ଜୁନ୍ ତୃତୀୟ ସପ୍ତାହରେ ପ୍ରକାଶ ହେବ ଯୁକ୍ତ ୨ କଳା ଓ ବାଣିଜ୍ୟ ପରୀକ୍ଷା ଫଳ

June 12, 2019, ଶିକ୍ଷା, , Bhagyaprabha News Bureau
ଜୁନ୍ ତୃତୀୟ ସପ୍ତାହରେ ପ୍ରକାଶ ହେବ ଯୁକ୍ତ ୨ କଳା ଓ ବାଣିଜ୍ୟ ପରୀକ୍ଷା ଫଳ
Bhagyaprabha News Bureau
June 12, 2019

ଯୁକ୍ତ୨ ବିଜ୍ଞାନ ପରୀକ୍ଷା ଫଳ ପ୍ରକାଶ ପାଇବାର ଏକ ସପ୍ତାହ ବିତିଯାଇଥିଲେ ସୁଦ୍ଧା ଏପର୍ଯ୍ୟନ୍ତ କଳା ଓ ବାଣିଜ୍ୟ ଫଳ ପ୍ରକାଶ ପାଇନାହିଁ । ଯାହାକୁ ନେଇ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ଗହଣରେ ଅସନ୍ତୋଷ ଦେଖିବାକୁ ମିଳୁଛୁ । ତେବେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ସୂଚନା ଦେଇଛନ୍ତି , ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ଯୁକ୍ତ ୨ କଳା ଓ ବାଣିଜ୍ୟ ପରୀକ୍ଷା ଫଳ ଜୁନ୍ ତୃତୀୟ ସପ୍ତାହରେ ପ୍ରକାଶ ପାଇବ । ଆସନ୍ତା ୧୭ କିମ୍ବା ୧୮ତାରିଖରେ ରେଜଲ୍ଟ ପ୍ରକାଶ ପାଇବ । ଏ ନେଇ ଗୋଟିଏ ଦିନରେ କଳା ଓ ବାଣିଜ୍ୟ ପରୀକ୍ଷା ଫଳ ପ୍ରକାଶ ପାଇବ ବୋଲି ସେ କହିଛନ୍ତି ।ସୂଚନାଯୋଗ୍ୟ ଯେ, କଳାରେ ୨ଲକ୍ଷ ୩୫ହଜାର ୧୮୩ଜଣ, ବାଣିଜ୍ୟରେ ୨୭ହଜାର ୨୭୮ଜଣ ଏବଂ ଧନ୍ଦାମୂଳକ ପରୀକ୍ଷାରେ ୮ ହଜାର ୫୮ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି । ସେପଟେ ଚଳିତ ଶିକ୍ଷାବର୍ଷ ଲାଗି ଯୁକ୍ତ ଦୁଇ ନାମଲେଖା ପାଇଁ ଜାରି ରହିଛି ଅନ୍‌ଲାଇନ୍‌ ଆବେଦନ ପ୍ରକ୍ରିୟା । ଆସନ୍ତା ୨୬ରେ ପ୍ରକାଶ ପାଇବ ଯୁକ୍ତ ଦୁଇ ବିଜ୍ଞାନ ପ୍ରଥମ କଟ୍‌ଅଫ୍‌ ମାର୍କ । ଜୁନ୍‌ ୨୮ରୁ ଜୁଲାଇ ୨ ମଧ୍ୟରେ ଛାତ୍ରଛାତ୍ରୀମାନେ ନିଜ ନିଜ ପସନ୍ଦର କଲେଜରେ ପ୍ରଥମ ପର୍ଯ୍ୟାୟରେ ନାମ ଲେଖାଇବେ । ଜୁଲାଇ ୨୪ରୁ ଆରମ୍ଭ ହେବ ପାଠପଢା ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
 ଗଞ୍ଜେଇ ଚାଲାଣ ବେଳେ ଅବକାରୀ ବିଭାଗ ପକ୍ଷରୁ ଚଢାଉ  -୨ ଗିରଫ

ଗଞ୍ଜେଇ ଚାଲାଣ ବେଳେ ଅବକାରୀ ବିଭାଗ ପକ୍ଷରୁ ଚଢାଉ -୨ ଗିରଫ

Read More...

ଆରମ୍ଭ ହେଲା ବାୟୁସେନାର ସର୍ଚ୍ଚ ଅପରେଶନ!

ଆରମ୍ଭ ହେଲା ବାୟୁସେନାର ସର୍ଚ୍ଚ ଅପରେଶନ!

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: