ଆଜି ରଜର ଦ୍ୱିତୀୟ ଦିନ , ଦୋଳି ଖେଳି, ପିଠା ଖାଇ ମଜାନେଉଛନ୍ତି ଝିଅ ବୋହୁ

June 15, 2019, ଓଡ଼ିଶା, , Bhagyaprabha News Bureau
ଆଜି  ରଜର ଦ୍ୱିତୀୟ ଦିନ ,  ଦୋଳି ଖେଳି, ପିଠା ଖାଇ ମଜାନେଉଛନ୍ତି ଝିଅ ବୋହୁ
Bhagyaprabha News Bureau
June 15, 2019



ତିନି ଦିନ ଧରି ପାଳିତ ହେଉଥିବା ଏହି ଗଣପର୍ବର ଆଜି ଦ୍ୱିତୀୟ ଦିନ ତଥା ରଜ ସଂକ୍ରାନ୍ତି। ଗାଁରୁ ସହର ସବୁଠି ଧୁମଧାମ୍‌ରେ ପାଳନ ହେଉଛି ରଜ। ଦୋଳି ଖେଳି, ପିଠା ଖାଇ ମଉଜ କରୁଛନ୍ତି ଝିଅ, ବୋହୂ। ଗାଁରେ ଦୋଳି ଏବଂ ପୁଚି ଖେଳି ଝିଅମାନେ ରଜ ପାଳୁଥିବା ବେଳେ ସହରରେ ବିଭିନ୍ନ ମହୋତ୍ସବ ପାଳନ କରାଯାଉଛି। ନୂଆ ପୋଷାକ ପିନ୍ଧି ସଜବାଜ ହୋଇ ସାଙ୍ଗମାନଙ୍କ ସହ ମଉଜ ମଜଲିସ କରିବାର ସତେ ଯେମିତି ଏକ ସୁଯୋଗ । ଆରିସା, କାକରା, ପୋଡ ପିଠାରେ ଗାଁ ଦାଣ୍ଡ ମହକୁଥିବା ବେଳେ କଟମଟ କଲାଣି ରଜଦୋଳି। ତେବେ ଗତକାଲି ପହିଲି ରଜ ଯାଇଥିବା ବେଳେ ଆଜି ଦ୍ବିତୀୟ ରଜ ବା ରଜ ସଂକ୍ରାନ୍ତି । ରଜ ପାଇଁ ବିଭିନ୍ନ ସ୍ଥାନରେ ବିଭିନ୍ନ ପ୍ରକାର ଆୟୋଜନ କରାଯାଇଛି । କେଉଁଠି ଦୋଳି ଖୋଳର ଆୟୋଜନତ ଆଉ କେଉଁଠି ବିଭିନ୍ନ ପ୍ରତିଯୋଗୀତାର ଆୟୋଜନ ।ସାଧାରଣତଃ କୃଷକମାନେ ରଜସଂକ୍ରାନ୍ତି ପୂର୍ବରୁ କ୍ଷେତରେ ଧାନ ବୁଣି ବର୍ଷାର ଆଗମନକୁ ଅପେକ୍ଷା କରିଥାନ୍ତି। ଆଷାଢର ପ୍ରଥମ ବର୍ଷାରେ ପୃଥିବୀ ଶୀତଳ ହେବା ସହ ପ୍ରଜନନକ୍ଷମ ହୋଇଥାଏ। ପୃଥିବୀମାତାର ଏହି ଅବସ୍ଥାକୁ ରଜସ୍ୱଳା ନାରୀ ସହ ତୁଳନା କରି ପୂର୍ଣ୍ଣବିଶ୍ରାମ ଦିଆଯାଏ ।





1




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ହକି ମହାସମର : ଆଜି ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ମୁକାବିଲା

ହକି ମହାସମର : ଆଜି ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ମୁକାବିଲା

Read More...

ହାତରେ ବୋମା ଫୁଟି ଯୁବକ ଗୁରୁତର

ହାତରେ ବୋମା ଫୁଟି ଯୁବକ ଗୁରୁତର

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: