ଆଜିଠୁ ଯୁକ୍ତ ତିନି ନାମଲେଖା ପ୍ରକ୍ରିୟା ଆରମ୍ଭ

June 24, 2019, ଶିକ୍ଷା, , Bhagyaprabha News Bureau
ଆଜିଠୁ ଯୁକ୍ତ ତିନି ନାମଲେଖା ପ୍ରକ୍ରିୟା ଆରମ୍ଭ
Bhagyaprabha News Bureau
June 24, 2019

ଆଜିଠୁ ଯୁକ୍ତ ତିନି ନାମଲେଖା ପ୍ରକ୍ରିୟା ଆରମ୍ଭ ହେବ । ଯୁକ୍ତ ୩ ସ୍ବୟ˚ଶାସିତ କଲେଜ, ସେଲ୍ଫ ଫାଇନାନ୍ସି˚ ଡିଗ୍ରୀ କଲେଜ ନାମଲେଖା ଲାଗି ଆଜିଠାରୁ ନାମଲେଖା ପ୍ରକ୍ରିୟା ଆରମ୍ଭ ହେବ । ପୂର୍ବାହ୍ନ ୧୧ଟାରେ ‘www.samsodisha.gov.in’ରେ ଫର୍ମ ଉପଲବ୍ଧ ହେବା ପରେ ଛାତ୍ରଛାତ୍ରୀ ଜୁଲାଇ ୮ ତାରିଖ ପୂର୍ବାହ୍ନ ୧୧ଟା ମଧ୍ୟରେ ଆବେଦନ କରିପାରିବେ । ଏହାପରେ ଆଉ କାହାକୁ ବି ସୁଯୋଗ ମିଳିବ ନାହିଁ।ଯୁକ୍ତ ୩ କଲେଜରେ ନାମଲେଖା ଏଥର କେବଳ ଅନ୍‌ଲାଇନରେ ହେବ । ଛାତ୍ରଛାତ୍ରୀଙ୍କ ଲାଗି ମୋବାଇଲ୍ ନମ୍ବର ଓ ଇ-ମେଲ୍ ଆଇଡିକୁ ବାଧ୍ୟତାମୂଳକ କରାଯାଇଛି । ଜଣେ ଛାତ୍ର ଅତି କମ୍‌ରେ ୫ଟି ଓ ଅତି ବେଶିରେ ୨୦ଟି କଲେଜ ପାଇଁ ଆବେଦନ କରିପାରିବେ। କମନ୍ ଆପ୍ଲିକେସନ ଫି’ କେବଳ ଅନ୍‌ଲାଇନ୍‌ରେ ଦାଖଲ କରିହେବ । ଦିବ୍ୟାଙ୍ଗ ଓ କିନ୍ନରଙ୍କୁ ଫି’ ଦେବାକୁ ପଡ଼ିବ ନାହିଁ । ଜୁଲାଇ ୧୧ ତାରିଖ ଅପରାହ୍ନ ୫ଟା ସୁଦ୍ଧା ଛାତ୍ରଛାତ୍ରୀ ସମସ୍ତ ଡକ୍ୟୁମେଣ୍ଟ ଓ ଫି’ ସାମସ ରିସୋର୍ସ ସେଣ୍ଟରରେ ଦାଖଲ କରିବେ ।ଏହାପରେ ଜୁଲାଇ ୧୮ରେ ପ୍ରଥମ ମେରିଟ୍ ଲିଷ୍ଟ ପ୍ରକାଶ କରାଯିବ । ତାଲିକାରେ ପ୍ରକାଶିତ ଯୋଗ୍ୟ ଛାତ୍ରଛାତ୍ରୀଙ୍କ ନାମଲେଖା ଜୁଲାଇ ୧୯ରୁ ୨୪ତାରିଖ ଅପରାହ୍ନ ୫ଟା ମଧ୍ୟରେ ଚାଲିବ। ଅଗଷ୍ଟ ୫ରେ ଦ୍ବିତୀୟ ପର୍ଯ୍ୟାୟ ମେରିଟ୍ ଲିଷ୍ଟ ତଥା କଟ୍ ଅଫ୍ ମାର୍କ ତାଲିକା ପ୍ରକାଶ କରାଯିବ ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଆସନ୍ତାକାଲିଠୁ ଆରମ୍ଭ ହେବ ବଜେଟ୍ ଅଧିବେଶନ

ଆସନ୍ତାକାଲିଠୁ ଆରମ୍ଭ ହେବ ବଜେଟ୍ ଅଧିବେଶନ

Read More...

ବିଶ୍ୱକପର ୩୧ତମ ମ୍ୟାଚରେ ଆଜି ଭାରତ ପାକିସ୍ତାନ ମୁକାବିଲା

ବିଶ୍ୱକପର ୩୧ତମ ମ୍ୟାଚରେ ଆଜି ଭାରତ ପାକିସ୍ତାନ ମୁକାବିଲା

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: