ଜମ୍ମୁ-କଶ୍ମୀରରେ ରାଷ୍ଟ୍ରପତି ଶାସନ ଅବଧି ବୃଦ୍ଧି

July 02, 2019, ଦେଶଦୁନିଆ, , Bhagyaprabha News Bureau
ଜମ୍ମୁ-କଶ୍ମୀରରେ ରାଷ୍ଟ୍ରପତି ଶାସନ ଅବଧି ବୃଦ୍ଧି
Bhagyaprabha News Bureau
July 02, 2019

ଜାମ୍ମୁ ଓ କାଶ୍ମୀରକୁ ନେଇ ରାଜ୍ୟସଭାରେ ୨ଟି ବିଲ୍ ପାରିତ ହୋଇଛି । ଗୋଟିଏ ହେଲା ଜାମ୍ମୁ ଓ କାଶ୍ମୀର ସଂରକ୍ଷଣ ସଂଶୋଧନ ବିଲ୍ ଏବଂ କାଶ୍ମୀରରେ ରାଷ୍ଟ୍ରପତି ଶାସନ ବୃଦ୍ଧି ପ୍ରସ୍ତାବ । ଜମ୍ମୁ ଓ କାଶ୍ମୀରରେ ରାଷ୍ଟ୍ରପତି ଶାସନର ଅବଧି ବଢାଇବା ପ୍ରସ୍ତାବକୁ ରାଜ୍ୟସଭାରେ ମଞ୍ଜୁରୀ ମିଳିଛି । ଆଗାମୀ ୬ ମାସ ପାଇଁ ଆସନ୍ତାକାଲିଠୁ ପୁଣି ରାଷ୍ଟ୍ରପତି ଶାସନ ଲାଗୁ ହେବ ।ଏହା ସହିତ ରାଜ୍ୟସଭାରେ ଜମ୍ମୁ ଓ କାଶ୍ମୀର ସଂରକ୍ଷଣ ବିଲ ମଧ୍ୟ ପାରିତ ହୋଇଛି । ଜାମ୍ମୁ ଓ କାଶ୍ମୀର ସଂରକ୍ଷଣ ସଂଶୋଧନ ବିଲ୍ ମାଧ୍ୟମରେ ସୀମାବର୍ତ୍ତି ଅଞ୍ଚଳର ବାସିନ୍ଦାଙ୍କୁ ଶିକ୍ଷାନୁଷ୍ଠାନ ଓ ଚାକିରୀ କ୍ଷେତ୍ରରେ ୩ ପ୍ରତିଶତ ସଂରକ୍ଷଣ ଦେବା ଲାଗି ପ୍ରସ୍ତାବ ରଖିଛନ୍ତି ଗୃହମନ୍ତ୍ରୀ ଅମିତ ଶାହା ।ସେହିପରି ଦେଶକୁ ଖଣ୍ଡ ଖଣ୍ଡ କରିବାକୁ ଚେଷ୍ଟା କରୁଥିବା ଶକ୍ତିଙ୍କୁ ମଧ୍ୟ ଉଚିତ୍ ଜବାବ ଦିଆଯିବ ବୋଲି ସେ କହିଥିଲେ । ରାଜ୍ୟସଭାରେ କଂଗ୍ରେସ ସରକାରଙ୍କ ପ୍ରସ୍ତାବକୁ ବିରୋଧ କରିଥିବା ବେଳେ ବିଜେଡି, ଟିଏମସି, ସମାଜବାଦୀ ପାର୍ଟି ଭଳି ଦଳଗୁଡ଼ିକ ସମର୍ଥନ କରିଥିଲେ ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ବନ ମହୋତ୍ସବ ସପ୍ତାହ ପାଳିତ

ବନ ମହୋତ୍ସବ ସପ୍ତାହ ପାଳିତ

Read More...

ମୁମ୍ବାଇରେ ଓଡ଼ିଶା ପର୍ଯ୍ୟଟନର ରୋଡ୍‌ ଶୋ'

ମୁମ୍ବାଇରେ ଓଡ଼ିଶା ପର୍ଯ୍ୟଟନର ରୋଡ୍‌ ଶୋ'

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: