ଛୁରାମାଡରେ ବାପା ଗୁରୁତର,ପୁଅ ଆହତ

June 11, 2019, ଅପରାଧ, ଗଞ୍ଜାମ, Bhagyaprabha News Bureau
ଛୁରାମାଡରେ ବାପା ଗୁରୁତର,ପୁଅ ଆହତ
Bhagyaprabha News Bureau
June 11, 2019

ଗଞ୍ଜାମ ଜିଲ୍ଲାର ଦିଗପହଣ୍ଡି ବ୍ଲକ ଗୋକର୍ଣ୍ଣପୁର ପଞ୍ଚାୟତ ଦକ୍ଷିଣପୁର ଗ୍ରାମରେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଛୁରାମାଡ ହୋଇଥିବା ଜଣାପଡିଛି । ଏଥିରେ ବାପା ଜି. ଯୋଗେନ୍ଦ୍ର ରେଡ୍ଡୀ (୫୦) ଗୁରୁତର ହୋଇଥିବା ବେଳେ ପୁଅ ଜି . ରାଜେଶ ରେଡ୍ଡୀ (୨୫) ସାମାନ୍ୟ ଆହତ ହୋଇଥିବା ଜଣାପଡିଛି । ଅଭିଯୁକ୍ତ ଜଣଙ୍କ ଉକ୍ତ ଗ୍ରାମର ପି . ଜାଗିଲି ରେଡ୍ଡୀ (୫୫) । ସୂଚନା ଅନୁସାରେ , ଦକ୍ଷିଣପୁର ଗ୍ରାମର ଗୁରୁତର ଯୋଗେନ୍ଦ୍ରଙ୍କ ଘର ଛାତ ପଡୁଥିବା ସମୟରେ ସକାଳ ସାଢେ଼ ୮ଟାରେ ଅଭିଯୁକ୍ତ ଜାଗିଲି କୈାଣସି ଏକ ଶତ୍ରୁତାକୁ ନେଇ ଛାତକୁ ଆସି ଏକ ଛୁରୀ ସାହାଯ୍ୟରେ ପ୍ରଥମେ ଯୋଗେନ୍ଦ୍ର ଙ୍କ ପେଟକୁ ଆକ୍ରମଣ କରିଥିଲା ଏଥିରେ ପୁଅ ରାଜେଶ ବାପାଙ୍କୁ ବଞ୍ଚାଇବା ପାଇଁ ଯିବା ସମୟରେ ଅଭିଯୁକ୍ତ ଜାଗିଲିଙ୍କ ସ୍ତ୍ରୀ ଅନିତା ରେଡ୍ଡୀ ମଧ୍ୟ ଉକ୍ତ ଛୁରୀ ସାହାଯ୍ୟରେ ରାଜେଶ କୁ ଆକ୍ରମଣ କରିଥିଲା । ପରିବାର ଲୋକଙ୍କ ଦ୍ୱାରା ଉଦ୍ଧାର କରାଯାଇ ଏକ ବାଇକ ସାହାଯ୍ୟରେ ପ୍ରଥମେ ଦିଗପହଣ୍ଡି ମେଡିକାଲରେ ଭର୍ତ୍ତି କରାଯାଇଥିଲା । ପ୍ରାଥମିକ ଚିକିତ୍ସା ପରେ ଯୋଗେନ୍ଦ୍ର ଙ୍କ ଅବସ୍ଥା ଗୁରୁତର ହେବାରୁ ବ୍ରହ୍ମପୁର ବଡମେଡିକାଲକୁ ପଠାଇ ଦିଆଯାଇଛି ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ବେଆଇନ ବିଦେଶୀ ମଦ ଜବତ ,  ଜଣେ ଗିରଫ

ବେଆଇନ ବିଦେଶୀ ମଦ ଜବତ , ଜଣେ ଗିରଫ

Read More...

ସରକାରୀ ନିୟମକୁ ବେଖାତିର କରୁଛନ୍ତି ପିତ୍ତଲ କାରିଗରି

ସରକାରୀ ନିୟମକୁ ବେଖାତିର କରୁଛନ୍ତି ପିତ୍ତଲ କାରିଗରି

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: