ସରପଞ୍ଚକୁ ଆକ୍ରମଣ ମାମଲା: ମୁଖ୍ୟ ଅଭିଯୁକ୍ତ ଜେଲ ଗଲେ

July 07, 2019, ଅପରାଧ, ଗଞ୍ଜାମ, Bhagyaprabha News Bureau
ସରପଞ୍ଚକୁ ଆକ୍ରମଣ ମାମଲା: ମୁଖ୍ୟ ଅଭିଯୁକ୍ତ ଜେଲ ଗଲେ
Bhagyaprabha News Bureau
July 07, 2019

ଗତ ଜୁନ ୧୫ ତାରିଖ ବିଳମ୍ବିତ ରାତିରେ ଦିଗପହଣ୍ଡି ଥାନା ଅନ୍ତର୍ଗତ ଚାଞ୍ଚଡାପଲ୍ଲୀ ମୁଖ୍ୟ ରାସ୍ତାରେ ବନ୍ଥପଲ୍ଲୀ ସରପଞ୍ଚକୁ ଆକ୍ରମଣ କରିବାକୁ ଯାଇ ନିଜ ହାତରେ ଧରିଥିବା ବୋମା ଫୁଟି ଲାଠି ଗ୍ରାମର ଦୁର୍ଦ୍ଦାନ୍ତ ଅପରାଧୀ ଚେରୁ ଗୌଡ (୨୪) ଗୁରୁତର ହୋଇ ବ୍ରହ୍ମପୁର ବଡ ମେଡିକାଲରେ ଚିକିତ୍ସିତ ହେଉଥିଲେ । ରବିବାର ଦିନ ମେଡିକଲରୁ ଡିସଚାର୍ଜ ହେବା କ୍ଷଣି ଦିଗପହଣ୍ଡି ପୋଲିସ ଅଭିଯୁକ୍ତ ଚେରୁକୁ ଗିରଫ କରିଥିବା ଜଣାପଡ଼ିଛ। ସୂଚନା ପ୍ରକାରେ , ଗତ ଜୁନ ୧୫ ତାରିଖ ବିଳମ୍ବିତ ରାତିରେ ଚେରୁ ଓ ତାର ସହଯୋଗୀମାନେ ବନ୍ଥପଲ୍ଲୀ ନିକଟସ୍ଥ ଚାଞ୍ଚଡାପଲ୍ଲୀ ମଝି ରାସ୍ତାରେ ବସି ମଦ୍ୟପାନ କରୁଥିବା ସମୟରେ ସେହି ରାସ୍ତାଦେଇ ବନ୍ଥପଲ୍ଲୀ ସରପଞ୍ଚ ପ୍ରଶାନ୍ତ କୁମାର ସ୍ବାଇଁ ସେମାନଙ୍କୁ ବାରଣ କରିଥିଲେ । ଏଥିରେ ଚେରୁ ଓ ସହଯୋଗୀ ମାନେ ସରପଞ୍ଚ ଜଣଙ୍କୁ ଅସଭ୍ଯ ଭାଷାରେ ଗାଳିଗୁଲଜ କରିଥିଲେ । ଏଥିରେ ସରପଞ୍ଚ ଜଣଙ୍କ ଅଭିଯୁକ୍ତ ଚେରକୁ ଏକ ଚାପୁଡ଼ା ମାରିଥିଲେ । ସେହି ସମୟରେ ଗ୍ରାମର କିଛି ଯୁବକ ଆସିବାରୁ ଚେରୁ ସେଠାରୁ ଚାଲିଯାଇଥିଲେ । କିଛି ସମୟପରେ ଚେରୁ ଓ ତାର ସହଯୋଗୀ ମାନେ ସରପଞ୍ଚ ଜଣଙ୍କ ଗ୍ରାମକୁ ଯାଇ ସରପଞ୍ଚ ପ୍ରଶାନ୍ତକୁ ମାରିବା ପାଇଁ ବୋମା ଧରି ଗୋଡାଇଥିଲେ । ପ୍ରାଣ ଭୟରେ ପ୍ରଶାନ୍ତ ଘରକୁ ଚାଲିଯାଇଥିଲେ । ଏହି ଖବର ଗ୍ରାମବାସୀମାନେ ଜାଣିବା ପରେ ଠେଙ୍ଗାବାଡି ଧରି ଚେରକୁ ଧରିବା ପାଇଁ ଗୋଡାଇଥିଲେ । ଉତ୍ତ୍ୟକ୍ତ ଗ୍ରାମବାସୀଙ୍କୁ ଦେଖି ଅଭିଯୁକ୍ତ ଚେରୁ ସେଠାରୁ ଦୗେଡି ଯାଇ ଏକ ବିଲକୁ ଡେଇଁ ପଡ଼ିଥିଲା । ଫଳରେ ନିଜ ହାତରେ ଧରିଥିବା ବୋମାଟି ଫୁଟି ଯାଇଥିଲା । ଯାହାଫଳରେ ଉକ୍ତ ଦିନ ଠାରୁ ଚେଚୁ ବ୍ରହ୍ମପୁର ବଡ ମେଡିକାଲରେ ଚିକିତ୍ସିତ ହେଉଥିବା ସୂଚନା ମିଳିଥିବା ଜଣାପଡିଛି । ଏନେଇ ସରପଞ୍ଚ ପ୍ରଶାନ୍ତ ଦିଗପହଣ୍ଡି ଥାନାରେ ଅଭିଯୁକ୍ତ ଚେରୁ ଓ ତାର ସହଯୋଗୀ ନାମରେ ଏକ ଲିଖିତ ଅଭିଯୋଗ କରିଥିଲେ । ଲିଖିତ ଅଭିଯୋଗକୁ ଭିତ୍ତି କରି ଦିଗପହଣ୍ଡି ଥାନା କେସ୍ ନଂ - ୧୦୯/୧୯ , ଆପିସି ଧାରା ୩୪୧, ୨୯୪,୩୦୭ (୩୪) ଓ ବିସ୍ଫୋରକ ନିରୋଧ ଆଇନ ୪ ଓ ୫ ଅନୁଯାୟୀ ଅଭିଯୁକ୍ତ ଚେରୁକୁ ଗିରଫ କରି ତଦନ୍ତ ଚଳାଇଥିବା ବେଳେ ରବିବାର ଦିନ ବ୍ରହ୍ମପୁର ସଦର କୋର୍ଟକୁ ଚାଲାଣ କରାଯାଇଥିଲା କିନ୍ତୁ ସେଠାରେ ଜାମିନ ଅଭାବରୁ ବ୍ରହ୍ମପୁର ଜେଲ୍ ହାଜତକୁ ପଠାଇ ଦିଆଯାଇଥିବା ଦିଗପହଣ୍ଡି ଥାନା ଅଧିକାରୀ କହିଥିବା ଜଣାପଡ଼ିଛି ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଘୋଡାହଡ ପାଣି ପଞ୍ଚାୟତ ବୈଠକ

ଘୋଡାହଡ ପାଣି ପଞ୍ଚାୟତ ବୈଠକ

Read More...

ଆତ୍ମସୁରକ୍ଷା ତାଲିମଶିବିର ଉଦଘାଟିତ

ଆତ୍ମସୁରକ୍ଷା ତାଲିମଶିବିର ଉଦଘାଟିତ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: