜୟବର୍ଦ୍ଧନ ମେମୋରିଆଲ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟର ପୁରୁସ୍କାର ବିତରଣ ଉତ୍ସବ ଅନୁଷ୍ଠିତ  ।

ଦ୍ୱିତୀୟ ଜୟବର୍ଦ୍ଧନ ମେମୋରିଆଲ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟର ପୁରୁସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ।

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: