ଭୀଷ୍ମଗିରି ଠାକୁରାଣୀ ଯାତ୍ରା ଉଦ୍ଯା‌ପିତ

June 10, 2019, ଓଡ଼ିଶା, ଗଞ୍ଜାମ, Bhagyaprabha News Bureau
ଭୀଷ୍ମଗିରି ଠାକୁରାଣୀ ଯାତ୍ରା ଉଦ୍ଯା‌ପିତ
Bhagyaprabha News Bureau
June 10, 2019

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ଭୀଷ୍ମଗିରି ଗ୍ରାମରେ ଗତ ବୁଧବାରଠାରୁ ଆରମ୍ଭ ହୋଇଥିବା ମା ଅନ୍ନପୂର୍ଣ୍ଣେଶ୍ୱରୀଙ୍କ ଠାକୁରାଣୀ ଯାତ୍ରା ଗତକାଲି ଉଦଯାପିତ ହୋଇଯାଇଛି । ଅସ୍ଥାୟୀ ଯାତ୍ରା ପୀଠରେ ମାଙ୍କ ସ୍ୱତନ୍ତ୍ର ନୀତିକାନ୍ତି ଶେଷ ହେବାପରେ ଏକ ବିରାଟ ପଟୁଆରରେ ବାଦ୍ୟ ବାଜଣା ଓ ଆତସବାଜୀ ଫୁଟାଇ ଯାତ୍ରା ପରିଚାଳନା କର୍ମକର୍ତ୍ତା, ବିଭିନ୍ନ ସାହି ପୂଜା କମିଟି ଓ ସହସ୍ରାଧିକ ଭକ୍ତଙ୍କ ଗହଣରେ ମାଙ୍କୁ ନିଜ ମନ୍ଦିରକୁ ଅଣାଯାଇଥିଲା । ଏହି କଳାକୁଞ୍ଜ ମାନ ନିର୍ମିତ କରାଯିବା ସହ ରାମଦୋଳି , ମୀନାବଜାର ଓ ପ୍ରତ୍ୟେହ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ଯାତ୍ରାର ଆକର୍ଷଣକୁ ବହୁଗୁଣିତ କରିଦେଇଥିଲା । ସେବାୟତ ବି. ଡମ୍ବୁରୁ ରେଡ୍ଡୀ, ରାଜା ରାଓ ରେଡ୍ଡୀ, ବାବୁ ରେଡ୍ଡୀ , ଜାଗିଲି ରେଡ୍ଡୀ , ଉଜ୍ଜଳ ରେଡ୍ଡୀ , ଜୟ ରେଡ୍ଡୀ , ବିଜୟ ରେଡ୍ଡୀ , ସାହେବ ରେଡ୍ଡୀ ପ୍ରମୁଖ ମାଙ୍କ ଦୈନଦୀନ ନୀତିକାନ୍ତି ସମ୍ପାବିତ କରିଥିବାବେଳେ ଯାତ୍ରା ପରିଚାଳନା କମିଟି ସଭାପତି ମହନ୍ତ ପଦ୍ମ ଚରଣ ଦାସ , ସମ୍ପାଦକ ବାଳକୃଷ୍ଣ ପଣ୍ଡା , କୋଷାଧ୍ୟକ୍ଷ ଭଗବାନ ଗୌଡ , ଯାତ୍ରାର ଉପଦେଷ୍ଟା ତଥା ସରପଞ୍ଚ ପିତାମ୍ବର ଗୌଡ ପ୍ରମୁଖ ଯାତ୍ରା ପରିଚାଳନା କରିଥିଲେ ।ଶୃଙ୍ଖଳିତ ଯାତ୍ରା ପରିଚାଳନାରେ ଗ୍ରାମବାସୀ ପୁର୍ଣ୍ଣ ସହଯୋଗ ଯୋଗାଇ ଥିବାରୁ କମିଟି ପକ୍ଷରୁ ସମସ୍ତଙ୍କୁ ସାଧୁବାଦ ଜ୍ଞାପନ କରାଯାଇଛି ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଭଗବତୀ ଗଙ୍ଗାମାତାଙ୍କ ବାର୍ଷିକ ଉତ୍ସବ ପାଳିତ

ଭଗବତୀ ଗଙ୍ଗାମାତାଙ୍କ ବାର୍ଷିକ ଉତ୍ସବ ପାଳିତ

Read More...

ସରିଲା ଶୀତଳଷଷ୍ଠୀ ଯାତ୍ରା ,ମନ୍ଦିରକୁ ପ୍ରବେଶ କଲେ ଦେବ ଦମ୍ପତ୍ତି

ସରିଲା ଶୀତଳଷଷ୍ଠୀ ଯାତ୍ରା ,ମନ୍ଦିରକୁ ପ୍ରବେଶ କଲେ ଦେବ ଦମ୍ପତ୍ତି

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: