ଫଳାଫଳ ପୂର୍ବରୁ ଏକଜିଟ୍ ପୋଲ ଆକଳନ

May 20, 2019, ରାଜନୀତି, , Bhagyaprabha News Bureau
ଫଳାଫଳ ପୂର୍ବରୁ ଏକଜିଟ୍ ପୋଲ ଆକଳନ
Bhagyaprabha News Bureau
May 20, 2019

ଏ ପର୍ଯ୍ୟନ୍ତ ଯେଉଁ ଏକଜିଟ୍ ପୋଲ ସାମ୍ନାକୁ ଆସିଛି ସେହି ଅନୁସାରେ ୨୦୧୯ରେ ପୁଣି ଥରେ ମୋଦି ସରକାର ସରକାର ଗଢ଼ି ପାରନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ଯେଉଁସବୁ ଚ୍ୟାନେଲ ୫୪୨ ଆସନର ଲାଗି ଆକଳନ କରିଛନ୍ତି।ସେହି ଆଧାରରେ


ଜି ମହା ଏକଜିଟ ପୋଲ - ବିଜେପି ନେତୃତ୍ୱରେ ଏନଡିଏକୁ ୩୦୦ ଆସନ ମିଳିବାର ଅନୁମାନ କରାଯାଉଛି। ୟୁପିଏକୁ ୧୨୮ ଓ ଅନ୍ୟାନ୍ୟକୁ ୧୧୪ ଆସନ ମିଳିବ ବୋଲି ଆକଳନ ହୋଇଛି।


ଟାଇମ୍ସ ନାଓ - ଭିଏମଆରର ସର୍ଭେ ଅନୁସାରେ ବିଜେପି ନେତୃତ୍ୱରେ ଏନଡିଏକୁ ସ୍ପଷ୍ଟ ବହୁମତ ମିଳିବ ବୋଲି ଅନୁମାନ କରିଛି। ଏହି ଆକଳନ ଅନୁସାରେ ଏନଡିଏକୁ ୩୦୬ ଆସନ ମିଳିପାରେ।ୟୁପିଏକୁ ୧୩୨ ଓ ଅନ୍ୟକୁ ୧୦୪ ଆସନ ମିଳିବ ବୋଲି ଅନୁମାନ କରାଯାଉଛି। ଏହି ଆକଳନ ମୁତାବକ ଉତ୍ତରପ୍ରଦେଶରେ ଏସପି ବିଏସପି ମହାମେଣ୍ଟ ପରେ ବି ବିଜେପିକୁ ସଫଳତା ମିଳିପାରେ। ରାଜ୍ୟର ୮୦ଟି ଆସନରୁ ୫୮ଟି ଆସନରେ ବିଜେପିକୁ ବହୁମତ ମିଳିପାରେ। ଏସପି ବିଏସପି ମହାମେଣ୍ଟକୁ ୨୦ ଆସନ ମିଳିବ ବୋଲି ଅନୁମାନ କରାଯାଉଛି।


ଆଜତକ-ଏକ୍ସି ମାଇଁ ଇଣ୍ଡିଆ


ଆଜତକ-ଏକ୍ସି ମାଇଁ ଇଣ୍ଡିଆର ସର୍ଭେ ଅନୁସାରେ ମଧ୍ୟପ୍ରଦେଶରେ ବିଜେପିକୁ ୨୬-୨୮, କଂଗ୍ରେସକୁ ୧-୩ ସିଟ ମିଳିବାର ଅନୁମାନ କରାଯାଉଛି। ସେହିପରି ଛତିଶଗଡ଼ରେ ବିଜେପିକୁ ୭-୮, କଂଗ୍ରେସକୁ ୩-୪ ସିଟ ମିଳିବାରୁ ଅନୁମାନ ହେଉଛି। ରାଜସ୍ଥାନରେ ବିଜେପିକୁ ୨୩-୨୫ ଆସନ, କଂଗ୍ରେସକୁ ୦-୨ ମିଳିବ ବୋଲି ଅନୁୋନ ହୋଇଛି।


ରିପବ୍ଲିକ ଭାରତ ଓ ସି ଭୋଟର


ରିପବ୍ଲିକ ଭାରତ ଓ ସି ଭୋଟରର ସର୍ଭେ ଅନୁସାରେ ଏନଡିଏକୁ ୨୮୭, ୟୁପିଏକୁ ୧୨୮, ମେଣ୍ଟକୁ ୪୦, ଅନ୍ୟକୁ ୮୭ ମିଳିବାର ଅନୁମାନ ରହିଛି।


ଓଡିଶାରେ କିଏ ଗଢିବ ସରକାର?


ଓଡ଼ିଶାରେ ୨୧ ଲୋକସଭା ଆସନ ଲାଗି ଭୋଟିଂ ହୋଇଛି।


ରିପ୍ଲବିକ୍ ସିଭୋଟର- ସର୍ଭେ ଅନୁସାରେ ବିଜେଡିକୁ ଏଥର ୧୧ ଲୋକସଭା ଆସନରେ ବିଜୟ ହେବ। ସେହିପରି ବିଜେପିକୁ ୧୦ଟି ଆସନରେ ସଫଳତା ମିଳିପାରେ ସେପଟେ କଂଗ୍ରେସକୁ ରି ପ୍ଲବିକ୍ ଆକଳନ ଅନୁସାରେ କିଛିବି ସିଟ୍ ରେ ସଫଳତା ମିଳିବ ନାହିଁ।


ଇଣ୍ଡିଆ ଟିଭି - ସର୍ଭେ ଅନୁସାରେ ବିଜେଡିକୁ ୧୫ଆସନ, ବିଜେପିକୁ ୬ଟି ଆସନ ସେହିପରି କଂଗ୍ରେସକୁ ଗୋଟିଏ ସିଟରେ ସଫଳତା ମିଳିପାରେ।


ଟାଇମ୍ନ ନାଓ - ସର୍ଭେ ଅନୁସାରେ ବିଜେଡିକୁ ୨୧ରୁ ୮ ଆସନ ବିଜେପିକୁ ୧୨ ଆସନ ଓ କଂଗ୍ରେସକୁ ଗୋଟିଏ ଆସନରେ ସଫଳତା ମିଳିପାରେ।


ଏବିପି ନ୍ୟୁଜ୍ - ଅନୁସାରେ ବିଜେଡିକୁ ୧୨ଟି ଆସନ, ବିଜେପିକୁ ୯ ଓ କଂଗ୍ରେସକୁ କୌଣସି ବି ଆସନରେ ସଫଳତା ମିଳିବନାହିଁ।


ଏହି ତିନୋଟି ସଂସ୍ଥାର ଆକଳନକୁ ଯଦି ଆମେ ଦେଖିବା ତେବେ ୨୦୧୪ ତୁଳନାରେ ଭାରତୀୟ ଜନତା ପାର୍ଟିକୁ ଅଧିକ ଆସନ ମିଳିବ ଓ ସବୁବେଳେ ୧୫ରୁ ଅଧିକ ଆସନରେ ବିଜୟ ଦେଖୁଥିବା ବିଜେଡିକୁ ତୃଳନାତ୍ମକ କମ୍ ଆସନରେ ସିଟ୍ ମିଳିବ। ଏହା ସହିତ ଗତ ୧୫ବର୍ଷ ହେବ ଓଡ଼ିଶାରେ ବିରୋଧୀ ଦଳ ଆସନରେ ବସୁଥିବା କଂଗ୍ରେସକୁ ଏଥର ମାତ୍ର ଗୋଟିଏ ଦୁଇଟି ଆସନରେ ସନ୍ତୁଷ୍ଟ ହେବାକୁ ପଡ଼ିବ। ତେବେ ଏକଜିଟ୍ ପୋଲର ଆକଳନ କେତେଦୂର ଠିକ୍ ହେଉଛି ଅବା ଭୂଲ ହେଉଛି। ତାହା ୨୩ ତାରିଖରେ ହିଁ ସ୍ପଷ୍ଟ ହୋଇଯିବ।





Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଅସହ୍ୟ ତାତିରେ ଜଳୁଛି  ଓଡ଼ିଶା ,  ଜନଜୀବନ  ଅସ୍ତବ୍ୟସ୍ତ

ଅସହ୍ୟ ତାତିରେ ଜଳୁଛି ଓଡ଼ିଶା , ଜନଜୀବନ ଅସ୍ତବ୍ୟସ୍ତ

Read More...

ଫିଲ୍ମ ମଲାଲରୁ ବଲିଉଡରେ ଏଣ୍ଟ୍ରି କରିବେ ୨  ଷ୍ଟାରକିଡ !

ଫିଲ୍ମ ମଲାଲରୁ ବଲିଉଡରେ ଏଣ୍ଟ୍ରି କରିବେ ୨ ଷ୍ଟାରକିଡ !

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: