ଆଜି ଅପରାହ୍ନରେ ପ୍ରକାଶ ପାଇବ ଯୁକ୍ତ ୨ ପ୍ରଥମ ମେରିଟ୍ ଲିଷ୍ଟ

July 02, 2019, ଶିକ୍ଷା, , Bhagyaprabha News Bureau
ଆଜି ଅପରାହ୍ନରେ ପ୍ରକାଶ ପାଇବ ଯୁକ୍ତ ୨ ପ୍ରଥମ ମେରିଟ୍ ଲିଷ୍ଟ
Bhagyaprabha News Bureau
July 02, 2019

ଯୁକ୍ତ ୨ ପ୍ରଥମ ବର୍ଷ ନାମଲେଖା ପାଇଁ ଆଜି ଅପରାହ୍ନରେ ପ୍ରକାଶ ପାଇବ ପ୍ରଥମ ମେରିଟ୍ ଲିଷ୍ଟ। ପ୍ରଥମ ମେରିଟ୍ ଲିଷ୍ଟରେ ସ୍ଥାନ ପାଇଥିବା ଛାତ୍ରଛାତ୍ରୀମାନେ ଆସନ୍ତା ୩ ତାରିଖରୁ ୬ ତାରିଖ ମଧ୍ୟରେ କଲେଜରେ ନାମ ଲେଖାଇ ପାରିବେ।ରାଜ୍ୟରେ ୨୦୪୧ଟି ଜୁନିଅର କଲେଜରେ ଥିବା ମୋଟ ୪ଲକ୍ଷ ୫୧ହଜାର ୮୯୪ ସିଟ୍ ପାଇଁ ଆବେଦନକାରୀମାନେ ନାମ ଲେଖାଇପାରିବେ।ପ୍ରଥମ ପର୍ଯ୍ୟାୟ ନାମଲେଖା ପରେ ସମସ୍ତ ଡାଟା ୭ତାରିଖରେ ଇଣ୍ଟରନେଟରେ ଅପଡେଟ୍ ହେବ। ଆସନ୍ତା ୧୨ ତାରିଖରେ ନାମଲେଖା ପାଇଁ ଦ୍ୱିତୀୟ ମେରିଟ୍ ଲିଷ୍ଟ ପ୍ରକାଶ ପାଇବ। ଦ୍ୱିତୀୟ ମେରିଟ୍ ଲିଷ୍ଟର ଛାତ୍ରଛାତ୍ରୀମାନେ ଜୁଲାଇ ୧୨ ରୁ ୧୬ ତାରିଖ ମଧ୍ୟରେ ନିଜର ନାମ ଲେଖାଇବେ।ପରେ ବଳକା ସିଟ୍ ପାଇଁ ଜୁଲାଇ ୨୨ ତାରିଖରେ ଛାତ୍ରଛାତ୍ରୀମାନେ ଆବେଦନ କରିପାରିବେ। ସେହିଦିନ ଅପରାହ୍ଣ ୫ଟା ରେ ଚୂଡାନ୍ତ ତାଲିକା ପ୍ରକାଶ ପାଇବ। ବଳକା ସିଟ୍ ପାଇଁ ଛାତ୍ରଛାତ୍ରୀମାନେ ଜୁଲାଇ ୨୪ ରୁ ୨୬ ମଧ୍ୟରେ କଲେଜରେ ନାମ ଲେଖାଇବେ।ସମସ୍ତ ପର୍ଯ୍ୟାୟ ଆଡମିଶନ ଶେଷ ହେଲା ପରେ ଜୁଲାଇ ୨୯ତାରିଖରୁ ଯୁକ୍ତ ଦୁଇ ଛାତ୍ରଛାତ୍ରୀଙ୍କ ପାଠପଢ଼ା ଆରମ୍ଭ ହେବ।ଏଥିସହ କୌଣସି ପ୍ରକାର ଅସୁବିଧା ଓ ଯୋଗାଯୋଗ ପାଇଁ ଛାତ୍ରଛାତ୍ରୀମାନେ (୧୮୦୦-୩୪୫-୬୭୭୦ କିମ୍ବା ୧୫୫୩୩୫) ଟୋଲ ଫ୍ରି ନମ୍ବରରେ କଲ୍ କରିପାରିବେ ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ମୁମ୍ବାଇରେ ଲଗାଣ ବର୍ଷା , ବିଭିନ୍ନ ସ୍ଥାନରେ କାନ୍ଥ ଭୁଶୁଡ଼ି ୩୪ ମୃତ

ମୁମ୍ବାଇରେ ଲଗାଣ ବର୍ଷା , ବିଭିନ୍ନ ସ୍ଥାନରେ କାନ୍ଥ ଭୁଶୁଡ଼ି ୩୪ ମୃତ

Read More...

ରିଲିଜ ହେଲା 'ଜବରିଆ ଯୋଡ଼ି'ର ଟ୍ରେଲର୍

ରିଲିଜ ହେଲା 'ଜବରିଆ ଯୋଡ଼ି'ର ଟ୍ରେଲର୍

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: