ବିଜେପିର ଦେଶବ୍ୟାପୀ ସଦସ୍ୟତା ଅଭିଯାନରେ ପ୍ରଧାନମନ୍ତ୍ରୀ ମୋଦୀ

July 06, 2019, ଦେଶଦୁନିଆ, , Bhagyaprabha News Bureau
ବିଜେପିର ଦେଶବ୍ୟାପୀ ସଦସ୍ୟତା ଅଭିଯାନରେ ପ୍ରଧାନମନ୍ତ୍ରୀ ମୋଦୀ
Bhagyaprabha News Bureau
July 06, 2019

ଆଜି ବିଜେପିର ଆରମ୍ଭ ହେବାକୁ ଥିବା ଦେଶବ୍ୟାପୀ ସଦସ୍ୟତା ଅଭିଯାନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜର ସଂସଦୀୟ କ୍ଷେତ୍ର ବାରାଣସୀ ଗସ୍ତ କରୁଛନ୍ତି । ଏହି ଗସ୍ତ ଅବସରରେ ନରେନ୍ଦ୍ର ମୋଦୀ ବାରାଣସୀରେ ଥିବା ବିମାନବନ୍ଦରରେ ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲବାହାଦୂର ଶାସ୍ତ୍ରୀଙ୍କର ପ୍ରତିମାର ଶୁଭ ଉନ୍ମୋଚନ କରିବେ । ଏତଦବ୍ୟତୀତ ସେ ଲାଲପୁରରେ ଦୀନଦୟାଲ ଉପାଧ୍ୟାୟ ବ୍ୟାବସାୟିକ ସୁବିଧା କେନ୍ଦ୍ରରେ ପାଖାପାଖି ୫୦୦୦ ପାର୍ଟି କାର୍ଯ୍ୟକର୍ତ୍ତାଙ୍କୁ ଉଦବୋଧନ ଦେବାର କାର୍ଯ୍ୟକ୍ରମ ରହିଛି । ଏଠାରେ ମୋଦୀ ସଦସ୍ୟତା ଅଭିଯାନ ଆରମ୍ଭ କରିବେ ଏବଂ କିଛି ବିଜେପି କାର୍ଯ୍ୟକର୍ତ୍ତାଙ୍କୁ ସମ୍ମାନୀତ କରିବେ ବୋଲି ବି ଜଣାଯାଇଛି। ମୋଦୀ ଟୁଇଟ କରି ଏ ସଂପର୍କରେ ସୂଚନା ଦେଇଛନ୍ତି , ସେ ଉଲ୍ଲେଖ କରିଛନ୍ତି ଯେ ଏହି ଅଭିଯାନ ସମାଜର ସବୁ ବର୍ଗର ଲୋକଙ୍କୁ ବିଜେପି ପରିବାର ସହ ଯୋଡ଼ିବ । ଏହା ବିଜେପିକୁ ଅଧିକ ଶକ୍ତିଶାଳୀ କରିବ ବୋଲି ବି ସେ ଆଶା ପ୍ରକାଶ କରିଛନ୍ତି । 'ଆମର ପ୍ରେରଣା' ଡା. ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ଜୟନ୍ତୀ ଅବସରରେ ବିଜେପିର ସଦସ୍ୟତା ଅଭିଯାନ ଆରମ୍ଭ ହେଉଛି ।








Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଅଗଷ୍ଟ ୧୫ରେ ପରଦାକୁ ଆସିବ ୩ଟି ବଡ ଫିଲ୍ମ !

ଅଗଷ୍ଟ ୧୫ରେ ପରଦାକୁ ଆସିବ ୩ଟି ବଡ ଫିଲ୍ମ !

Read More...

ବୃଦ୍ଧି ପାଇଲା +୨ ପ୍ରଥମ ପର୍ଯ୍ୟାୟ ନାମଲେଖାର ସମୟସୀମା

ବୃଦ୍ଧି ପାଇଲା +୨ ପ୍ରଥମ ପର୍ଯ୍ୟାୟ ନାମଲେଖାର ସମୟସୀମା

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: