ଆଜି କ୍ରିକେଟ ବିଶ୍ୱକପରେ ଭାରତ ଓ ୱେଷ୍ଟଇଣ୍ଡିଜ୍‌ ମଧ୍ୟରେ ମୁକାବିଲା

June 27, 2019, ଖେଳ, , Bhagyaprabha News Bureau
ଆଜି କ୍ରିକେଟ ବିଶ୍ୱକପରେ ଭାରତ ଓ ୱେଷ୍ଟଇଣ୍ଡିଜ୍‌ ମଧ୍ୟରେ ମୁକାବିଲା
Bhagyaprabha News Bureau
June 27, 2019

କ୍ରିକେଟ ବିଶ୍ୱକପରେ ଆଜି ଅପରାହ୍ନ ୩ଟାରେ ମଞ୍ଚେଷ୍ଟରର ଓଲ୍ଡ ଟ୍ରାଫୋର୍ଡରେ ଭାରତ ଓ ୱେଷ୍ଟଇଣ୍ଡିଜ୍‌ ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହେବ । ଆଜିର ମ୍ୟାଚ ଜିତି ଭାରତ ସେମି ଫାଇନାଲ୍‌ ରାସ୍ତା ନିଶ୍ଚିତ କରିବା ଲକ୍ଷ୍ୟରେ ରହିଛି ମେନ୍‌ ଇନ୍‌ ବ୍ଲ୍ୟୁ । ସୁଚନାଯୋଗ୍ୟ, ବର୍ତ୍ତମାନ ସୁଦ୍ଧା ଟିମ୍‌ ଇଣ୍ଡିଆ ୫ଟି ମ୍ୟାଚରୁ ୯ ପଏଣ୍ଟ ପାଇଁ ବିଶ୍ୱକପ୍‌ ପଏଣ୍ଟ ତାଲିକାର ତୃତୀୟ ସ୍ଥାନରେ ରହିଛି। ଦକ୍ଷିଣ ଆଫ୍ରିକା, ଅଷ୍ଟ୍ରେଲିଆ, ପାକିସ୍ତାନ ଓ ଆଫଗାନିସ୍ତାନକୁ ଧୂଳି ଚଟେଇଛି କୋହଲି ବାହିନୀ। କେବଳ ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚ୍‌ ବର୍ଷା ପାଇଁ ବାତିଲ ହୋଇଥିଲା। ସେପଟେ ଟକ୍କର ଦେବାକୁ ସମସ୍ତ ଦକ୍ଷତା ରଖିଛି ୱେଷ୍ଟଇଣ୍ଡିଜ। ଏପର୍ଯ୍ୟନ୍ତ ବିଶ୍ୱକପରେ ୬ଟି ମ୍ୟାଚ ଖେଳିଥିବା ବେଳେ ଗୋଟିଏ ବିଜୟ ଓ ୪ଟି ପରଜାୟ ସହ ପଏଣ୍ଟ ତାଲିକାରେ ଅଷ୍ଟମ ସ୍ଥାନରେ ରହିଛି କାରାବେୟାନ୍‌ ଦଳ।କିନ୍ତୁ ପ୍ରତି ମ୍ୟାଚରେ ପ୍ରତିପକ୍ଷ ଟିମ୍‌କୁ କଡ଼ା ଚ୍ୟାଲେଞ୍ଜ ଦେଇଛି।ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚରେ ମାତ୍ର ୫ ରନରେ ହାରିଥିଲା ୱେଷ୍ଟଇଣ୍ଡିଜ। ତେଣୁ ଆଜିର ମ୍ୟାଚରେ ରୋମାଞ୍ଚକର ମୁକାବିଲା ଦେଖିବାକୁ ମିଳିପାରେ। ୧୯୭୯ରୁ ଆଜି ପର୍ଯ୍ୟନ୍ତ ବିଶ୍ୱକପର ୪୦ ବର୍ଷ ଇତିହାସରେ ଭାରତ-ୱେଷ୍ଟଇଣ୍ଡିଜ୍‌ ମାତ୍ର ୮ ଥର ମୁହାଁମୁହିଁ ହୋଇଛନ୍ତି। ଭାରତ ୫ଥର ବିଜୟୀ ହୋଇଥିବା ବେଳେ କାରାବେୟାନ୍‌ ଟିମ୍‌ ଜିତିଛି ମାତ୍ପ ୨ଟି ମ୍ୟାଚ୍‌। ୧୯୯୬ ବିଶ୍ୱକପ ପରଠୁ ୱେଷ୍ଟଇଣ୍ଡିଜ ବିପକ୍ଷରେ କେବେ ବି ମ୍ୟାଚ୍‌ ହାରି ନାହିଁ ଭାରତ।








Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଜି-୨୦ ସମ୍ମିଳନୀରେ ସାମିଲ ହେବାକୁ ଜାପାନରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ଜି-୨୦ ସମ୍ମିଳନୀରେ ସାମିଲ ହେବାକୁ ଜାପାନରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

Read More...

୨୦୨୪ ଅଲିମ୍ପିକ୍ସ ଖେଳରେ ସାମିଲ୍ ହେବ ବ୍ରେକ୍ ଡ୍ୟାନ୍ସ

୨୦୨୪ ଅଲିମ୍ପିକ୍ସ ଖେଳରେ ସାମିଲ୍ ହେବ ବ୍ରେକ୍ ଡ୍ୟାନ୍ସ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: