ହୀରା ବ୍ୟବସାୟୀ ଗୁଳିମାଡ଼, ୪ ଅଭିଯୁକ୍ତ ଗିରଫ

June 14, 2019, ଅପରାଧ, ଗଞ୍ଜାମ, Bhagyaprabha News Bureau
ହୀରା ବ୍ୟବସାୟୀ ଗୁଳିମାଡ଼,  ୪ ଅଭିଯୁକ୍ତ ଗିରଫ
Bhagyaprabha News Bureau
June 14, 2019

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକରେ ଗତ ୬ ତାରିଖ ଅପରାହ୍ନରେ କେ . ନୂଆଗାଁ ଥାନା ଅର୍ନ୍ତଗତ ବୀର ଲକ୍ଷ୍ମୀନାରାୟଣପୁର ଗ୍ରାମରେ ହୀରା ବ୍ଯବସାୟୀ ସୁବାସ ଚନ୍ଦ୍ର ପଣ୍ଡାଙ୍କୁ ହୋଇଥିବା ଗୁଳିମାଡ଼ ଘଟଣାରେ ନୂଆଗାଁ ପୋଲିସ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିବା ଜଣାପଡ଼ିଛି । ଗିରଫ ଅଭିଯୁକ୍ତମାନେ ହେଲେ ପାତ୍ରପୁର ଗ୍ରାମର ଏ . ସନ୍ତୋଷ , ମର୍ଦ୍ଦରାଜପୁର ଗ୍ରାମର ମାଧବ ପାଣିଗ୍ରାହୀ , ବ୍ରହ୍ମପୁର ଗୋଷାଣୀ ନୂଆଗାଁର ହିମାଂଶୁ ସାହୁ ଏବଂ ବଡ଼ବଜାର ଥାନା ଗଣେଶ ନଗରର ପ୍ରଦୀପ ସୁବୁଦ୍ଧି ବୋଲି ଜଣାପଡିଛି । ନୂଆଗାଁ ଥାନା କେସ ନଂ - ୧୦୮/୧୯ ଅନୁଯାୟୀ ୪ ଅଭିଯୁକ୍ତଙ୍କୁ ଗିରଫ କରାଯାଇ ଦିଗପହଣ୍ଡି କୋର୍ଟ ଚାଲାଣ କରାଯାଇଥିଲା । ସେଠାରେ ଜାମିନ ନାମଞ୍ଜୁର ଅଭାବରୁ ଦିଗପହଣ୍ଡି ସବଜେଲ ହାଜତକୁ ପଠାଇ ଦିଆଯାଇଛି । ସୂଚନା ଅନୁସାରେ , ଗତ ୬ ତାରିଖ ଅପରାହ୍ନରେ ହୀରା ବ୍ଯବସାୟୀ ସୁବାସ ପଣ୍ଡାଙ୍କୁ ଅଭିଯୁକ୍ତମାନେ କୈଶଳକ୍ରମେ ଘରଠାରୁ ପ୍ରାୟ ୫୦ ମିଟର ଦୂରକୁ ଡ଼ାକିନେଇ ଗୁଳିକରି ସେଠାରୁ ଚାଲିଯାଇଥିଲେ । ଗୁଳିମାଡରେ ସୁବାସଙ୍କ ଆଖିରେ ଗଭୀର କ୍ଷତ ଲାଗିଥିଲା । ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ଝିଅର ଏତଲା କ୍ରମେ ପୋଲିସ ମାମଲା ରୁଜୁ କରିଥିଲା ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଛତ୍ରପୁରକୁ ଆଦର୍ଶ ସହରରେ ପରିଣତ  କରିବାପାଇଁ  ବିଭିନ୍ନ ଉନ୍ନୟନ ମୁଳକ ଯୋଜନା

ଛତ୍ରପୁରକୁ ଆଦର୍ଶ ସହରରେ ପରିଣତ କରିବାପାଇଁ ବିଭିନ୍ନ ଉନ୍ନୟନ ମୁଳକ ଯୋଜନା

Read More...

ଆଙ୍କୋରଡା ଗ୍ରାମରେ ମୋ ଗେହ୍ଲା ଝିଅ କାର୍ଯ୍ୟକ୍ରମ

ଆଙ୍କୋରଡା ଗ୍ରାମରେ ମୋ ଗେହ୍ଲା ଝିଅ କାର୍ଯ୍ୟକ୍ରମ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: