ଶୀତଦିନେ ଖାଆନ୍ତୁ ସୋରିଷ ଶାଗ, ସ୍ୱାସ୍ଥ୍ୟ ପାଇଁ ରହିଛି ଏହି ସବୁ ଫାଇଦା

February 01, 2019, ସ୍ବାସ୍ଥ୍ୟ, , Bhagyaprabha News Bureau
ଶୀତଦିନେ ଖାଆନ୍ତୁ ସୋରିଷ ଶାଗ, ସ୍ୱାସ୍ଥ୍ୟ ପାଇଁ ରହିଛି ଏହି ସବୁ ଫାଇଦା
Bhagyaprabha News Bureau
February 01, 2019

ଓଡ଼ିଆଙ୍କ ଖାଇବା ଥାଳିରେ ପ୍ରାୟତଃ ଶାଗ ରହିଥାଏ। ଶାଗ ଶରୀର ପାଇଁ ଖୁବ୍‌ ଉପକାରୀ। ଏଥିରେ ଭିଟାମିନ୍‌, ମିନେରାଲ୍ସ ଓ ଫାଇବର୍‌ ପରି ଅନେକ ପୋଷକତତ୍ତ୍ୱ ରହିଛି। ତେଣୁ ଶାଗକୁ ପ୍ରତ୍ୟେକ ଋତୁରେ ଖାଇବା ଉଚିତ। ତେବେ ଶୀତଦିନେ ଶାଗ ଅଧିକ ଖାଇବା ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ। ତେବେ ଆଜି ଆସନ୍ତୁ, ଶୀତ ଦିନେ ସୋରିଷ ଶାଗର ଉପକାରିତା ବିଷୟରେ ଜାଣିବା।



ଶୀତଦିନେ ସୋରିଷ ଶାଗ ଖୁବ୍‌ ଉପକାରୀ। ଏଥିରେ କାର୍ବୋହାଇଡ୍ରେଟ୍‌, ଫାଇବର୍‌, ସୁଗର୍‌, ପୋଟାସିୟମ୍‌, ଭିଟାମିନ୍‌ ଏ’, ସି’, ଡି’, ବି’- ୧୨, ମ୍ୟାଗ୍ନେସିୟମ, ଆଇରନ୍‌ ଓ କ୍ୟାଲ୍‌ସିୟମ ଭରପୂର ମାତ୍ରାରେ ଥିବା ସହ ଆଣ୍ଟିଅକ୍ସିଡାଣ୍ଟ ମଧ୍ୟ ରହିଛି। ଏ ସବୁ ଶରୀରରେ ରୋଗ ପ୍ରତିରୋଧ ଶକ୍ତି ବଢ଼ାଇଥାଏ। ଏହା ଦ୍ୱାରା କୋଲେଷ୍ଟ୍ରଲ ସ୍ତର କମ୍‌ ହେବା ସହିତ ହୃଦ୍‌ରୋଗ ଆଶଙ୍କା ମଧ୍ୟ ହ୍ରାସ ପାଇଥାଏ।


କ୍ୟାନସରରୁ ସୁରକ୍ଷା ଦିଏ:ସୋରିଷ ଶାଗରେ ଆଣ୍ଟିଅକ୍ସିଡାଣ୍ଟ ଭରପୁର ମାତ୍ରାରେ ରହିଛି, ଯାହା ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ। ସୋରିଷ ଶାଗ ଖାଇବା ଦ୍ୱାରା ଶରୀରରେ ରୋଗ ପ୍ରତିରୋଧ ଶକ୍ତି ବଢ଼ିଥାଏ। ଏହି ଶାଗ ଖାଇବା ଦ୍ୱାରା ମୁତ୍ରାଶୟ, ପେଟ, ଫୁସଫୁସ୍‌ ଓ କ୍ୟାନସରଜନିତ ସମସ୍ୟାରୁ ମଧ୍ଯ ଉପସମ ମିଳିଥାଏ।


ହଜମ ଶକ୍ତି ବଢାଏ :ସୋରିଷ ଶାଗରେ ଫାଇବର୍‌ ଅଧିକ ମାତ୍ରାରେ ରହିଛି, ଯାହା ଖାଦ୍ୟ ହଜମ କରିବାରେ ସାହାଯ୍ୟ କରିଥାଏ।




ହୃତ୍‌ପିଣ୍ଡକୁ ସୁସ୍ଥ ରଖେ:ସୋରିଷ ଶାଗ ଖାଇବା ଦ୍ୱାରା ଶରୀରର କୋଲେଷ୍ଟ୍ରଲ୍‌ ପରିମାଣ ହ୍ରାସ ପାଇଥାଏ। ଏହା ହୃତ୍‌ପିଣ୍ଡ ଓ ଧମନୀ ସମନ୍ଧୀୟ ରୋଗକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରେ।


ମେଟାବଲିଜମକୁ ନିୟନ୍ତ୍ରିତ ରଖେ:ସୋରିଷ ଶାଗରେ ଥିବା ଭରପୂର ମାତ୍ରାର ଫାଇବର୍‌ ଶରୀରର ମେଟାବଲିଜମ୍‌କୁ ନିୟନ୍ତ୍ରିତ ରଖିବାରେ ସକ୍ଷମ ହୋଇଥାଏ। ଫଳରେ ଶରୀରର ହଜମ ପ୍ରକ୍ରିୟା ଭଲ ଭାବେ ପରିଚାଳିତ ହୁଏ।


ଓଜନ ହ୍ରାସ କରେ:ସୋରିଷ ଶାଗରେ ଫାଇବର ଭରପୁର ମାତ୍ରାରେ ଉପଲବ୍ଧ ଥାଏ। ଯାହା ଶରୀରର ଓଜନ ହ୍ରାସ କରିବାରେ ସାହାଯ୍ୟ କରିଥାଏ।


ହାଡକୁ ମଜବୁତ କରେ:ସୋରିଷ ଶାଗରେ ପ୍ରଚୁର ପରିମାଣରେ କ୍ୟାଲସିୟମ୍‌ ଓ ପୋଟାସିୟମ୍‌ ରହିଛି। ଏହାକୁ ନିୟମିତ ଖାଇଲେ ଶରୀରରେ ହାଡ଼ ଶକ୍ତ ହୋଇଥାଏ ଏବଂ ଏ ସମ୍ମନ୍ଧିତ ବିଭିନ୍ନ ସମସ୍ୟାରୁ ବି ମୁକ୍ତି ମିଳିଥାଏ।


ଦୃଷ୍ଟି ଶକ୍ତି ବଢ଼ାଏ:ସୋରିଷ ଶାଗରେ ଭିଟାମିନ୍‌-ଏ’ ଭରପୁର ରହିଛି। ଏହା ଦୃଷ୍ଟି ଶକ୍ତି ବୃଦ୍ଧିରେ ସହାୟକ ହୋଇଥାଏ।






Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଗଞ୍ଜାମ-ସାନଖେମୁଣ୍ଡିରେ ପଞ୍ଚାୟତସ୍ତରୀୟ ୱାର୍ଡ କମିଟି ବୈଠକ

ଗଞ୍ଜାମ-ସାନଖେମୁଣ୍ଡିରେ ପଞ୍ଚାୟତସ୍ତରୀୟ ୱାର୍ଡ କମିଟି ବୈଠକ

Read More...

ଚା’ ସହ ଖାଆନ୍ତୁ ନାହିଁ ଏହି ସବୁ ଜିନିଷ, ହୋଇପାରେ କ୍ଷତିକାରକ

ଚା’ ସହ ଖାଆନ୍ତୁ ନାହିଁ ଏହି ସବୁ ଜିନିଷ, ହୋଇପାରେ କ୍ଷତିକାରକ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: