ଲବଣ ଶ୍ରମିକ ଙ୍କୁ ଜୀବିକା ବିପର୍ଣ୍ଣ ନେଇ ପ୍ରଶାସନ କୁ ଗୁହାରୀ

February 01, 2019, ଓଡ଼ିଶା, , Bhagyaprabha News Bureau
ଲବଣ ଶ୍ରମିକ ଙ୍କୁ ଜୀବିକା ବିପର୍ଣ୍ଣ ନେଇ ପ୍ରଶାସନ କୁ ଗୁହାରୀ
Bhagyaprabha News Bureau
February 01, 2019

ଗଂଜାମ ଠାରୁ ହୁମ୍ମା ମଧ୍ୟରେ ଶହ ଶହ ଏକର ଜମିରେ ପୁରୁଷାନୁକ୍ରମେ ଲୁଣ ଉତ୍ପାଦନ କରି ଅଂଚଳର ୧୦ ହଜାରରୁ ଉର୍ଦ୍ଧ୍ୱ ଶ୍ରମିକ ନିଜ ନିଜର ପରିବାର ପ୍ରତିପୋଷଣ କରି ଆସୁଥିଲେ । କିନ୍ତୁ ଗତ ୫ ବର୍ଷ ଧରି ଲବଣ ଉତ୍ପାଦନ ସମ୍ପୂର୍ଣ୍ଣ ରୂପେ ବନ୍ଦ ହୋଇଯିବା ପରେ ଜୀବନଜୀବିକା ହରାଇ ବସିଛନ୍ତି । କେନ୍ଦ୍ର ସରକାରଙ୍କ ତ୍ରୁଟିପୂର୍ଣ୍ଣ ନୀତି ଯୋଗୁଁ ଲିଜଧାରୀମାନେ (ଲେସି) ଲୁଣ ଉତ୍ପାଦନ ବନ୍ଦ କରିଛନ୍ତି । ଏ ନେଇ ବାବା ବଟେଶ୍ୱର ଲବଣ ଶ୍ରମିକ ୟୁନିଅନ ପକ୍ଷରୁ ଲବଣ ଉତ୍ପାଦନ ଓ ପୁନଃ ଚାଲୁ କରି କାମଧନ୍ଦା ଯୋଗାଇ ଦେବା ଦାବି ନେଇ ଶତାଧିକ ମହିଳା ଓ ପୁରୁଷମାନେ ଏକତ୍ରିତ ହୋଇ ୟୁନିଅନର ସଭାପତି ତଥା ପୂର୍ବତନ ଗଂଜାମ ବ୍ଲକ ଅଧ୍ୟକ୍ଷ ସୁରଥ ପ୍ରଧାନ, ସମ୍ପାଦକ ପ୍ରମୋଦ ପ୍ରଧାନ, ୟୁଡିଏସପୁର ପଂଚାୟତର ସମିତିସଭ୍ୟ ଶତ୍ରୁଘ୍ନ ମହାଙ୍କୁଡ଼ ପାଳିବନ୍ଧ ପଂଚାୟତ ସମିତିସଭ୍ୟ ଛାୟାକାନ୍ତ ପ୍ରଧାନଙ୍କ ନେତୃତ୍ୱରେ ଗଂଜାମ ଜିଲ୍ଲାପାଳ କାର୍ଯ୍ୟାଳୟ ଠାରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଅତିରିକ୍ତ ଜିଲ୍ଲାପାଳ କବିନ୍ଦ୍ର କୁମାର ସାହୁଙ୍କୁ ଏକ ଲିଖିତ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି । ସେମାନଙ୍କ ଦାବି ଲୁଣ ଉତ୍ପାଦନ ପୁନଃ ଚାଲୁ କରି କାମଧନ୍ଦା ଯୋଗାଇ ଦିଆଯାଉ କିମ୍ବା ପୁରୁଷାନୁକ୍ରମେ ଚାଷ କରି ଆସୁଥିବା ଜମିକୁ ଲିଜ ସୂତ୍ରରେ ଦିଆଯାଉ, ଲବଣ ଶ୍ରମିକମାନଙ୍କୁ ନିର୍ମାଣ ଶ୍ରମିକ ଯୋଜନାରେ ସାମିଲ କରି ଲେବର କାର୍ଡ଼ ପ୍ରଦାନ କରାଯାଉ । ଏହାଦ୍ୱାରା ଗଂଜାମ ବ୍ଲକର ପାଳିବନ୍ଧ, ହୁମ୍ମା ଏବଂ ରାମଗଡ଼ ଗ୍ରାମପଂଚାୟତର ପ୍ରାୟ ୧୦ ହଜାରରୁ ଉର୍ଦ୍ଧ୍ୱ ଏହି ଲୁଣ ଉପରେ ନିର୍ଭର କରି ଆସୁଥିବାରୁ ଏ ଦିଗରେ ପ୍ରଶାସନ ଦୃଷ୍ଟି ଦେଲେ ଶ୍ରମିକମାନେ ଆଉ ଦାଦନ ଖଟିବାକୁ ନଯାଇ କୌଳିକ ବୃତିରୁ ଭଲ ଦୁଇପଇସା ରୋଜଗାର କରି ନିଜ ପରିବାର ପ୍ରତିପୋଷଣ କରିପାରିବୁ ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଧାନ ବିକ୍ରୟ ଟଙ୍କା ଫେରସ୍ତ ନପାଇ ଶତାଧୀକ ଚାଷୀଙ୍କ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ

ଧାନ ବିକ୍ରୟ ଟଙ୍କା ଫେରସ୍ତ ନପାଇ ଶତାଧୀକ ଚାଷୀଙ୍କ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ

Read More...

ଆଇନ ସଚେତନତା ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ

ଆଇନ ସଚେତନତା ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: