ଭଞ୍ଜନଗରରେ ପ୍ରଶାସନ ପକ୍ଷରୁ ନିଶାନିବାରଣ ଦିବସ ପାଳିତ

June 26, 2019, ଓଡ଼ିଶା, ଗଞ୍ଜାମ, Bhagyaprabha News Bureau
ଭଞ୍ଜନଗରରେ ପ୍ରଶାସନ ପକ୍ଷରୁ ନିଶାନିବାରଣ ଦିବସ ପାଳିତ
Bhagyaprabha News Bureau
June 26, 2019

ଆଜି ହେଉଛି ବିଶ୍ୱ ନିଶା ନିବାରଣ ଦିବସ । ସାରା ଭାରତ ରେ ଆଜି ନିଶା ଦ୍ରବ୍ୟ ନିବାରଣ ଦିବସ ପାଳନ କରାଯାଉଥିବା ବେଳେ ଗଞ୍ଜାମ ଜିଲ୍ଲାର ଭଞ୍ଜନଗର ରେ ମଧ୍ୟ ପ୍ରଶାସନ ତରଫରୁ ନିଶାନିବାରଣ ଦିବସ ପାଳନ କରାଯାଇଛି । ଆଜି ସକାଳ 7ରେ ଭଞ୍ଜନଗର ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ନିକଟରୁ ଏକ ରାଲି ବାହାରି ନିଶା ବିରୋଧ ରେ ସ୍ଲୋଗାନ ଦେଇ ଭଞ୍ଜନଗର ସହର ପରିକ୍ରମା କରିଥିଲେ ।


1561535152.jpg


ଏହି ରାଲି ରେ ମୁଖ୍ୟ ଅତିଥି ରୂପେ ଭଞ୍ଜନଗର ସବ ଡିଭିଜନ ର ଉପ-ଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ ଙ୍କ ସହିତ ତହସିଲଦାର ଦିନ ମଣି ନାୟକ, ଥାନା ଅଧିକାରୀ ସୁଦୀପ୍ତ ସାହୁ, ଅବକାରୀ ବିଭାଗ ଅଧିକାରୀ ପାର୍ଥ ସାରଥୀ ରାଉତ, ଲୋକ ସମ୍ପର୍କ ସୂଚନା ଅଧିକାରୀ ଫକୀର ମୋହନ ମାଝୀ, ଅନେକ ବରିଷ୍ଠ ସମାଜ ସେବି, ସି ଇ ଟି ସ୍କୁଲ, ଉପେନ୍ଦ୍ର ଭଞ୍ଜ ଉଚ୍ଚ ବିଦ୍ୟାଳୟ ଛାତ୍ର ଛାତ୍ରୀ ଙ୍କ ସହିତ ବିଭିନ୍ନ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ଯୋଗ ଦେଇଛନ୍ତି । ଏହା ସହିତ ଉପ ଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ ସମାଜ ରେ ସମସ୍ତଙ୍କୁ ନିଶା ଦ୍ରବ୍ୟ ସେବନରୁ ନିବୃତ ରହିବା ପାଇଁ ପରାମର୍ଶ ଦେଇଛନ୍ତି ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଆସନ୍ତାକାଲି ଦିନିକିଆ ଗଞ୍ଜାମ ଗସ୍ତରେ ଯିବେ ରାଜ୍ୟପାଳ

ଆସନ୍ତାକାଲି ଦିନିକିଆ ଗଞ୍ଜାମ ଗସ୍ତରେ ଯିବେ ରାଜ୍ୟପାଳ

Read More...

ମୋବାଇଲ ଦୋକାନରେ ଅଗ୍ନିକାଣ୍ଡ, ଲକ୍ଷାଧିକ ସମ୍ପତ୍ତି ନଷ୍ଟ

ମୋବାଇଲ ଦୋକାନରେ ଅଗ୍ନିକାଣ୍ଡ, ଲକ୍ଷାଧିକ ସମ୍ପତ୍ତି ନଷ୍ଟ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: