ବିଶିଷ୍ଟ କବି ହୁସେନ ରବି ଗାନ୍ଧୀଙ୍କୁ ସାରସ୍ୱତ ସମ୍ମାନ ୨୦୧୯ରେ ସମ୍ମାନୀତ

June 16, 2019, ଓଡ଼ିଶା, ଗଞ୍ଜାମ, Bhagyaprabha News Bureau
ବିଶିଷ୍ଟ କବି ହୁସେନ ରବି ଗାନ୍ଧୀଙ୍କୁ  ସାରସ୍ୱତ ସମ୍ମାନ ୨୦୧୯ରେ ସମ୍ମାନୀତ
Bhagyaprabha News Bureau
June 16, 2019

ଓଡିଆ ଭାଷା ସାହିତ୍ୟର ବିଶିଷ୍ଟ ବ୍ୟକ୍ତିତ୍ୱ ତଥା ନବ୍ୟ ପ୍ରଗତିବାଦୀ କାବ୍ୟଧାରାର ଅନ୍ୟତମ ଦିଗଦର୍ଶକ କବି ଡଃ . ହୁସେନ ରାଜିବ ଗାନ୍ଧୀଙ୍କୁ ଓଡିଶା ସାହିତ୍ୟ ସଂସ୍କୃତି ତରଫରୁ ସମ୍ୱର୍ଦ୍ଧିତ କରାଯାଇଛି । ସ୍ଥାନୀୟ ଜିଲ୍ଲା ସଂସ୍କୃତି ଭବନ ପାଠଗାରାରଠାରେ ଆୟୋଜିତ ଏକ ଭବ୍ୟ ସମ୍ୱର୍ଦ୍ଧନା ଉତ୍ସବରେ କବି ହୁସେନ ରବି ଗାନ୍ଧୀଙ୍କୁ ବିଶିଷ୍ଟ ସାରସ୍ୱତ ସମ୍ମାନ ୨୦୧୯ ଅନୁଷ୍ଠାନ ତରଫରୁ ପ୍ରଦାନ କରାଯାଇଥିଲା । ଆୟୋଜିତ ଏହି ସାରସ୍ୱତ ସମାବେଶକୁ ବିଶିଷ୍ଟ କବହି ଡଃ . ହୁସେନ ରାଜିବ ଗାନ୍ଧୀ ପ୍ରଦ୍ୱୀପ ପ୍ରଜ୍ଜଳନ କରି କରିବାସହ ଓଡିଶା ସାହିତ୍ୟ ସଂସ୍କୃତି ବିକାଶ ପ୍ରତିଷ୍ଠାନର ପ୍ରତିଷ୍ଠାତା ଏନ. ନାରାୟଣ ରେଡ୍ଡୀ ନିଜର ସ୍ବାଗତ ଅଭିଭାଷଣ ଦେଇଥିଲେ । କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ଭାବେ ବିଶିଷ୍ଟ କବି ରଂଜନ ଦାଶ , ମୁଖ୍ୟ ବକ୍ତା ଭାବେ ହୁସେନ ରାଜିବ ଗାନ୍ଧୀ ଯୋଗ ଦେଇଥିବାବେଲେ । ଡଃ . ଗାନ୍ଧୀ ତାଙ୍କର ସମ୍ବର୍ଦ୍ଧନା ଭାଷଣରେ କହିଥିଲେ ଯେ, ଓଡିଆ ଭାଷା ପାଇଁ ତାଙ୍କର ଜୀବନ ସମର୍ପିତ , ଉକ୍ତ ସମ୍ବର୍ଦ୍ଧନା ତାଙ୍କୁ ଆନନ୍ଦ ଦେଇଥିବାବେଳେ ଆଗକୁ ଯିବାକୁ ପ୍ରେରଣା ଯୋଗାଇଛି । ଏହି କାର୍ଯ୍ୟକ୍ରମରେ କବି ଶୁଶ୍ରୀ ସୁବର୍ଣ୍ଣବାଳା ବିଷୋୟୀ, କବି ଅମୀୟ କୁମାର ଧଳ , ଲକ୍ଷ୍ମଣ ପଣ୍ଡା, ଦିପ୍ତୀ ଲେଖା ମିଶ୍ର , ସଞ୍ଜୟ ଷଡଙ୍ଗୀ, ଅମିତାଭ ସାହୁ, ଅଜୟ ତ୍ରିପାଠୀ ପ୍ରମୁଖ ଯୋଗଦେଇ କବିତା ପାଠ କରିଥିଲେ ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଶ୍ରୀ ଚୌଡେଶ୍ୱରୀ  ଦେବାଙ୍ଗ ସଂଘ ତରଫରୁ ଗରୀବ ଛାତ୍ର ଛାତ୍ରୀଙ୍କୁ ମଗଣା ପୁସ୍ତକ ବଣ୍ଟନ

ଶ୍ରୀ ଚୌଡେଶ୍ୱରୀ ଦେବାଙ୍ଗ ସଂଘ ତରଫରୁ ଗରୀବ ଛାତ୍ର ଛାତ୍ରୀଙ୍କୁ ମଗଣା ପୁସ୍ତକ ବଣ୍ଟନ

Read More...

ଏଟିଏମରୁ ଲୁଟ୍ ଉଦ୍ୟମ ପଣ୍ଡ

ଏଟିଏମରୁ ଲୁଟ୍ ଉଦ୍ୟମ ପଣ୍ଡ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: