ହିମାଚଳ ପ୍ରଦେଶ ମୃତ୍ୟୁ ସଂଖ୍ୟା ୪୨କୁ ବୃଦ୍ଧି

June 21, 2019, ଅପରାଧ, , Bhagyaprabha News Bureau
ହିମାଚଳ ପ୍ରଦେଶ ମୃତ୍ୟୁ ସଂଖ୍ୟା ୪୨କୁ ବୃଦ୍ଧି
Bhagyaprabha News Bureau
June 21, 2019

ହିମାଚଳ ପ୍ରଦେଶରେ ମର୍ମନ୍ତୁଦ ଦୁର୍ଘଟଣା । କୁଲ୍ଲୁରେ ୫୦୦ ମିଟର ତଳକୁ ଖସିପଡିଲା ଯାତ୍ରୀବାହୀ ବସ୍‌। ଏଥିରେ ୪୨ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨୯ ଜଣ ଆହତ ହୋଇଛନ୍ତି । କୁଲ୍ଲୁ ଜିଲ୍ଲାର ବଜାର ଅଞ୍ଚଳରେ ଗତକାଲି ଅପରାହ୍ନରେ ଏହି ଦୁର୍ଘଟଣା ଘଟିଛି । ପ୍ରାୟ ୭୦ରୁ ଅଧିକ ଯାତ୍ରୀଙ୍କୁ ନେଇ ବସଟି ଯାତ୍ରା କରୁଥିବା ବେଳେ ବଞ୍ଜାର ସବଡିଭିଜନ୍‌ ଠାରେ ଏହା ଖାତକୁ ଖସିପଡ଼ିଥିଲା।ଦୁର୍ଘଟଣା ଖବର ମିଳିବା ପରେ ସ୍ଥାନୀୟ ଜନସାଧାରଣ ଓ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ।ଆହତମାନଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ବନଜାରା ବସଷ୍ଟାଣ୍ଡରୁ ମାତ୍ର ଦୁଇ କିଲୋମିଟର ଯିବା ପରେ ବସଟି ଖାତରେ ଖସି ପଡ଼ିଥିଲା । ଏହାକୁ ନେଇ ହିମାଚଳରେ ଶୋକର ଛାୟା ଖେଳି ଯାଇଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର ଗଭୀର ଶୋକ ପ୍ରକାଶ କରିଛନ୍ତି। ମୃତ ଓ ଆହତମାନଙ୍କ ପରିବାରକୁ ତୁରନ୍ତ ୫୦ହଜାର ଟଙ୍କା ଲେଖାଏଁ ସହାୟତା ରାଶି ପ୍ରଦାନ କରିବାକୁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ସରିଲା ଗ୍ରୀଷ୍ମ ଛୁଟି , ଆଜିଠୁ ପୁଣି ଆରମ୍ଭ ହେଲା ପାଠପଢା

ସରିଲା ଗ୍ରୀଷ୍ମ ଛୁଟି , ଆଜିଠୁ ପୁଣି ଆରମ୍ଭ ହେଲା ପାଠପଢା

Read More...

 ବାଲୁକା କଳା ମାଧ୍ୟମରେ ଯୋଗ ସମ୍ପର୍କରେ ବାର୍ତ୍ତା ଦେଲେ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ବାଲୁକା କଳା ମାଧ୍ୟମରେ ଯୋଗ ସମ୍ପର୍କରେ ବାର୍ତ୍ତା ଦେଲେ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: