କାର ଧକ୍କାରେ ବାଇକ ଚାଳକ ଗୁରୁତର

June 16, 2019, ଅପରାଧ, ଗଞ୍ଜାମ, Bhagyaprabha News Bureau
କାର ଧକ୍କାରେ ବାଇକ ଚାଳକ ଗୁରୁତର
Bhagyaprabha News Bureau
June 16, 2019

ଶନିବାର ସନ୍ଧ୍ୟାରେ ଗଞ୍ଜାମ ଜିଲ୍ଲାର ପାଟପୁର ଥାନା ଅନ୍ତର୍ଗତ ପୋଡାମାରି ହାଡିସାହି ନିକଟରେ ଏକ କାର ଧକ୍କାରେ ଜଣେ ବାଇକ ଚାଳକ ଗୁରୁତର ଆହତ ହୋଇଥିବା ଜଣାପଡିଛି । ଗୁରୁତର ଚାଳକ ଜଣକ ହେଲେ ସାନଖେମୁଣ୍ଡି ବ୍ଲକ ଛଣମେରୀ ପଞ୍ଚାୟତ ଖଣ୍ଡଦେଉଳି ଗ୍ରାମର ବ୍ରଜ ସେଠୀଙ୍କ ପୁଅ ପ୍ରମୋଦ ସେଠୀ (୩୫) ବୋଲି ଜଣାପଡିଛି । ଖବର ପ୍ରକାରେ , ଗୁରୁତର ପ୍ରମୋଦ ଗଜପତି ଜିଲ୍ଲାର ମୋହନା ଅଞ୍ଚଳରେ ବ୍ଯବସାୟ କରନ୍ତି । ଶନିବାର ରଜ ସଂକ୍ରାନ୍ତି ଥିବାରୁ ନିଜ ଗ୍ରାମକୁ ଆସି ସନ୍ଧ୍ୟାରେ ନିଜ ଗ୍ଳେମର ବାଇକ (ଓଡି୦୭କ୍ଯୁ ୪୯୦୫) ଯୋଗେ ମୋହନା ଫେରୁଥିବା ସମୟରେ ବିପରୀତ ଦିଗ ଚନ୍ଦ୍ରଗିରିରୁ ବ୍ରହ୍ମପୁର ଅଭିମୁଖେ ଯାଉଥିବା କାର ( ଓଡି ୦୨ ପି ୯୬୭୧) ପ୍ରମୋଦଙ୍କୁ ଧକ୍କ ଦେଇଥିଲା । ଘଟଣାସ୍ଥଳରୁ ଗୁରୁତର ଅବସ୍ଥାରେ ପରିବାର ଲୋକଙ୍କ ଦ୍ୱାରା ଉଦ୍ଧାର କରାଯାଇ ପ୍ରମୋଦଙ୍କୁ ପ୍ରଥମେ ଦିଗପହଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଇଥିଲେ । କିନ୍ତୁ ଅବସ୍ଥା ଗୁରୁତର ଥିବାରୁ ୧୦୮ ଆମ୍ବୁଲାନ୍ସ ଯୋଗେ ବ୍ରହ୍ମପୁର ବଡମେଡିକାଲକୁ ପଠାଇ ଦିଆଯାଇଛି ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ସରପଞ୍ଚକୁ ଆକ୍ରମଣ କରିବାକୁ ଯାଇ ବୋମାଫୁଟି ଦୁର୍ଦ୍ଦାନ୍ତ ଅପରାଧୀ ଗୁରୁତର

ସରପଞ୍ଚକୁ ଆକ୍ରମଣ କରିବାକୁ ଯାଇ ବୋମାଫୁଟି ଦୁର୍ଦ୍ଦାନ୍ତ ଅପରାଧୀ ଗୁରୁତର

Read More...

ହିନ୍ଦୀ ପ୍ରଚାରକ ପାଠ୍ୟକ୍ରମ ଶିବିର ଉଦଯାପିତ

ହିନ୍ଦୀ ପ୍ରଚାରକ ପାଠ୍ୟକ୍ରମ ଶିବିର ଉଦଯାପିତ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: