ବେଆଇନ ୧୭ଟି ବିଦେଶୀ ମଦ ଜବତ-ଜଣେ ଗିରଫ

June 24, 2019, ଅପରାଧ, ଗଞ୍ଜାମ, Bhagyaprabha News Bureau
ବେଆଇନ ୧୭ଟି ବିଦେଶୀ ମଦ ଜବତ-ଜଣେ ଗିରଫ
Bhagyaprabha News Bureau
June 24, 2019

ଗଞ୍ଜାମ ଜିଲ୍ଲାର ନୂଆଗାଁ ଥାନା ଅନ୍ତର୍ଗତ ଖମ୍ବାରି ଗାଁ ପଞ୍ଚାୟତ ବାଲିଘାଇ ଛକଠାରେ ମଙ୍ଗଳବାର ଦିନ ପୂର୍ବାହ୍ନ ୧୧ ଘଣ୍ଟା ସମୟରେ ଜଣେ ବ୍ୟକ୍ତି ବେଆଇନ ଭାବେ ରାସ୍ତା ପାର୍ଶ୍ବରେ ମଦ ବିକ୍ରି କରୁଥିବା ସମୟରେ ଦିଗପହଣ୍ଡି ଅବକାରୀ ବିଭାଗ ପକ୍ଷରୁ ଅତର୍କିତ ଭାବେ ଚଢ଼ାଉ କରାଯାଇ ତାଙ୍କ ନିକଟରୁ ୧୭ଟି ବିଦେଶୀ ମଦ ବୋତଲ ଜବତ କରିବା ସହ ବ୍ଯବସାୟୀ ଜଣକୁ ଗିରଫ କରାଯାଇଥିବା ଜଣାପଡ଼ିଛି । ଗିରଫ ହୋଇଥିବା ବ୍ୟବସାୟୀ ଜଣକ ହେଲେ ଗୋଲୁଣ୍ଡା ଗ୍ରାମର ବୃନ୍ଦାବନ ମହାନ୍ତି ବୋଲି ଜଣାପଡିଛି । ଏନେଇ ଅବକାରୀ ମାମଲା ନଂ - ୧୬/୧୯-୨୦ ଅନୁଯାୟୀ ଅଭିଯୁକ୍ତ ବୃନ୍ଦାବନକୁ ଗିରଫ କରାଯାଇ ଅପରାହ୍ନରେ କୋର୍ଟ ଚାଲାଣ କରାଯାଇଛି । କିନ୍ତୁ ସେଠାରେ ଜାମିନ ନାମଞ୍ଜୁର ହେବାରୁ ଦିଗପହଣ୍ଡି ସବଜେଲ ହାଜତକୁ ପଠାଇ ଦିଆଯାଇଛି । ଏହି ଚଢାଉ ଧରପଗଡରେ ଚିକିଟି ଅବକାରୀ ଇନ୍ସପେକ୍ଟର ଲକ୍ଷ୍ମଣ କୁମାର ଷଡ଼ଙ୍ଗୀ , ଦିଗପହଣ୍ଡି ଏସ୍ .ଆଇ ଅଭିରାମ ସାହୁ , ଏଏସ୍ଆଇ ରବିନ୍ଦ୍ରନାଥ ପାଢ଼ୀ , କନେଷ୍ଟବଳ ଶିଶିର କୁମାର ନାୟକ , ଗୋବିନ୍ଦ ବେହେରା , ଡମ୍ବରୁ ବେହେରା,ଅଜୟ କୁମାର ସାହୁ , ପଦ୍ମାବତୀ ସେଠୀ ପ୍ରମୁଖ ସାମିଲ ଥିଲେ ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଦୁର୍ଦ୍ଦାନ୍ତ ଅପରାଧୀ ଶିବା ଦିଗପହଣ୍ଡିରୁ ଗିରଫ : ପିସ୍ତଲ , ଜୀବନ୍ତ ଗୁଳି ଜବତ

ଦୁର୍ଦ୍ଦାନ୍ତ ଅପରାଧୀ ଶିବା ଦିଗପହଣ୍ଡିରୁ ଗିରଫ : ପିସ୍ତଲ , ଜୀବନ୍ତ ଗୁଳି ଜବତ

Read More...

କୃତିତ୍ବ ଛାତ୍ରମାନଙ୍କୁ ପୁରସ୍କାର ପ୍ରଦାନ କାର୍ଯ୍ୟକ୍ରମ

କୃତିତ୍ବ ଛାତ୍ରମାନଙ୍କୁ ପୁରସ୍କାର ପ୍ରଦାନ କାର୍ଯ୍ୟକ୍ରମ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: