ପ୍ରାଥମିକ ଆଚାର୍ଯ୍ୟ ପ୍ରଶିକ୍ଷଣ ଶିବିର ଉଦଘାଟିତ

June 03, 2019, ଶିକ୍ଷା, ଗଞ୍ଜାମ, Bhagyaprabha News Bureau
ପ୍ରାଥମିକ ଆଚାର୍ଯ୍ୟ ପ୍ରଶିକ୍ଷଣ ଶିବିର ଉଦଘାଟିତ
Bhagyaprabha News Bureau
June 03, 2019

ସୋମବାର ଦିନ ସ୍ଥାନୀୟ ସରସ୍ବତୀ ନଗର ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ପ୍ରାଥମିକ ଆଚାର୍ଯ୍ୟ ପ୍ରଶିକ୍ଷଣ ଶିବିର କାର୍ଯ୍ୟକ୍ରମ ଉଦଘାଟିତ ହୋଇଯାଇଛି । ଶିକ୍ଷାବିକାଶ ସମିତି ସଭାପତି ବିନାୟକ ଦାଶ ଉକ୍ତ ଶିବିର କାର୍ଯ୍ୟକ୍ରମକୁ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଉଦଘାଟନ କରିବା ସହ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ରାଷ୍ଟ୍ର ଗଠନରେ ଆଚାର୍ଯ୍ୟ ଆଚାର୍ଯ୍ଯାଙ୍କ ଭୂମିକା ବିଷୟରେ ଆଲୋକପାତ କରିଥିଲେ । ଏଥିସହ ବର୍ଗ ପ୍ରମୁଖ ତଥା ଦକ୍ଷିଣ ପୂର୍ବ ସଂଭାଗ ସଂଯୋଜକ ପ୍ରକାଶ ଚନ୍ଦ୍ର ତ୍ରିପାଠୀ ଏବଂ ଗଞ୍ଜାମ ବିଭାଗ ନିରୀକ୍ଷକ ସରୋଜ କୁମାର ପଟ୍ଟନାୟକ ପ୍ରମୁଖ ଯୋଗଦେଇ ଆଚାର୍ଯ୍ୟ ଆଚାର୍ଯ୍ଯା ମାନଙ୍କୁ ମାର୍ଗଦର୍ଶନ କରାଇଥିଲେ । ଏହି ପ୍ରଶିକ୍ଷଣ ଶିବିର ଦଶ ଦିନ ଧରି ବିଦ୍ୟାଳୟ ପରିସରରେ ଚାଲୁରହିବ ବୋଲି ଜଣାପଡିଥିବା ବେଳେ ଏଥିରେ ଗଞ୍ଜାମ , ଗଜପତି ଓ ଫୁଲବାଣୀ ଆଦି ଜିଲ୍ଲାର ୫୩ ଟି ବିଦ୍ୟାଳୟର ପ୍ରାୟ ୧୪୮ ଜଣ ପ୍ରଶିକ୍ଷାର୍ଥୀ ଶିବିରରେ ଅଂଶଗ୍ରହଣ କରି ଶିକ୍ଷାଦାନ ପଦ୍ଧତି , ଆଚାର୍ଯ୍ୟ ଆଚାର୍ଯ୍ଯାଙ୍କ କର୍ତ୍ତବ୍ୟ , ସଂସ୍କୃତି ତଥା ରାଷ୍ଟ୍ର ନିର୍ମାଣ ଆଦି ବିଷୟରେ ଶିକ୍ଷା ଗ୍ରହଣ କରି ସମାଜକୁ କିପରି ଭାବେ ସଠିକ ମାର୍ଗଦର୍ଶନ କରିପାରିବେ ବୋଲି ଆଲୋଚନା କରାଯାଇଥିଲା । ଏହି ଅବସରରେ ବିଦ୍ୟାମନ୍ଦିର ପ୍ରଧାନ ଆଚାର୍ଯ୍ୟ ରବିନ୍ଦ୍ରନାଥ ଦାଶ ଓ ଭଗବତୀ ପ୍ରସାଦ ମିଶ୍ରଙ୍କ ସମେତ ବିଦ୍ୟାଳୟର ସମସ୍ତ ଗୁରୁଜୀ ଗୁରୁମା ଶିବିରକୁ ପରିଚାଳନା କରିବାରେ ସହାୟତା ପ୍ରଦାନ କରିଥିଲେ ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଗୁରୁଙ୍କ ପାଇଁ ସାବିତ୍ରୀ ବ୍ରତ ପାଳିଲେ କିନ୍ନର

ଗୁରୁଙ୍କ ପାଇଁ ସାବିତ୍ରୀ ବ୍ରତ ପାଳିଲେ କିନ୍ନର

Read More...

ଭାରସାମ୍ୟ ହରାଇ ଓଲଟିଲା ଟ୍ରକ

ଭାରସାମ୍ୟ ହରାଇ ଓଲଟିଲା ଟ୍ରକ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: