ପାରିବାରିକ କଳହକୁ କେନ୍ଦ୍ରକରି ମହିଳାଙ୍କ ଆତ୍ମହତ୍ୟା

June 30, 2019, ଅପରାଧ, ଗଞ୍ଜାମ, Bhagyaprabha News Bureau
ପାରିବାରିକ କଳହକୁ କେନ୍ଦ୍ରକରି ମହିଳାଙ୍କ ଆତ୍ମହତ୍ୟା
Bhagyaprabha News Bureau
June 30, 2019

ଦିଗପହଣ୍ଡି ଥାନା ଅନ୍ତର୍ଗତ ଫାସୀଗୁଡା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଥିବା ଜଣାପଡିଛି । ପାରିବାରିକ କଳହକୁ କେନ୍ଦ୍ରକରି ଜଣେ ମହିଳା କୀଟନାଶକ ଔଷଧ ପାନକରି ଆତ୍ମହତ୍ୟା କରିଥିବା ଜଣାପଡିଛି । ମୃତ ମହିଳା ଜଣଙ୍କ ହେଲେ ଦିଗପହଣ୍ଡି ଥାନା ଫାସୀଗୁଡା ଗ୍ରାମର ହୀନ ନାୟକ ସହଧର୍ମିଣୀ ଲିଲି ନାୟକ (୩୨) ବୋଲି ଜଣାପଡିଛି । ଖବରନୁଯାୟୀ , ମୃତ ଲିଲି ଓ ତାଙ୍କ ସ୍ବାମୀ ହୀନଙ୍କ ମଧ୍ୟରେ ଶୁକ୍ରବାର ମଧ୍ୟରାତ୍ରରେ କୈାଣସି ଏକ କାରଣକୁ ନେଇ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ପରେ ପରିବାରର ସମସ୍ତେ ଶୋଇପଡିବା ପରେ ଲିଲି ମାନସିକ ଭାରସ୍ୟମ ହରାଇ ପୂର୍ବରୁ ଘରେ ଥିବା କୀଟନାଶକ ଔଷଧ ପିଇ ଦେଇଥିଲେ । ବଢିଭୋର ୩ ଘଣ୍ଟା ସମୟରେ ଲିଲି ଯନ୍ତ୍ରଣାରେ ଛଟପଟ ହୋଇ ଚିତ୍କାର କରୁଥିବା ସମୟରେ ପରିବାର ଲୋକେ ସହାୟତାରେ ପ୍ରଥମେ ଦିଗପହଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ପ୍ରାଥମିକ ଚିକିତ୍ସା ପରେ ଲିଲିଙ୍କ ଅବସ୍ଥାରେ କୈାଣସି ସ୍ଥିରତା ନ ଆସିବାରୁ ବ୍ରହ୍ମପୁର ବଡ଼ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ସକାଳ ୬ ଟାରେ ଲିଲିଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ମୃତ ଲିଲିଙ୍କ ୨ଟି ପୁଅ ଓ ଗୋଟିଏ ଦେଢ ବର୍ଷର ଝିଅ ଥିବା ଜଣାପଡିଛି । ଶନିବାର ଅପରାହ୍ନରେ ଶବ ବ୍ୟବଚ୍ଛେଦ ହେବା ପରେ ମୃତଦେହକଙ ପରିବାରକୁ ହସ୍ତାନ୍ତର କରାଯାଇଥିଲା ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ  ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା

ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା

Read More...

ତାମିଲନାଡ଼ୁ ଅପରାଧୀଙ୍କୁ ସାବାଡ୍ କରିବେ  ଓଡିଆ ଆଇପିଏସ

ତାମିଲନାଡ଼ୁ ଅପରାଧୀଙ୍କୁ ସାବାଡ୍ କରିବେ ଓଡିଆ ଆଇପିଏସ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: