ଭାରସାମ୍ୟ ହରାଇ ଗଛକୁ ପିଟିହେଲା ବାଇକ୍ : ଜଣେ ମୃତ , ୧ ଗୁରୁତର

June 24, 2019, ଅପରାଧ, ଗଞ୍ଜାମ, Bhagyaprabha News Bureau
ଭାରସାମ୍ୟ ହରାଇ ଗଛକୁ ପିଟିହେଲା ବାଇକ୍ : ଜଣେ ମୃତ , ୧ ଗୁରୁତର
Bhagyaprabha News Bureau
June 24, 2019

ଗଞ୍ଜାମ ଶନିବାର ପୂର୍ବାହ୍ନରେ ଦିଗପହଣ୍ଡି ବ୍ଲକ କଇଠଖଣ୍ଡି ପଞ୍ଚାୟତ ଅନ୍ତର୍ଗତ ବୋରିପଦର ମୁଖ୍ୟ ରାସ୍ତାରେ ଥିବା ଗଛକୁ ପିଟିହୋଇ ଜଣେ ଯୁବକର ମୃତ୍ୟୁ ହୋଇଥିବା ବେଳେ ଅନ୍ୟଜଣେ ବୃଦ୍ଧ ଗୁରୁତର ହୋଇଥିବା ଜଣା ପଡିଛି । ମୃତ ଯୁବକ ଜଣକ ହେଲେ ପାଟପୁର ଥାନା ଅନ୍ତର୍ଗତ କଲରାପଦର ଗ୍ରାମର ସ୍ବର୍ଗତ ତ୍ରିନାଥ ମହାରଣାଙ୍କ ପୁତ୍ର ନରସିଂହ ମହାରଣା (୫୦) ଏବଂ ଗୁରୁତର ହୋଇଥିବା ବୃଦ୍ଧ ଜଣକ ହେଲେ ହିଞ୍ଜିଳି ଥାନା ଅନ୍ତର୍ଗତ ଲେଙ୍କାଖାଳି ଗ୍ରାମର ବାୟା ଦାସ (୭୦) ବୋଲି ଜଣାପଡିଛି । ଖବରନୁଯାୟୀ , ଶନିବାର ସକାଳ ୯ଟାରେ ମୃତ ନରସିଂହ ନିଜ ବାଇକ (ଓଡି୦୭ ବି ୬୫୩୩) ଯୋଗେ ଦିଗପହଣ୍ଡି ଥାନା ଗୁଲୁଣ୍ଡା ଗ୍ରାମକୁ କୈାଣସି ଏକ ମନ୍ଦିର କାମରେ ଯିବାପାଇଁ ବାହାରିଥିଲେ ହେଲେ ପୂର୍ବରୁ ଦିଗପହଣ୍ଡି ପୁଞ୍ଜିକୟା ଛକଠାରୁ ଥିବା ବୃଦ୍ଧ ବାୟାଙ୍କୁ ଧରି ଯିବା ସମୟରେ ବୋରିପଦର ଗ୍ରାମ ନିକଟରେ ଭାରସାମ୍ୟ ହରାଇ ଏକ ଗଛକୁ ବାଡେଇ ହୋଇଯାଇଥିଲେ । ଖବରପାଇ ୧୦୮ ଆମ୍ବୁଲାନ୍ସ ଘଟଣାସ୍ଥଳରେ ପହଞ୍ଚି ଗୁରୁତର ଅବସ୍ଥାରେ ଉଭୟଙ୍କୁ ଉଦ୍ଧାର କରି ଦିଗପହଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା ହେଲେ ସ୍ବାସ୍ଥ୍ୟ କେନ୍ଦ୍ରରେ ଡାକ୍ତରଙ୍କ ଉପସ୍ଥିତିରେ ନରସିଂହଙ୍କୁ ମୃତ ଘୋଷିତ କରାଯାଇଥିଲା । କିନ୍ତୁ ବୃଦ୍ଧଙ୍କ ଅବସ୍ଥା ଚିକିତ୍ସା ପରେ ସ୍ଥିର ଥିବା ଜଣାପଡିଛି । ଘଟଣାସ୍ଥଳରେ ଦିଗପହଣ୍ଡି ପୋଲିସ ପହଞ୍ଚି ମୃତ ତଦନ୍ତ ଚଳାଇ ନରସିଂହଙ୍କ ମୃତଦେହକୁ ଜବତ କରି ଶବ ବ୍ୟବଚ୍ଛେଦ ନିମନ୍ତେ ବ୍ରହ୍ମପୁର ବଡମେଡିକାଲକୁ ପଠାଇ ଦେଇଥିବା ଜଣାପଡିଛି ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ନାଳରୁ ବୃଦ୍ଧଙ୍କ ମୃତଦେହ ଉଦ୍ଧାର

ନାଳରୁ ବୃଦ୍ଧଙ୍କ ମୃତଦେହ ଉଦ୍ଧାର

Read More...

ଏକାଥରକେ ପ୍ରତିଷ୍ଠା ହେଲା ତିନୋଟି ମନ୍ଦିର

ଏକାଥରକେ ପ୍ରତିଷ୍ଠା ହେଲା ତିନୋଟି ମନ୍ଦିର

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: