ସରିଲା ନନ୍ଦପଡ଼ାର ବମବରାଡ଼ ବାଲୁଙ୍କେଶ୍ୱର ବାବାଙ୍କ ପତରପେଣ୍ଡି

June 04, 2019, ଓଡ଼ିଶା, ସମ୍ବଲପୁର, Bhagyaprabha News Bureau
ସରିଲା ନନ୍ଦପଡ଼ାର ବମବରାଡ଼ ବାଲୁଙ୍କେଶ୍ୱର ବାବାଙ୍କ ପତରପେଣ୍ଡି
Bhagyaprabha News Bureau
June 04, 2019

ଶୀତଳଷଷ୍ଠୀ ପାଇଁ ଚଳଚଞ୍ଚଳ ସମ୍ବଲପୁର ସହର। ସରିଲା ନନ୍ଦପଡ଼ାର ବମବରାଡ଼ ବାଲୁଙ୍କେଶ୍ୱର ବାବାଙ୍କ ପତରପେଣ୍ଡି । ଆଜି ନୃସିଂହ ନିଉତା ବା ଦେବ ନିମନ୍ତ୍ରଣ ଅନୁଷ୍ଠିତ ହେବ । ଆସନ୍ତା ୭ ତାରିଖରେ ଲୋକାଚାରରେ ଦେବ ଦେବ ମହାଦେବଙ୍କ ମାତା ପାର୍ବତୀଙ୍କ ସହ ବିବାହ ସଂପନ୍ନ ହେବ । ଗତକାଲି ବମବରାଡ଼ ବାବା ବାଲୁଙ୍କେଶ୍ୱର ଓ ଜଗତଜଗନୀ ମାଆ ପାର୍ବତୀଙ୍କ ପତରପେଣ୍ଡି ବା ନିର୍ବନ୍ଧ ପାଇଁ ସାରା ସହର ଉତ୍ସବମୁଖରିତ ହୋଇଉଠିଥିଲା । ପତରପେଣ୍ଡି ପାଇଁ ଦଳେଇପଡ଼ାରେ କନ୍ୟାପିତା ପ୍ରକାଶ ପାଣ୍ଡେଙ୍କ ଘରେ ପହଞ୍ଚିଥିଲେ ସପ୍ତଋଷି । ପତରପେଣ୍ଡି ସହ ବିବାହର ତାରିଖ ନିର୍ଘଣ୍ଟ କରାଯାଇଛି। ଆସନ୍ତା ୭ତାରିଖରେ ମହାଦେବଙ୍କ ବିବାହ ଅନୁଷ୍ଠିତ ହେବ , ୮ ତାରିଖ ରାତିରେ ଦେବ ଦମ୍ପତ୍ତି ନଗର ପରିକ୍ରମା ବାହାରି ଭକ୍ତଙ୍କୁ ଦର୍ଶନ ଦେବାବେଳେ ୯ ତାରିଖ ଅପରାହ୍ନରେ ଦେବ ଦମ୍ପତ୍ତି ମନ୍ଦିରରେ ପ୍ରବେଶ କରିବେ ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ପରଲୋକରେ ହାସ୍ୟ ଅଭିନେତା ସଲିଲ ମିତ୍ର

ପରଲୋକରେ ହାସ୍ୟ ଅଭିନେତା ସଲିଲ ମିତ୍ର

Read More...

୯0 ପ୍ରତିଶତରୁ ଅଧିକ ନମ୍ବର ରଖିଲେ ଗଞ୍ଜାମର ୧୩ ପରୀକ୍ଷାର୍ଥୀ

୯0 ପ୍ରତିଶତରୁ ଅଧିକ ନମ୍ବର ରଖିଲେ ଗଞ୍ଜାମର ୧୩ ପରୀକ୍ଷାର୍ଥୀ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: