୩୮ ବର୍ଷରେ ପାଦ ଥାପିଲେ ମୋଷ୍ଟ ଭିଜନ କ୍ରିକେଟର ଏମ.ଏସ.ଧୋନି

July 07, 2019, ଖେଳ, , Bhagyaprabha News Bureau
୩୮ ବର୍ଷରେ ପାଦ ଥାପିଲେ ମୋଷ୍ଟ ଭିଜନ କ୍ରିକେଟର ଏମ.ଏସ.ଧୋନି
Bhagyaprabha News Bureau
July 07, 2019

ଆଜି ହେଉଛି ଟିମ୍ ଇଣ୍ଡିଆର ଏହି ମୋଷ୍ଟ ଭିଜନ କ୍ରିକେଟର ମହେନ୍ଦ୍ର ସିଂହ ଧୋନିଙ୍କର ଜନ୍ମଦିନ । ୧୯୮୧ ମସିହା ଜୁଲାଇ ୭ତାରିଖରେ ରାଞ୍ଚିରେ ଜନ୍ମ ହୋଇଥିବା ଧୋନି ଆଜି ୩୮ ବର୍ଷ ବୟସରେ ପାଦ ଥାପିଛନ୍ତି। ତାଙ୍କ ଜନ୍ମଦିନ ଅବସରରେ ସମଗ୍ର ଦେଶବିଦେଶରୁ ତାଙ୍କୁ ଶୁଭେଚ୍ଛାର ସୁଅ ଛୁଟିଛି। ଜନ୍ମଦିନ ଅବସରରେ ଟୁଇଟ୍ କରି ଧୋନୀଙ୍କୁ ଜନ୍ମଦିନର ବଧେଇ ଜଣାଇଛି ବିସିସିଆଇ । ଟୁଇଟର ପେଜରେ ବିସିସିଆଇ ଧୋନୀଙ୍କ ୪ଟି ଫଟୋକୁ ଗୋଟିଏ ପେଜରେ ସ୍ଥାନ ଦେଇଛି ।ଭରେତୀୟ କ୍ରିକେଟର ସଚିନ, ସେହ୍ୱାଗ, ଲକ୍ଷଣ, ଗାଙ୍ଗୁଲି ପ୍ରମୁଖ ତାଙ୍କୁ ଜନ୍ମଦିନର ଅଭିନନ୍ଦନ ଜଣାଇଛନ୍ତି ସେହିପରି ଅଧିନାୟକ ବିରାଟ କୋହଲି, ରୋହିତ ଶର୍ମାଙ୍କ ବ୍ୟତୀତ ପୂରା ଟିମ ମାହିଙ୍କୁ ଶୁଭକାମନା ଜଣାଇଛନ୍ତି।


1562484407.jpg


ଦଳରେ କ୍ୟାପଟେନ୍ ଥାଅନ୍ତୁ ବା ନଥାନ୍ତୁ ପଡିଆରେ ଥିଲେ କାଫି । ୱିକେଟ୍ ପଛରେ ଥାଇ କଠିନ ସ୍ଥିତିରେ ତାଙ୍କର ରଣନୀତି ଦଳକୁ ବିଜୟୀ କରାଇ ଦେଇଥାଏ । ଏବେ ବି ଧୋନୀ ଜଣେ ବିଶ୍ୱସ୍ତରୀୟ ମ୍ୟାଚ୍ ଫିନିସର । ଖାସ୍ ସେଇଥିପାଇଁ ବିଶ୍ୱକ୍ରିକେଟରେ ଧୋନୀଙ୍କ କ୍ରେଜ କିଛି ଅଲଗା ।କ୍ରିକେଟ୍ କ୍ୟାରିୟରରେ ଧୋନୀ ଭାରତ ପାଇଁ ୧୯୯ ମ୍ୟାଚରେ କପ୍ତାନୀ କରି ୧୧୦ ମ୍ୟାଚରେ ବିଜୟୀ ହୋଇ ସବୁଠାରୁ ସଫଳ ଅଧିନାୟକର ରେକର୍ଡ ନିଜ ନାଁରେ କରିଛନ୍ତି । ଆଇସିସିର ତିନିଟି ମେଗା ଟୁଣ୍ଣାମେଂଟରେ ୨୦୦୭ ଟି-୨୦ବିଶ୍ୱକପ, ୨୦୧୧ ବିଶ୍ୱକପ, ୨୦୧୩ ଚାମ୍ପିୟନ୍ସ ଟ୍ରଫିରେ ଧୋନିଙ୍କ ନେତୃତ୍ୱରେ କବଜା କରିଛି ଦଳ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଆତ୍ମସୁରକ୍ଷା ତାଲିମଶିବିର ଉଦଘାଟିତ

ଆତ୍ମସୁରକ୍ଷା ତାଲିମଶିବିର ଉଦଘାଟିତ

Read More...

ଜୋରସୋରରେ ଚାଲିଛି ବିଜେପିର ସଦସ୍ୟତା ସଂଗ୍ରହ ଅଭିଯାନ

ଜୋରସୋରରେ ଚାଲିଛି ବିଜେପିର ସଦସ୍ୟତା ସଂଗ୍ରହ ଅଭିଯାନ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: