ବ୍ରହ୍ମପୁର ରକ୍ତ ଭଣ୍ଡାର ପରିସର ରେ ସଫେଇ କାର୍ଯ୍ୟକ୍ରମ

June 02, 2019, ଓଡ଼ିଶା, ଗଞ୍ଜାମ, Bhagyaprabha News Bureau
ବ୍ରହ୍ମପୁର ରକ୍ତ ଭଣ୍ଡାର ପରିସର ରେ ସଫେଇ କାର୍ଯ୍ୟକ୍ରମ
Bhagyaprabha News Bureau
June 02, 2019

ବ୍ରହ୍ମପୁର ସବୁଜ ବାହିନୀ , ଆଞ୍ଚଳିକ ବିକାଶ ପରିଷଦ (ଗୁଣ୍ଠବନ୍ଧ),ମାରଓ୍ବାଡି ମହିଳା ସମିତି , ନେଚର ଲଭର୍ସ ଓଡିଶା , ବକ୍ସିଂ ଓଡିଶା ଓ ରକ୍ତ ଭଣ୍ଡାର କର୍ମଚାରୀଙ୍କ ମିଳିତ ଉଦ୍ୟମରେ ରକ୍ତ ଭଣ୍ଡାର ପରିସର ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଅନେକ ଦିନରୁ ରକ୍ତ ଭଣ୍ଡାର ପରିସରରେ ଅନେକ ଆବର୍ଜନା ପଡିରହି ପରିବେଶ ଅସ୍ବସ୍ଥିକର ହୋଇପଡିଥିଲା , ସୂଚନା ଥାଉକି ଦିର୍ଘ ଏକ ମାସ ହେଲା ଏହି ଅନୁଷ୍ଠାନ ମାନଙ୍କ ତରଫରୁ ଆସନ୍ତୁ ଗଢିବା ରକ୍ତ ସମ୍ପର୍କ ନାମକ ରକ୍ତ ଦାନ ଶିବିର ରକ୍ତଭଣ୍ଡାରରେ ଆୟୋଜନ ହେଉଛି , ସେହି ସମୟରୁ ଏହି ରକ୍ତ ଭଣ୍ଡାରର ଚର୍ତୁପାଶ୍ବ ସଫାକରିବାକୁ ସ୍ବେଚ୍ଛାସେବୀ ମାନେ ମନସ୍ତ କରିଥିଲେ ଆଜି ବିଭିନ୍ନ ଅନୁଷ୍ଠାନରୁ ପ୍ରାୟ ପଚାଶରୁ ଉର୍ଦ୍ଦ୍ବ ସଦସ୍ୟ ସଫେଇ ରେ ଯୋଗଦେଇ ଥିଲେ । ବ୍ରହ୍ମପୁର ମହାନଗର ନିଗମ କମିଶନଙ୍କର ନିର୍ଦ୍ଦେଶକ୍ରମେ ଅତିରିକ୍ତ ଜନସ୍ବାସ୍ଥ୍ୟ ଅଧିକାରୀ ଡ.ରଞ୍ଜିତ କୁମାର ପାତ୍ରଙ୍କ ତତ୍ବାବଧାନରେ ସଫେଇ କର୍ମଚାରୀ ମଧ୍ୟ ଯୋଗଦେଇଥିଲେ ।


1559464003.jpg


ସଫେଇରେ ପ୍ରାୟ ସାତ ଟ୍ରାକ୍ଟର ଆବର୍ଜନା ବାହାରିଥିଲା। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ରେଞ୍ଜର ଏ.ରାଜାରାଓ ସୁବୁଦ୍ଧି ,ଡା.ରଶ୍ମିତା ପାଣିଗ୍ରାହୀ, ସବୁଜ ବାହିନୀର ସଭାପତି ଶିବରାମ ପାଣିଗ୍ରାହୀ ,ସଂପାଦକ ଏମ୍.ଦିଲ୍ଲିପ୍ କୁମାର,ପରିଷଦର ସଭାପତି ସାଗର କୁମାର ପାତ୍ର ,ସଂପାଦକ ବିଜେନ୍ଦ୍ର ମାଝି, ବନମାଳୀ ପ୍ରଧାନ,ସନିଆ ଗୈଡ,ଦିପକ ପାତ୍ର,ମହିଳା ସମିତିର ସଂପାଦିକା ରୁବି ଖେମାଣୀ,ସ୍ନେହା ବାଗାଡିଆ,ବକ୍ସିଂ ଓଡିଶାର ସଂପାଦକ କବିରାଜ ଗୈ।ଡ,ମହାତ୍ମା ହେଲ୍ପିଂ ହ୍ୟାଣ୍ଡ ର ଏମ୍.ଭେଙ୍କଟ ରାମାଣା, ଧର୍ମରାଜ ପାତ୍ର, ସର୍ପ ଉଦ୍ଧାରକାରୀ ଭି.ରାମା ପାତ୍ର ଓ ନେଚର୍ସ ଲଭର୍ସ ଓଡିଶା ର ଆବାହକ ଶ୍ରୀନିବାସ ରାଜନ ଙ୍କ ସମେତ ବହୁ ସ୍ବେଚ୍ଛାସେବୀ ଯୋଗଦେଇ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ବୃନ୍ଦାବନ ଚନ୍ଦ୍ର ଆଞ୍ଚଳିକ କ୍ରିକେଟ୍ ଟୂର୍ଣ୍ଣାମେଣ୍ଟ୍ ଉଦ୍ଯାପିତ,ସିନ୍ଦୁରପୁର କ୍ରିକେଟ୍ କ୍ଳବ ଚମ୍ପିୟନ୍

ବୃନ୍ଦାବନ ଚନ୍ଦ୍ର ଆଞ୍ଚଳିକ କ୍ରିକେଟ୍ ଟୂର୍ଣ୍ଣାମେଣ୍ଟ୍ ଉଦ୍ଯାପିତ,ସିନ୍ଦୁରପୁର କ୍ରିକେଟ୍ କ୍ଳବ ଚମ୍ପିୟନ୍

Read More...

ତାରାଦେବୀ ଯାତ୍ରା ପାଇଁ ଉତ୍ସବ ମୁଖର ଲାଞ୍ଜିପଲ୍ଲୀ ଅଞ୍ଚଳ , ରଥ ଓ କଳାକୁଞ୍ଜ ଦେଖିବାକୁ ଜମିଛି ଲୋକଙ୍କ ଭିଡ

ତାରାଦେବୀ ଯାତ୍ରା ପାଇଁ ଉତ୍ସବ ମୁଖର ଲାଞ୍ଜିପଲ୍ଲୀ ଅଞ୍ଚଳ , ରଥ ଓ କଳାକୁଞ୍ଜ ଦେଖିବାକୁ ଜମିଛି ଲୋକଙ୍କ ଭିଡ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: