ବିଶ୍ୱ ପରିବେଶ ଦିବସ ପାଇଁ ରିଲିଜ୍ ହେଲା ଥିମ୍ ସଙ୍ଗ

June 05, 2019, ମନୋରଞ୍ଜନ, , Bhagyaprabha News Bureau
ବିଶ୍ୱ ପରିବେଶ ଦିବସ ପାଇଁ ରିଲିଜ୍ ହେଲା ଥିମ୍ ସଙ୍ଗ
Bhagyaprabha News Bureau
June 05, 2019

ଆଜି ବିଶ୍ୱ ପରିବେଶ ଦିବସ ।ଚଳିତ ବର୍ଷର ଥିମ୍ ବାୟୁ ପ୍ରଦୂଷଣ ଉପରେ ଆଧାରିତ। ତା ପୂର୍ବରୁ ଗତକାଲି କେନ୍ଦ୍ର ପରିବେଶ ମନ୍ତ୍ରାଳୟ ପକ୍ଷରୁ ରିଲିଜ ହୋଇଛି ଏକ ଭିଡିଓ ସଙ୍ଗ୍ । ଯାହାର ଟାଇଟଲ୍ ରହିଛି ହାଓ୍ଵା ଆନେ ଦେ। ଗୀତରେ ଅଭିନୟ କରିଛନ୍ତି ବଲିଉଡ ଅଭିନେତା ଅକ୍ଷୟ କୁମାର। ପାଖାପାଖି ସାଢ଼େ ତିନି ମିନିଟର ଏହି ଭିଡିଓ ମାଧ୍ୟମରେ ବାୟୁ ପ୍ରଦୂଷଣ ରୋକିବା ସହ ପରିବେଶକୁ ସ୍ୱଚ୍ଛ ଓ ସୁନ୍ଦର କରି ଗଢିବା ବାର୍ତ୍ତା ପ୍ରଦାନ କରାଯାଇଛି । ଏହି ଗୀତରେ ବି ଟାଉନର ଅନେକ ସେଲିବ୍ରିଟିଙ୍କୁ ଦେଖିବାକୁ ମିଳିଛି । ବାୟୁ ପ୍ରଦୁଷଣକୁ ରୋକିବା ପାଇଁ ସେଲିବ୍ରିଟିମାନେ ଗୀତ ମାଧ୍ୟମରେ ମେସେଜ୍ ଦେଉଛନ୍ତି । ଗୀତର ପ୍ରଥମ ଦୃଶ୍ୟରେ ଅକ୍ଷୟ କୁମାର ନଜର ଆସିଛନ୍ତି ।ଅନ୍ୟ ତାରକାଙ୍କ ମଧ୍ୟରେ ଅଛନ୍ତି ବିକି କୌଶଲ, ରାଜକୁମାର ରାଓ, କପିଲ୍ ଶର୍ମା, କୋରିଓଗ୍ରାଫର୍ ସାମକ୍ ଡାବର, ସିଙ୍ଗର ସୁନିଧି ଚୌହାନ୍ ଓ ଶଙ୍କର ମହାଦେବନ୍ ଭଳି ଆହୁରି ଅନେକ ନାମୀଦାମୀ ତାରକା ।ବାୟୁ ପ୍ରଦୁଷଣ ସମସ୍ୟାର ସମାଧାଦ ଦିଗରେ ସନ୍ଦେଶ ଦେଇ ଆସୁଥିବା ବିଭିନ୍ନ ସଂସ୍ଥାର କୁନି କୁନି ପିଲାଙ୍କୁ ମଧ୍ୟ ଭିଡିଓରେ ଦେଖିବାକୁ ମିଳିଛି । ଆଗାମୀ ପିଢି ଓ ବାୟୁ ପ୍ରଦୁଷଣ ଜନିତ ସମସ୍ୟାକୁ ନେଇ ସମ୍ପୂର୍ଣ୍ଣ ଗୀତ ଫୋକସ୍ କରାଯାଇଛି । ଗଛ ଲଗାଇବା ଓ ଟ୍ରାଫିକ୍ ପାଇଁ ବାୟୁ ପ୍ରଦୁଷଣ ଉପରେ ଅଧିକ ଗୁରୁତ୍ୱ ଦିଆଯାଇଛି ।






Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ବିଶ୍ୱକପ କ୍ରିକେଟରେ ଭାରତ ସହ ଦକ୍ଷିଣ ଆଫ୍ରିକା ମୁକାବିଲା

ବିଶ୍ୱକପ କ୍ରିକେଟରେ ଭାରତ ସହ ଦକ୍ଷିଣ ଆଫ୍ରିକା ମୁକାବିଲା

Read More...

 ବିଶ୍ୱ ପରିବେଶ ଦିବସ ଉପଲକ୍ଷେ ବିଭିନ୍ନ ସ୍ଥାନରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

ବିଶ୍ୱ ପରିବେଶ ଦିବସ ଉପଲକ୍ଷେ ବିଭିନ୍ନ ସ୍ଥାନରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: