ବକ୍ସ ଅଫସିରେ ଗୋଟିଏ ପରେ ଗୋଟିଏ ସଫଳତା ହାସଲ କରିଚାଲିଛି

June 26, 2019, ମନୋରଞ୍ଜନ, , Bhagyaprabha News Bureau
ବକ୍ସ ଅଫସିରେ ଗୋଟିଏ ପରେ ଗୋଟିଏ ସଫଳତା ହାସଲ କରିଚାଲିଛି
Bhagyaprabha News Bureau
June 26, 2019

ଶାହିଦ କପୁର ଓ କିଆରା ଆଡ଼ଭାନୀଙ୍କ ଅଭିନୀତ ଚଳଚ୍ଚିତ୍ର 'କବୀର ସିଂହ' ଦର୍ଶକଙ୍କ ବିପୁଳ ଭଲପାଇବା ହାସଲ କରିବା ସହ ବକ୍ସ ଅଫସିରେ ଗୋଟିଏ ପରେ ଗୋଟିଏ ସଫଳତା ହାସଲ କରିଚାଲିଛି । ମୁକ୍ତିଲାଭ କରିବାର ୫ ଦିନ ମଧ୍ୟରେ ଚଳଚ୍ଚିତ୍ରଟି ୧୦୦ କୋଟି କ୍ଲବରେ ସାମିଲ ହୋଇଛି । ସୂଚନାଯୋଗ୍ୟ, ପ୍ରଥମ ଦିନରେ ଚଳଚ୍ଚିତ୍ର ୨୦.୨୧ କୋଟି, ଦ୍ୱିତୀୟ ଦିନରେ ୨୨.୭୧ ଓ ତୃତୀୟ ଦିନରେ ୨୭.୯୧ କୋଟି ଟଙ୍କା ଆୟ କରିଥିଲା । ୪ର୍ଥ ଦିନ ସୋମବାର ୱାର୍କିଂ ଡେ'ରେ ମଧ୍ୟ ଚଳଚ୍ଚିତ୍ର ଉଲ୍ଲେଖନୀୟ ଆୟ କରିଛି। ୪ର୍ଥ ଦିନରେ ଏହା ୧୭.୫୪ କୋଟି ଟଙ୍କାର ବ୍ୟବସାୟ କରିଛି ।


1561538594.jpg


ଏବେ ବି ଫିଲ୍ମଟି ହାଉସଫୁଲ ଯାଉଥିବା ଯୋଗୁ ବ୍ୟବସାୟରେ ନୂଆ ରେକର୍ଡ ସୃଷ୍ଟି କରିବ ବୋଲି ଆଶା କରାଯାଉଛି। ଦକ୍ଷିଣ ଭାରତରେ ମଧ୍ୟ ଚଳଚ୍ଚିତ୍ର ଜବରଦସ୍ତ ଆୟ ଜାରି ରଖିଛି। ତେବେ 'କବୀର ସିଂହ' ଚଳିତ ବର୍ଷ ସବୁଠୁ ଅଧିକ ଆୟ କରିଥିବା ଚଳଚ୍ଚିତ୍ର 'ଉରୀ'କୁ ଟକ୍କର ଦେଇପାରେ ବୋଲି ତରଣ କହିଛନ୍ତି। ଦକ୍ଷିଣ ଭାରତରେ ମଧ୍ୟ ଚଳଚ୍ଚିତ୍ର ଜବରଦସ୍ତ ଆୟ ଜାରି ରଖିଛି। ଉଲ୍ଲେଖଯୋଗ୍ୟ, ସନ୍ଦୀପ ଭାଙ୍ଗାଙ୍କ ନିର୍ଦ୍ଦେଶନାରେ ନିର୍ମିତ ଏହି ଚଳଚ୍ଚିତ୍ରରେ ଶାହିଦଙ୍କ ବିପକ୍ଷରେ କିଆରା ଆଡ଼ଭାନୀଙ୍କୁ ନାୟିକା ଭାବେ ଦେଖିବାକୁ ମିଳିଛି। ଦର୍ଶକେ ପରଦାରେ ଦୁହିଁଙ୍କ ଯୋଡ଼ିକୁ ଖୁବ୍‍ ପସନ୍ଦ ମଧ୍ୟ କରିଛନ୍ତି। ଏହା ତେଲୁଗୁ ଚଳଚ୍ଚିତ୍ର 'ଅର୍ଜୁନ ରେଡ୍ଡି'ର ହିନ୍ଦୀ ରିମେକ୍‍।






Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଭାରତ ଗସ୍ତରେ ଆସଛନ୍ତି ଆମେରିକାର ବିଦେଶ ମନ୍ତ୍ରୀ ମାଇକ ପୋମ୍ପିୟୋ

ଭାରତ ଗସ୍ତରେ ଆସଛନ୍ତି ଆମେରିକାର ବିଦେଶ ମନ୍ତ୍ରୀ ମାଇକ ପୋମ୍ପିୟୋ

Read More...

ଛତ୍ରପୁରରେ ନିଶାନିବାରଣ ଦିବସ ପାଳିତ

ଛତ୍ରପୁରରେ ନିଶାନିବାରଣ ଦିବସ ପାଳିତ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: