ସୋନିଆ ଗାନ୍ଧୀ ହେଲେ କଂଗ୍ରେସ ସଂସଦୀୟ ଦଳର ନେତ୍ରୀ !

June 01, 2019, ରାଜନୀତି, , Bhagyaprabha News Bureau
ସୋନିଆ ଗାନ୍ଧୀ ହେଲେ  କଂଗ୍ରେସ ସଂସଦୀୟ ଦଳର ନେତ୍ରୀ !
Bhagyaprabha News Bureau
June 01, 2019

ପୁଣିଥରେ କଂଗ୍ରେସ୍‌ ସଂସଦୀୟ ଦଳର ନେତ୍ରୀ ହେଲେ ସୋନିଆ ଗାନ୍ଧୀ । ନବନିର୍ବାଚିତ କଂଗ୍ରେସ ଲୋକସଭା ସାଂସଦଙ୍କର ପ୍ରଥମ ବୈଠକରେ ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ସଂସଦୀୟ ଦଳର ନେତ୍ରୀ ଭାବେ ପୁଣି ଥରେ ନିର୍ବାଚିତ କରାଯାଇଛି। ଏହି ବୈଠକରେ କଂଗ୍ରେସ୍‌ ଅଧ୍ୟକ୍ଷ ରାହୁଲ୍‌ ଗାନ୍ଧୀ ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ସମେତ ଅନେକ ବରିଷ୍ଠ ନେତା ଉପସ୍ଥିତ ଥିଲେ ।ଏନେଇ ଟୁଇଟ୍‌ ଯୋଗେ ସୂଚନା ଦେଇଛନ୍ତି କଂଗ୍ରେସ୍‌ ମିଡିଆ ପ୍ରଭାରୀ ରଣଦୀପ ସିଂହ ସୁରେଜବାଲ୍‌ । ଏହା ସହ କହିଛନ୍ତି ୧୨.୧୩ କୋଟି ଭୋଟରଙ୍କୁ ଧନ୍ୟବାଦ ଦେବାକୁ ଚାହୁଁଛୁ ଯିଏ କଂଗ୍ରେସ୍‌ ଉପରେ ବିଶ୍ୱାସ କରିଛନ୍ତି ।ସୂଚନାଯୋଗ୍ୟ, ଉତ୍ତର ପ୍ରଦେଶର ରାଏବରେଲି ନିର୍ବାଚନ ମଣ୍ଡଳୀରୁ ବିଜେପି ପ୍ରାର୍ଥୀ ଦିନେଶ ପ୍ରତାପ ସିଂହଙ୍କୁ ୧. ୬୭ ଲକ୍ଷରୁ ଅଧିକ ଭୋଟ୍‌ରେ ପରାଜିତ କରିଛନ୍ତି ସୋନିଆ ଗାନ୍ଧୀ ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଶୀତଳଷଷ୍ଠୀ ପାଇଁ ଚଳଚଞ୍ଚଳ ପଶ୍ଚିମଓଡ଼ିଶା !

ଶୀତଳଷଷ୍ଠୀ ପାଇଁ ଚଳଚଞ୍ଚଳ ପଶ୍ଚିମଓଡ଼ିଶା !

Read More...

 ଆଜି ଓଡିଶାରେ ପହଞ୍ଚିବ କଳ୍ପନାଙ୍କ ପାର୍ଥୀବ ଶରୀର

ଆଜି ଓଡିଶାରେ ପହଞ୍ଚିବ କଳ୍ପନାଙ୍କ ପାର୍ଥୀବ ଶରୀର

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: