ବଜ୍ରପାତରେ ୧୭ଟି ବଳଦ , ଗାଇ ଓ ବାଛୁରୀର ମୃତ

June 09, 2019, ଓଡ଼ିଶା, ଗଞ୍ଜାମ, Bhagyaprabha News Bureau
ବଜ୍ରପାତରେ ୧୭ଟି ବଳଦ , ଗାଇ ଓ ବାଛୁରୀର ମୃତ
Bhagyaprabha News Bureau
June 09, 2019

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ଭ୍ରମରପୁର ପଞ୍ଚାୟତ ବାଲିଗଡ ଗ୍ରାମ ନିକଟରେ ଶନିବାର ଅପରାହ୍ନ ୩ ଘଣ୍ଟା ସମୟରେ କାଳବୈଶାଖୀ ପ୍ରଭାବରେ ଝଡ ତୋଫାନ ସହ ବଜ୍ରପାତ ହୋଇଥିଲା । ଏହି ବଜ୍ରପାତ ମାଡରେ ୧୪ ଟି ବଳଦ , ୨ ଟି ଗାଇ ଓ ୧ ବାଛୁରୀର ମୃତ୍ୟୁ ଘଟିଥିବା ଜଣାପଡିଛି । ସୂଚନାନୁସାରେ , ଅରଖପଦା ଗ୍ରାମର ନିରଞ୍ଜନ ଶବର , ଘାସି ଶବର , ଜୀବନା ଶବର , ସାଙ୍ଗିନି ଶବର , ସନିଆ ଶବର , ରାମଚନ୍ଦ୍ର ଶବର , ପୁନି ଶବର , ବାଲାଜୀ ଶବର , ସେଡେଙ୍ଗା ଶବର ଏବଂ ବାଲିଗଡ ଗ୍ରାମର ହାଡିଆ ଦଳେଇ , ମୋହନ ଦଳେଇ , ଲୁଲା ନାୟକ , ଜୁରିଆ ନାୟକ ଓ ସମ୍ଭାରୁ ନାୟକଙ୍କ ବଳଦ , ଗାଈ ଓ ବାଛୁରୀ ଏକ ଗଛମୂଳେ ଥିବା ବେଳେ ଏହି ବଜ୍ରପାତ ଘଟିଥିଲା । ଘଟଣାସ୍ଥଳରେ ସେମାନଙ୍କ ମୃତ୍ୟୁ ଘଟିଥିବା ବେଳେ ୨ ଟି ବାଛୁରୀ ଗୁରୁତର ହୋଇଥିବା ଜଣାପଡିଛି ।


1560053042.jpg


ଆହତ ବାଛୁରୀ ୨ଟିକୁ ଦେଶୀ ଉପଚାରରେ ଗ୍ରାମବାସୀ ଚିକିତ୍ସା କରିବା ପରେ ସାମାନ୍ୟ ସୁସ୍ଥ ଥିବା ଜଣାପଡିଛି । ଗ୍ରାମବାସୀଙ୍କ ପକ୍ଷରୁ ଏନେଇ କେ . ନୂଆଗାଁ ଥାନାରେ ଏତଲା ଦିଆଯିବା ସହ ଦିଗପହଣ୍ଡି ତହସିଲଦାର ଅଦୈତ୍ୟ କୁମାର ସ୍ଵାଇଁଙ୍କୁ ଖବର ଦିଆଯାଇଥିଲା । ଭ୍ରମରପୁର ଗ୍ରାମର ସାମାଜିକ କର୍ମୀ ସୁଶାନ୍ତ କୁମାର ଷଡ଼ଙ୍ଗୀ ଘଟଣାସ୍ଥଳରେ ପହଞ୍ଚି ସବିଶେଷ ତଥ୍ୟ ସଂଗ୍ରହ କରି ଫେରିଛନ୍ତି । ସମସ୍ତ କ୍ଷତିଗ୍ରସ୍ତ ଚାଷୀଙ୍କୁ କ୍ଷତିପୂରଣ ପାଇଁ ସାଧାରଣରେ ଦାବି କରିଛନ୍ତି । ବମକୋଇ ପ୍ରାଣୀ ଉପ ଚିକିତ୍ସାଳୟରେ ଡା . ନିରଞ୍ଜନ ପଣ୍ଡାଙ୍କୁ ପଚାରିବାରୁ ବଜ୍ରପାତରେ ପ୍ରାଣୀଙ୍କ ମୃତ୍ୟୁ ଖବର ସେ ପାଇଛନ୍ତି । ରବିବାର ସକାଳେ ଏଲ୍. ଆଇ ବାଳକୃଷ୍ଣ ପ୍ରଧାନଙ୍କ ସହ ସେ ଘଟଣାସ୍ଥଳରେ ପହଞ୍ଚି ପ୍ରାଣୀଗୁଡିକର ମୃତଦେହ ଗୁଡିକୁ ବ୍ୟବଛେଦ କରାଇବେ ବୋଲି କହିଛନ୍ତି ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ସରିଲା ବିବାହ , ଆଜି ନଗର ପରିକ୍ରମା କରିବେ ଦେବ ଦମ୍ପତି

ସରିଲା ବିବାହ , ଆଜି ନଗର ପରିକ୍ରମା କରିବେ ଦେବ ଦମ୍ପତି

Read More...

ବିଶ୍ୱକପ କ୍ରିକେଟରେ ଦ୍ୱିତୀୟ ଥର ପାଇଁ ମଇଦାନକୁ ଓହ୍ଲାଇବ ଭାରତ

ବିଶ୍ୱକପ କ୍ରିକେଟରେ ଦ୍ୱିତୀୟ ଥର ପାଇଁ ମଇଦାନକୁ ଓହ୍ଲାଇବ ଭାରତ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: