ତିନିଟି ମେଡିକାଲ କଲେଜ ଓ ହସ୍ପିଟାଲରେ ୧୦୦ ସିଟ୍ ବୃଦ୍ଧି

June 22, 2019, ଶିକ୍ଷା, ସମ୍ବଲପୁର, Bhagyaprabha News Bureau
ତିନିଟି ମେଡିକାଲ କଲେଜ ଓ ହସ୍ପିଟାଲରେ ୧୦୦ ସିଟ୍ ବୃଦ୍ଧି
Bhagyaprabha News Bureau
June 22, 2019

ମେଡିକାଲ କାଉନସିଲ ଅଫ୍ ଇଣ୍ଡିଆ (ଏମସିଆଇ) ରାଜ୍ୟରେ ଥିବା ତିନିଟି ମେଡିକାଲ କଲେଜ ଓ ହସ୍ପିଟାଲରେ ୧୦୦ ସିଟ୍ ବୃଦ୍ଧି କରିବା ପାଇଁ ଅନୁମତି ପ୍ରଦାନ କରିଛନ୍ତି । କେନ୍ଦ୍ର ସରକାର ଆର୍ଥିକ କ୍ଷେତ୍ରରେ ପଛୁଆ ବର୍ଗଙ୍କ ପାଇଁ ୧୦ ପ୍ରତିଶତ ଆସନ ସଂରକ୍ଷଣ ବ୍ୟବସ୍ଥା ଲାଗୁ କରିବାରୁ ମେଡିକାଲ କଲେଜ ଓ ହସ୍ପିଟାଲରେ ସିଟ୍ ବଢ଼ାଯାଇଛି । ଦେଶରେ ଥିବା ମେଡିକାଲ କଲେଜ ଓ ହସ୍ପିଟାଲଗୁଡିକରେ ସିଟ୍ ବୃଦ୍ଧିକୁ କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ମଞ୍ଜୁର କରିବା ପରେ ଏମସିଆଇ ପକ୍ଷରୁ ସିଟ୍ ବୃଦ୍ଧି କରାଯାଇଛି । ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଓ ହସ୍ପିଟାଲ ବାରିପଦା ପାଇଁ ୨୫ ଏମବିବିଏସ୍ ସିଟ୍ ବଢାଯାଇ ଥିବାବେଳେ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍ପିଟାଲ କୋରାପୁଟରେ ୨୫ ଓ ବୀର ସୁରେନ୍ଦ୍ର ସାଏ ଇନଷ୍ଟିଚ୍ୟୁଟ ଅଫ୍ ମେଡିକାଲ ସାଇନ୍ସ ଆଣ୍ଡ୍ ରିସର୍ଚ୍ଚ ବୁର୍ଲାରେ ୫୦ ଏମବିବିଏସ୍ ସିଟ୍ ବଢିଛି । ଶିକ୍ଷାବର୍ଷ ୨୦୧୯-୨୦ରୁ ଏହା ଲାଗୁ ହେବ । ପୂର୍ବରୁ ବାରିପଦା ମେଡିକାଲ କଲେଜରେ ୧୦୦ ଏମବିବିଏସ୍ ସିଟ୍ ଥିବାବେଳେ ଏହି ବୃଦ୍ଧି ଯୋଗୁଁ ଚଳିତ ବର୍ଷ ୧୨୫ ସିଟ୍ ରେ ଡାକ୍ତରୀ ପାଠ୍ୟକ୍ରମ ପାଇଁ ଛାତ୍ରଛାତ୍ରୀ ନାମ ଲେଖାଇବେ । କୋରାପୁଟ ମେଡିକାଲ କଲେଜରେ ୧୦୦ ସିଟ୍ ଥିଲା । ଏବେ ୧୨୫କୁ ବୃଦ୍ଧି ପାଇଛି । ବୁର୍ଲା ମେଡିକାଲ କଲେଜରେ ୧୫୦ ସିଟ୍ ଥିଲାବେଳେ ବୃଦ୍ଧି ଯୋଗୁଁ ୨୦୦ ସିଟ୍ ରେ ଛାତ୍ରଛାତ୍ରୀ ନାମ ଲେଖାଇବେ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ବିଶ୍ୱକପ କ୍ରିକେଟର ୨୮ତମ ମ୍ୟାଚରେ ଭାରତ -ଆଫଗାନିସ୍ତାନ ମୁହାଁମୁହିଁ

ବିଶ୍ୱକପ କ୍ରିକେଟର ୨୮ତମ ମ୍ୟାଚରେ ଭାରତ -ଆଫଗାନିସ୍ତାନ ମୁହାଁମୁହିଁ

Read More...

ଆସନ୍ତା ୨୩ରେ ହେବ ବିରୋଧୀ ଦଳ ନେତା ଚୟନ

ଆସନ୍ତା ୨୩ରେ ହେବ ବିରୋଧୀ ଦଳ ନେତା ଚୟନ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: