ବଙ୍ଗୋପସାଗରରେ ଲଘୁଚାପ

June 29, 2019, ଓଡ଼ିଶା, , Bhagyaprabha News Bureau
ବଙ୍ଗୋପସାଗରରେ ଲଘୁଚାପ
Bhagyaprabha News Bureau
June 29, 2019

ଉତ୍ତର ବଙ୍ଗୋପସାଗରରେ ଦାନା ବାନ୍ଧୁଥିବା ଲଘୁଚାପର ସିଧାସଳଖ ପ୍ରଭାବ ଓଡ଼ିଶା ଉପରେ ପଡ଼ିବାକୁ ଯାଉଛି । ଆଜି ରାତିରୁ ରାଜ୍ୟର ଉପକୂଳ ଜିଲ୍ଲାରେ ବର୍ଷା ଆରମ୍ଭ ହେବ । ଏହା ଧିରେଧିରେ ଭିଷଣ ବର୍ଷାର ରୂପ ନେବ । ଜୁଲାଇ ୩ ତାରିଖ ଯାଏ ଲାଗିରହିବ ବର୍ଷା । ୪ ଦିନ ଧରି ଓଡ଼ିଶାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।ଗୋଟିଏ ଦୁଇଟି ସ୍ଥାନରେ ବାଦଲ ଫଟା ବର୍ଷା ବି ହୋଇପାରେ। ପରିସ୍ଥିତିକୁ ଦୃଷ୍ଟିରେ ରଖି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଜୁଲାଇ ୧ ରେ ଓଡ଼ିଶା ପାଇଁ ରେଡ୍ ଆଲର୍ଟ ଜାରି କରାଯାଇଛି। ପରିସ୍ଥିତି ମୁକାବିଲା ଲାଗି ପଦକ୍ଷେପ ନେବାକୁ ରାଜ୍ୟ ସରକାରଙ୍କୁ କୁହାଯାଇଛି । ଏଥିସହ ଓଡିଶା ପାଇଁ ରେଡ୍ ଅଲର୍ଟ ଜାରି କରାଯାଇଛି ।ପାଣିପାଗ ବିଭାଗର ସୂଚନା ଅନୁଯାୟୀ ଏହି ଲଘୁଚାପ ବଳୟ ୪୮ ଘଣ୍ଟା ପରେ ଗଭୀର ଅବପାତ ରୂପ ନେଇ ଓଡ଼ିଶା ଅତିକ୍ରମ କରିବ । ପ୍ରଭାବରେ ଓଡ଼ିଶାର ଅର୍ଧାଧିକ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି । ତେବେ ମଦାନଦୀ ଉପରମୁଣ୍ଡରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ଆଶଙ୍କା ରହିଥିବାରୁ ବନ୍ୟା ଆଶଙ୍କାକୁ ଟାଳି ଦିଆଯାଇ ନପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ ସତର୍କ କରାଯାଇଛି ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଗଛକୁ ପିଟିହେଲା ବାଇକ ଜଣେ ମୃତ, ଦୁଇ ଗୁରୁତର

ଗଛକୁ ପିଟିହେଲା ବାଇକ ଜଣେ ମୃତ, ଦୁଇ ଗୁରୁତର

Read More...

ପୁଣି ପ୍ରଚଳିତ ହେବ  ପଞ୍ଚମ ଓ ଅଷ୍ଟମ ଶ୍ରେଣୀରେ ପାସ ଫେଲ ବ୍ୟବସ୍ଥା -ସମୀର ଦାଶ

ପୁଣି ପ୍ରଚଳିତ ହେବ ପଞ୍ଚମ ଓ ଅଷ୍ଟମ ଶ୍ରେଣୀରେ ପାସ ଫେଲ ବ୍ୟବସ୍ଥା -ସମୀର ଦାଶ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: