କାନ୍ସ କୁଇନଙ୍କ ଅପେକ୍ଷାରେ ଦର୍ଶକ

May 20, 2019, ମନୋରଞ୍ଜନ, , Bhagyaprabha News Bureau
କାନ୍ସ କୁଇନଙ୍କ ଅପେକ୍ଷାରେ ଦର୍ଶକ
Bhagyaprabha News Bureau
May 20, 2019

କାନ୍ସ ଫିଲ୍ମ ଫେଷ୍ଟିଭାଲ୍ ୨୦୧୯ରେ ଦୀପିକା ଓ ପିସିଙ୍କ ଭଳି ନାମୀଦାମୀ ନାୟିକାଙ୍କ ରାଜକୀୟ ଜଲୱା ରେଡ୍ କାର୍ପେଟ୍ର ଶୋଭା ବଢ଼ାଉଥିଲେ ମଧ୍ୟ ସିନେପ୍ରେମୀ ଐଶ୍ଙ୍କ ଅପେକ୍ଷାରେ ଅଛନ୍ତି । ସତେ ଯେମିତି ଐଶ୍ଙ୍କ ବିନା କାନ୍ସ ଫିଲ୍ମ ଫେଷ୍ଟିଭାଲ୍ ଅଧୁରା ଅଧୁରା ଲାଗୁଛି । ତେବେ ସିନେପ୍ରେମୀ ଓ ପ୍ରଶଂସକଙ୍କ ସେହି ଅପେକ୍ଷାର ଅନ୍ତ ଘଟିଛି ଏବଂ କାନ୍ସ କୁଇନ୍ ଐଶ୍ ତାଙ୍କର ନହ୍ନିପରୀ ଆରାଧ୍ୟାଙ୍କ ସହିତ ଫେଷ୍ଟିଭାଲରେ ସାମିଲ୍ ହେବା ପାଇଁ ବାହାରିଛନ୍ତି । ହଳଦିଆ, କଳା ଓ ଧଳା ରଙ୍ଗର କମ୍ବିନେସନ୍ ସୁଟରେ ଥିଲେ ଐଶ୍ । ଐଶ୍ ଓ ଆରାଧ୍ୟାଙ୍କୁ ଏୟାରପୋର୍ଟଠାରେ ସ୍ପଟ୍ କରାଯାଇଥିଲା । କାନ୍ସ ଫିଲ୍ମ ଫେଷ୍ଟିଭାଲ୍ ସହିତ ଐଶଙ୍କ ସମ୍ପର୍କ ବହୁତ ପୁରୁଣା ଥିଲେ ମଧ୍ୟ ଆରାଧ୍ୟା ଗତ ବର୍ଷ ହିଁ ଫେଷ୍ଟିଭାଲ୍ ଡେବ୍ୟୁ କରିଛନ୍ତି ।୨୦୦୨ରେ ଐଶ୍ ପ୍ରଥମ ଥର ପାଇଁ କାନ୍ସରେ ଯୋଗ ଦେଇଥିଲେ, ଯାହାକି ଆଜିପର୍ଯ୍ୟନ୍ତ ଚାଲିଆସିଛି । ତେଣୁ ଐଶଙ୍କୁ ପ୍ରଶଂସକ ମହଲରେ କାନ୍ସ କୁଇନ୍ ଉପାଧି ମିଳିଛି । ତେବେ ଚଳିତବର୍ଷ କାନ୍ସ କୁଇନଙ୍କ ଜଲୱା ଦେଖିବା ପାଇଁ ତାଙ୍କ ପ୍ରଶଂସକ ଅପେକ୍ଷା କରିଛନ୍ତି ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ରାଜଧାନୀରେ ଜଳିବ ଏଲ୍‌ଇଡି ଷ୍ଟ୍ରିଟ୍ ଲାଇଟ୍

ରାଜଧାନୀରେ ଜଳିବ ଏଲ୍‌ଇଡି ଷ୍ଟ୍ରିଟ୍ ଲାଇଟ୍

Read More...

  ଆସନ୍ତା ୬ ରୁ ଆରମ୍ଭ ହେବ ଏଫଆଇଏଚ୍ ପୁରୁଷ ହକି ଫାଇନାଲ୍ ସିରିଜ

ଆସନ୍ତା ୬ ରୁ ଆରମ୍ଭ ହେବ ଏଫଆଇଏଚ୍ ପୁରୁଷ ହକି ଫାଇନାଲ୍ ସିରିଜ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: