ବ୍ରହ୍ମପୁର ସିଟି ହସ୍‌ପିଟାଲରେ ଟିଡି ଟିକାର ବ୍ୟବହାର ଆରମ୍ଭ

June 13, 2019, ସ୍ବାସ୍ଥ୍ୟ, ଗଞ୍ଜାମ, Bhagyaprabha News Bureau
ବ୍ରହ୍ମପୁର ସିଟି ହସ୍‌ପିଟାଲରେ ଟିଡି  ଟିକାର ବ୍ୟବହାର ଆରମ୍ଭ
Bhagyaprabha News Bureau
June 13, 2019

ଗଞ୍ଜାମ ଜିଲ୍ଲାରେ ଟିଡି (ଟିଟାନସ୍‌ଏବଂ ଆଡଲଟ୍‌ଡିପ୍‌ଥେରିଆ) ଟିକାର ବ୍ୟବହାର ଆରମ୍ଭ ହୋଇଛି। ବ୍ରହ୍ମପୁର ସିଟି ହସ୍‌ପିଟାଲ୍‌ ପରିସରରେ ଥିବା ପୋଷ୍ଟପାର୍ଟମ ଏବଂ ଟିକାକରଣ କେନ୍ଦ୍ରଠାରେ ଆଜି ସକାଳେ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଜିଲା ମୁଖ୍ୟ ଜନସ୍ବାସ୍ଥ୍ୟ ଅଧିକାରୀ ତଥା ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ବିଜୟ କୁମାର ପାଣିଗ୍ର୍ରାହୀ ଏହାକୁ ଆରମ୍ଭ କରିଛନ୍ତି। ପୂର୍ବରୁ ଗର୍ଭବତୀ ଏବଂ ଶିଶୁମାନଙ୍କୁ ଟିଟାନସ୍‌ଟକ୍ସିଡ୍‌(ଟିଟି) ଟିକା ଦିଆଯାଉଥିଲା। କିନ୍ତୁ ଭାରତ ସରକାରଙ୍କ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ନ୍ୟାଶନାଲ୍‌ଟେକ୍‌ନିକାଲ୍‌ଆଡଭାଇଜରି ଗ୍ରୁପ୍‌ଅନ୍‌ଇମ୍ୟୁନାଇଜେଶନ୍‌(ଏନ୍‌ଟିଏଜିଆଇ)ର ତରଫରୁ ଟିଟି ବଦଳରେ ଟିଡି ଟିକାର ବ୍ୟବହାର ପାଇଁ ନିର୍ଦ୍ଦେଶ ଦିଆଯାଇଛି।ଗର୍ଭବତୀଙ୍କୁ ୩ ଟି ପର୍ଯ୍ୟାୟ ଯଥା ଗର୍ଭାବସ୍ଥାର ପ୍ରାଥମିକ ଅବସ୍ଥାରେ, ଏହାର ଚାରି ସପ୍ତାହ ପରେ ଏବଂ ଯଦି ପୂର୍ବ ଗର୍ଭଧାରଣର ତିନି ବର୍ଷ ପରେ ପୁଣି ଗର୍ଭଧାରଣ କରନ୍ତି ତେବେ ଟିଡି ଟିକା ଦିଆଯିବ। ସେହିଭଳି ୧୦ବର୍ଷ ଏବଂ ୧୬ ବର୍ଷରେ ପିଲାମାନଙ୍କୁ ମଧ୍ୟ ଏହି ଟିକା ପ୍ରଦାନ କରାଯିବ। ଗଞ୍ଜାମ ଜିଲାରେ ପ୍ରାୟ ୫୯ହଜାର ୩୬୮ ଗର୍ଭବତୀ, ୫୮ହଜାର ୩୪୨ଜଣ ୧୦ବର୍ଷୀୟ ଶିଶୁ ଏବଂ ୫୯ହଜାର ୫୦୩ ଜଣ ୧୬ବର୍ଷ ବୟସ୍କ ଏପରି ମୋଟ ୧ ଲକ୍ଷ ୭୭ହଜାର ୨୧୩ ଜଣଙ୍କୁ ଟିକା ପ୍ରଦାନ କରାଯିବାକୁ ଲକ୍ଷ୍ୟ ରଖାଯାଇଥିବା ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ପାଣିଗ୍ରାହୀ ପ୍ରକାଶ କରିଛନ୍ତି।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ମାଁ କାଳୁଆ ଠାକୁରାଣୀଙ୍କ ଯାତ୍ରା ଉଦଘାଟିତ

ମାଁ କାଳୁଆ ଠାକୁରାଣୀଙ୍କ ଯାତ୍ରା ଉଦଘାଟିତ

Read More...

ଆଜି ଭାରତ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ କଡ୍ଡା ଟକ୍କର

ଆଜି ଭାରତ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ କଡ୍ଡା ଟକ୍କର

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: