ଦୁଇ ବାଇକ୍ ମୁହାଁମୁହିଁ ଧକ୍କା : ଜଣେ ମୃତ , ଅନ୍ୟ ଜଣେ ଆହତ

July 07, 2019, ଅପରାଧ, ଗଞ୍ଜାମ, Bhagyaprabha News Bureau
ଦୁଇ ବାଇକ୍ ମୁହାଁମୁହିଁ ଧକ୍କା : ଜଣେ ମୃତ , ଅନ୍ୟ ଜଣେ ଆହତ
Bhagyaprabha News Bureau
July 07, 2019

ରବିବାର ସନ୍ଧ୍ୟାରେ ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ଅନ୍ତର୍ଗତ ଭୂଷୁଣ୍ଡା ଗ୍ରାମ ଛକ ନିକଟରେ ଦୁଇଟି ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କାରେ ଜଣଙ୍କର ମୃତ୍ୟୁ ଘଟିଥିବା ଥିବା ବେଳେ ଅନ୍ୟ ଜଣେ ସାମାନ୍ୟ ଆହତ ହୋଇଥିବା ଜଣାପଡିଛି । ମୃତ ଜଣକ ହେଲେ ପାଟପୁର ଥାନା ସାତପେଣ୍ଠ ଗୋପାଳପୁର ପଞ୍ଚାୟତ ଖାରିଗୁଡା ଗ୍ରାମର ଦଣ୍ଡାସି ବିଷୋୟୀ ଏବଂ ଆହତ ଜଣକ ହେଲେ ଉକ୍ତ ଗ୍ରାମର ଭଗବାନ ନାୟକ ବୋଲି ଜଣାପଡିଛି । ଖବରନୁଯାୟୀ , ରବିବାର ଦିନ ସନ୍ଧ୍ୟା ସାଢ଼େ ୭ ଟାରେ ମୃତ ଦଣ୍ଡାସି ଓ ଆହତ ଭଗବାନ ମିଶି ଏକ ବାଇକ ଯୋଗେ କୈାଣସି ଏକ କାମରେ ଦିଗପହଣ୍ଡି ଥାନା ମଣିଢିଅ ଗ୍ରାମକୁ ଯାଉଥିବା ସମୟରେ ବିପରୀତ ଦିଗରୁ ଆସୁଥିବା ଅନ୍ୟ ଏକ ବାଇକ ସହ ମୁହାଁମୁହିଁ ଧକ୍କା ହୋଇଥିଲା । ଖବରପାଇ ଦିଗପହଣ୍ଡି ଦମକଳବାହିନୀ ଘଟଣାସ୍ଥଳରେ ପହଞ୍ଚି ଗୁରୁତର ଅବସ୍ଥାରେ ଉଭୟଙ୍କୁ ଉଦ୍ଧାର କରି ଦିଗପହଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ସେଠାରେ ଡାକ୍ତର ଦଣ୍ଡାସିଙ୍କୁ ମୃତ ଘୋଷଣା କରିଥିଲେ । ଦିଗପହଣ୍ଡି ପୋଲିସ ସ୍ବାସ୍ଥ୍ୟକେନ୍ଦ୍ରରେ ପହଞ୍ଚି ଦଣ୍ଡାସିଙ୍କ ମୃତଦେହକୁ ଜବତ କରି ଶବ ବ୍ୟବଚ୍ଛେଦ ନିମନ୍ତେ ବ୍ରହ୍ମପୁର ବଡମେଡିକାଲକୁ ପଠାଇ ଦେଇଥିବା ଜଣାପଡିଛି




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ପଥବିକ୍ରେତା ବ୍ୟବସାୟୀ ସଂଘ ପକ୍ଷରୁ ଆଲୋଚନା ସଭା

ପଥବିକ୍ରେତା ବ୍ୟବସାୟୀ ସଂଘ ପକ୍ଷରୁ ଆଲୋଚନା ସଭା

Read More...

ଘୋଡାହଡ ପାଣି ପଞ୍ଚାୟତ ବୈଠକ

ଘୋଡାହଡ ପାଣି ପଞ୍ଚାୟତ ବୈଠକ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: