ବିଭିନ୍ନ ସଙ୍ଗଠନ ପକ୍ଷରୁ ଭଞ୍ଜନଗର ବନ୍ଦ ଡାକରା

May 21, 2019, ଓଡ଼ିଶା, ଗଞ୍ଜାମ, Bhagyaprabha News Bureau
ବିଭିନ୍ନ ସଙ୍ଗଠନ ପକ୍ଷରୁ  ଭଞ୍ଜନଗର ବନ୍ଦ ଡାକରା
Bhagyaprabha News Bureau
May 21, 2019

ଓଡିଶା ସଡକ ରାଜ୍ୟ ପରିବହନ ନିଗମ ଭଞ୍ଜନଗର ଶାଖା କର୍ମଚାରୀଙ୍କୁ ୭ ମାସର ଦରମା ପ୍ରଦାନ କରିବା ଦାବିରେ ଆଜି ଭଞ୍ଜନଗରରେ ବନ୍ଦ ଡାକରା ଦିଆଯାଇଛି | ଏହା ସହ ଭଞ୍ଜନଗର ୟୁନିଟକୁ ଅନ୍ୟତ୍ର ସ୍ଥାନାନ୍ତର ନିର୍ଦ୍ଦେଶକୁ ପ୍ରତ୍ୟାହାର କରିବା ଦାବିରେ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଭଞ୍ଜନଗରରେ ଚକଅଖ ବନ୍ଦ ହୋଇଛି। ଏହି କ୍ରିୟାନୁଷ୍ଠାନ କମିଟିରେ ଭଞ୍ଜନଗର ସହରର ୧୮ ଟି ସଂଘ ସାମିଲ ହୋଇଛନ୍ତି।ଓଏସଆରଟିସି କର୍ମଚାରୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ଆଜି ୧୦ ଦିନରେ ପହଞ୍ଚିଥିବା ବେଳେ ନୂତନ ଭାବେ ଗଠିତ କ୍ରିୟାନୁଷ୍ଠାନ କମିଟି ଭଞ୍ଜନଗର ବନ୍ଦ କରିଛନ୍ତି। ପରିବହନ କର୍ମଚାରୀଙ୍କୁ ଦରମା ଦେବା ସହ ଭଞ୍ଜନଗର ଓଏସଆରଟିସି ବସଷ୍ଟାଣ୍ଡ ସ୍ଥାନାନ୍ତରଣକୁ ବିରୋଧ କରିଛନ୍ତି ସ୍ଥାନୀୟ ଲୋକ | ଏଥିରେ ଭଞ୍ଜନଗର ସହରକୁ ସମସ୍ତ ପ୍ରବେଶ ପଥ ବନ୍ଦ କରିଦେଇଥିବା ବେଳେ ଦୋକାନ ବଜାର ଓ ବିଭିନ୍ନ କାର୍ଯ୍ୟାଳୟକୁ ମଧ୍ୟ ବନ୍ଦ କରିଦେଇଛନ୍ତି। ଏଥିରେ ଯାତାୟାତ ସେବା ବାଧାପ୍ରାପ୍ତ ହୋଇଛି |




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଟ୍ରକ ଧକ୍କାରେ ୨ ଭାଲୁ ମୃତ

ଟ୍ରକ ଧକ୍କାରେ ୨ ଭାଲୁ ମୃତ

Read More...

ଆୟ ବହିର୍ଭୁତ ମାମଲାରେ ମୁଲାୟମ ଏବଂ ଅଖିଲେଶଙ୍କୁ ସୁପ୍ରିମକୋର୍ଟର  କ୍ଲିନଚାଟ୍

ଆୟ ବହିର୍ଭୁତ ମାମଲାରେ ମୁଲାୟମ ଏବଂ ଅଖିଲେଶଙ୍କୁ ସୁପ୍ରିମକୋର୍ଟର କ୍ଲିନଚାଟ୍

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: