ମୋଦୀଙ୍କ ଶପଥ ଗ୍ରହଣରେ ସାମିଲ ହେବେ ପଶ୍ଚିମବଙ୍ଗ ପୁରୁଲିଆର ୫୪ ପରିବାର!

May 30, 2019, ରାଜନୀତି, , Bhagyaprabha News Bureau
ମୋଦୀଙ୍କ ଶପଥ ଗ୍ରହଣରେ ସାମିଲ ହେବେ ପଶ୍ଚିମବଙ୍ଗ ପୁରୁଲିଆର ୫୪ ପରିବାର!
Bhagyaprabha News Bureau
May 30, 2019

ପଶ୍ଚିମବଙ୍ଗରେ ନିର୍ବାଚନୀ ହିଂସାରେ ପ୍ରାଣ ହରାଇଥିବା ୫୪ ଜଣ ବିଜେପି କର୍ମୀଙ୍କ ପରିବାର ଲୋକଙ୍କୁ ଆଜି ଅନୁଷ୍ଠିତ ହେବାକୁ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଶପଥ ଗ୍ରହଣ ଉତ୍ସବକୁ ସ୍ବତନ୍ତ୍ର ଅତିଥି ଭାବେ ଆମନ୍ତ୍ରଣ କରାଯାଇଛି। ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ଓ ମୋଦୀଙ୍କ ମଧ୍ୟରେ ମଙ୍ଗଳବାର ଅନୁଷ୍ଠିତ ମାରାଥନ ବୈଠକରେ ଏ ସମ୍ବନ୍ଧରେ ନିଷ୍ପତ୍ତି ନିଆଯାଇଥିଲା । ୨୦୧୮ ପଞ୍ଚାୟତ ନିର୍ବାଚନ ଓ ସାଧାରଣ ନିର୍ବାଚନ ବେଳେ ହିଂସାରେ ପ୍ରାଣ ହରାଇଥିବା ପୁରୁଲିଆର ବିଜେପି କର୍ମୀଙ୍କ ପରିବାର ସଦସ୍ୟ ପ୍ରଧାନମନ୍ତ୍ରୀଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେବାର ସିଦ୍ଧାନ୍ତ ହୋଇଛି । ପ୍ରତ୍ୟେକ ପରିବାରରୁ ୨ ଜଣ ଲେଖାଏଁ ସଦସ୍ୟ ମୋଦୀଙ୍କ ଶପଥ ଗ୍ରହଣ କାର୍ଯ୍ୟକ୍ରମରେ ଉପସ୍ଥିତ ରହିବେ। ଶପଥ ଗ୍ରହଣର ଦିନକ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦୀ ଓ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ମଙ୍ଗଳବାର ଏକ ଗୁରୁତ୍ବପୂର୍ଣ୍ଣ ବୈଠକରେ କରିଥିଲେ। ୫ ଘଣ୍ଟା ଧରି ଅନୁଷ୍ଠିତ ଏହି ବୈଠକରେ ନୂତନ ମନ୍ତ୍ରୀମଣ୍ଡଳର ରୂପରେଖ ସମ୍ବନ୍ଧରେ ଆଲୋଚନା ହୋଇଥିଲା। ରାଜନାଥ ସିଂହ, ପୀୟୁଷ ଗୋଏଲ, ନିର୍ମଳା ସୀତାରମଣ, ସ୍ମୃତି ଇରାନୀ, ନୀତୀନ ଗଡ଼କାରୀ ପ୍ରମୁଖ ନିଜ ପଦ କାଏମ ରଖିବେ ବୋଲି ରିପୋର୍ଟ ମିଳିଛି। ବିଜେପି ନେତୃତ୍ବାଧୀନ ଏନ୍‌ଡିଏ ୫୪୫ ଆସନ ବିଶିଷ୍ଟ ଲୋକସଭା ଆସନ ମଧ୍ୟରୁ ୩୫୨ଟିରେ ବିଜୟଲାଭ କରିଛି। ମୋଦୀ ବିଜେପିର ପ୍ରଥମ ନେତା ଭାବେ କ୍ରମାଗତ ଦ୍ବିତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ହେବେ




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ରଥଯାତ୍ରା ପାଇଁ ଦ୍ବିତୀୟ ସମନ୍ବୟ କମିଟି ବୈଠକ

ରଥଯାତ୍ରା ପାଇଁ ଦ୍ବିତୀୟ ସମନ୍ବୟ କମିଟି ବୈଠକ

Read More...

ଖଲ୍ଲିକୋଟ କଲେଜର ଦୈନନ୍ଦିନ କାର୍ଯ୍ୟରେ ସମସ୍ୟା: ବହୁ ଅଣଶିକ୍ଷକ ପଦବୀ ଖାଲି

ଖଲ୍ଲିକୋଟ କଲେଜର ଦୈନନ୍ଦିନ କାର୍ଯ୍ୟରେ ସମସ୍ୟା: ବହୁ ଅଣଶିକ୍ଷକ ପଦବୀ ଖାଲି

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: