ଭୋଟ ଗଣତି ପୁର୍ବରୁ ବ୍ରହ୍ମପୁରର ସ୍ଥିତି ସମୀକ୍ଷା କଲେ ଜିଲ୍ଲାପାଳ ଓ ଏସପି

May 22, 2019, ଓଡ଼ିଶା, ଗଞ୍ଜାମ, Bhagyaprabha News Bureau
ଭୋଟ ଗଣତି ପୁର୍ବରୁ ବ୍ରହ୍ମପୁରର ସ୍ଥିତି ସମୀକ୍ଷା କଲେ ଜିଲ୍ଲାପାଳ ଓ ଏସପି
Bhagyaprabha News Bureau
May 22, 2019

ବ୍ରହ୍ମପୁରର ଶିଳ୍ପ ତାଲିମ ଅନୁଷ୍ଠାନରେ ଦିଗପହଣ୍ଡି, ଚିକିଟି ଏବଂ ସାନଖେମୁଣ୍ଡି ବିଧାନସଭା ନିର୍ବାଚନମଣ୍ଡଳୀର ଭୋଟ ଗଣତି ହେବ । ଚଳିତ ସାଧାରଣ ନିର୍ବାଚନର ଭୋଟ୍‌ ଗଣତି ପାଇଁ ପ୍ରଶାସନିକସ୍ତରରେ ପ୍ରସ୍ତୁତି ଚୂଡ଼ାନ୍ତ ହୋଇସାରିଛି। ସେହିଭଳି ସରକାରୀ ପଲିଟେକ୍‌ନିକ୍‌ କଲେଜଠାରେ ବ୍ରହ୍ମପୁର ଏବଂ ଗୋପାଳପୁର ବିଧାନସଭା ନିର୍ବାଚନମଣ୍ଡଳୀର ଭୋଟ ଗଣତି କରାଯିବ । ଭୋଟ ଗ୍ରହଣ ପରଠାରୁ ଉଭୟ ସ୍ଥାନରେ ଇଭିଏମ୍‌ ଏବଂ ଭିଭିପାଟ୍‌ ମେଶିନ୍‌କୁୁ ସୁରକ୍ଷିତ ରଖାଯାଇଛି । ଆସନ୍ତାକାଲି ଭୋଟ ଗଣତି ପୁର୍ବରୁ ଆଜି ଅଧିକାରୀମାନେ ଭୋଟ୍‌ ଗଣତି ପ୍ରସ୍ତୁତିର ସମୀକ୍ଷା କରିଛନ୍ତି ।


1558537112.jpg


ଦୁଇ ପର୍ଯ୍ୟବେକ୍ଷକଙ୍କ ସହ ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ, ଅତିରିକ୍ତ ଜିଲାପାଳ ଲକ୍ଷ୍ମୀକାନ୍ତ ସେଠୀ, ବ୍ରହ୍ମପୁର ଏସ୍‌ପି ପିନାକ ମିଶ୍ର, ଅତିରିକ୍ତ ଏସ୍‌ପି ପ୍ରଭାତ ରାଉତରାୟ, ଡିଆଇବି ଡିଏସ୍‌ପି ଅଜୟ ମିଶ୍ର, ଡିଏସ୍‌ପି ଜେ.କେ. ପଟ୍ଟନାୟକ, ବ୍ରହ୍ମପୁର ଉପଜିଲାପାଳ ଦିଗନ୍ତ କୁମାର ରାଉତରାୟ, ବ୍ରହ୍ମପୁର ମହାନଗର ନିଗମର ଡେପୁଟି କମିଶନର୍‌ ସୌରୀନ୍ଦ୍ର କୁମାର ରାଉତରାୟ ପ୍ରମୁଖ ଭୋଟ୍‌ ଗଣତି ପାଇଁ କରାଯାଇଥିବା ପ୍ରସ୍ତୁତିକୁ ବୁଲି ଦେଖିଥିଲେ । ଶାନ୍ତିଶୃଙ୍ଖଳାର ସହ ଭୋଟ୍‌ ଗଣତି ସାରିବାକୁ ଅଧିକାରୀମାନେ ଗୁରୁତ୍ୱ ଦେଇଥିଲେ ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ପୁରୁଣା ବ୍ରହ୍ମପୁର ଅଞ୍ଚଳରେ ହନୁମାଙ୍କଡ଼ ଆତଙ୍କ

ପୁରୁଣା ବ୍ରହ୍ମପୁର ଅଞ୍ଚଳରେ ହନୁମାଙ୍କଡ଼ ଆତଙ୍କ

Read More...

ଏକଜିଟ୍ ପୋଲ୍ କୁ ନେଇ ସଟା ବଜାର ସରଗରମ

ଏକଜିଟ୍ ପୋଲ୍ କୁ ନେଇ ସଟା ବଜାର ସରଗରମ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: